ହିନ୍ଦୁତ୍ୱର Agenda ନେଇ ହିଁ BJP ଶାସନକୁ ଆସିଥିଳା। ଥରେ ନୁହେଁ କ୍ରମାଗତ ଦୁଇଥର BJP ଶାସନକୁ ଆସିଲା କାରଣ RSS BJP ଓ ଅନ୍ଯାନ୍ଯ ହିନ୍ଦୁବାଦୀ ବିଚାରଧାରାର ହଜାରହଜାର ସଂଗଠନ ହେଲେ ମଧ୍ଯ ତାଙ୍କ ବିଚାରଧାରା ଏକ୍ ଉଦ୍ଦେଶ୍ଯ ଏକ୍।ସେମାନ ଦେଶର ଅର୍ଥନୈତିକ ମେରୁଦଣ୍ଡ,ପ୍ରଶାସନ,ଶାସନ,ବିରୋଧି,ନ୍ୟାୟପାଳିକ,କାର୍ଯ୍ୟପାଳିକା,ଗଣମାଧ୍ୟମ,ବହୁମତ ସେମାନଙ୍କ ତ ସେମାନେ ରାମଙ୍କ ମନ୍ଦିର କଣ ସମସ୍ତ ଦେବତାଙ୍କ ମନ୍ଦିର ତିଆରି କରିବେ ଓ କେହି ତାଙ୍କୁ ଅଟକାଇ ପାରିବେ ନାହିଁ।
ମୁ ବହୁଜନ କଥା କହିବି ନାହିଁ।ବହୁଜନ କେଉଁଠି?
ପ୍ରତିଦିନ ଅଛୁଆଁ ସମାଜର ପ୍ରତି ହେଉଥିବା ବିଭିନ୍ନ ପ୍ରକାର ଶୋଷଣର ପ୍ରତିବାଦରେ ସେହି OBC ST SC(ଛୁଆଁ) ମାନଙ୍କ ସହିତ ଳଢ଼େଇ କରି ପୁଣି ବହୁଜନ ସମାଜର ପରିକଳ୍ପନା ବହୁଜନ ମାନଙ୍କ ରାଜନିତୀ କଥା କହିବାର କିଛି ଅର୍ଥ ଅଛି ?ବହୁ ସଂଖ୍ୟକ OBC ତ ତୁମ ବିଚାରଧାରାର ବିପରିତ ତେବେ ତୁମ voter କିଏ ? କାହାକୁ ନେଇ ସତ୍ତାର ପରିକଳ୍ପନା ?କିପରି ସମ୍ଭବ?
ଜୟ ଭୀମ୍ ନମୋ ବୁଦ୍ଧାୟ କହୁଥିବା ଅଧିକାଂଶ ବୌଦ୍ଧ ନୁହଁନ୍ତି।କେବଳ ସାମାଜିକ ଗଣମାଧ୍ୟମରେ ଆମେ ଦେଖାଣିଆ ବୌଦ୍ଧ। କିଏ ମଦୁଆ କିଏ ଠକ ତ କିଏ ବ୍ୟଭଚାରୀ , କେତକଙ୍କ ପାଇଁ ଆମ୍ବେଦକରବାଦ କେବଳ ଲୋକପ୍ରିୟତା ଓ ଆମଦାନୀର ମାଧ୍ୟମ। BSP ASP API BMP ,BHIM ARMY ,BHIM SENA,RBM,SSA,MSYF,BSYF....ହଜାର ହଜାର ସଂଗଠନ l ରାମଙ୍କ ମନ୍ଦିର ବିରୋଧରେ ତ ସାମାଜିକ ଗଣମାଧ୍ୟମରେ ଅନର୍ଗଳ ଲେଖି ଚାଳିଲ ହେଲେ ନିଜେ କେତୋଟି ବୁଦ୍ଧ ବିହାର ଆଜିଯାଏ ତିଆରି କରିଛୁ ଆମେ ?
କେତୋଟି ପରିବାର ବୌଦ୍ଧ ଧମ୍ମରେ ଦୀକ୍ଷିତ? ଉତ୍ତର -: ଶୁନ୍।
ଆମେ ସଂଘଙ୍ଗ୍ ସରଣଙ୍ଗ୍ ଗଛ୍ଛାମୀ କହୁଛୁଁ ହେଲେ ଆମ ସଂଘ କେଉଁଠି? ଯଦି ଜଣେ ଧମ୍ମ ଦୀକ୍ଷା ନେବାକୁ ଇଛାକରେ,ପରିଣୟ,ଓ ଅନ୍ଯାନ୍ଯ ସଂସ୍କାର କାର୍ଯ୍ୟକ୍ରମ କରିବାକୁ ଇଚ୍ଛାକରେ ତେବେ ତାଙ୍କ ପାଇଁ ଆମେ ଆଜିଯାଏ କିଛି ବ୍ୟବସ୍ଥା କରିପାରିବାରେ ସକ୍ଷମ ହେଇଛୁ କି ?ଯେବେ ଆମ ପାଖରେ ଲୋକଙ୍କୁ ପ୍ରତି ବଦଳରେ କୌଣସି ସାଂସ୍କୃତିକ ଧାମ୍ମିକ ବ୍ୟବସ୍ଥା ହିଁ ନାହିଁ ଧମ୍ମଚକ୍କ ଗତିମାନ ହେବା ଅସମ୍ଭବ।
ଧର୍ମରେ(ଧମ୍ମ) ରାଜନୀତି ନାହିଁ ମାତ୍ର ରାଜନୀତିରେ ଧର୍ମ(ଧମ୍ମ) ନିଶ୍ଚୟ ଅଛି ସେଥିପାଇଁ ତ ସମ୍ରାଟ ଅସୋକଙ୍କ ସମୟରେ ବୌଦ୍ଧ ଧମ୍ମ ରାଜ ଧମ୍ମର ସଂରକ୍ଷଣ ପ୍ରାପ୍ତ କରି ପ୍ରଷ୍ପୁଟିତ ହୋଇ ସମଗ୍ର ଏସିଆ ମହାଦେଶକୁ ବ୍ୟାପିଥିଲା।ଆଜି ରାଜନୈତିକ ଆର୍ଥିକ ଓ ଅନ୍ଯାନ୍ଯ ସମସ୍ତ କଳ ତାଙ୍କ ହାତରେ ,ଗୋଟିଏ କଣ ,ହଜାରେ ରାମ ମନ୍ଦିର ତିଆରି କରିବେ।ଯେଉଁ ସମୟରେ ବୌଦ୍ଧଙ୍କ ଶାସନ ଥିଲା ଅସଂଖ୍ଯ ବୌଦ୍ଧ ବିହାର ସ୍ତୁପ ନଥିଲା କି? କଥା ଠିକ୍ ସେଭଳି।
#ରାଜନୈତିକ #ଆର୍ଥିକ #ସାମାଜିକ ଭଳି ଅନ୍ଯାନ୍ଯ ସମସ୍ତ ଉତ୍ଥାନ କେବଳ ଧମ୍ମ ଦ୍ବାରା ହିଁ ସମ୍ଭବ ।ଯେପର୍ଯ୍ୟନ୍ତ ଧମ୍ମଚକ୍କ
ଗତିମାନ ନ ହୋଇଛି ଲୋକଙ୍କ ବିଚାରଧାରାର ପରିବର୍ତ୍ତନ ଅସମ୍ଭବ ଅଟେ ଓ ବିନା ବିଚାରଧାରାରେ ରାଜନୈତିକ ସାମାଜିକ ଆର୍ଥିକ ପରିବର୍ତ୍ତନ ଅସମ୍ଭବ ଅଟେ।।
ବାବା ସାହେବ କହିଥିଲେ -: I BELIEVE, MY PEOPLE WILL SACRIFICE EVERYTHING TO ESTABLISH BUDDHISM IN INDIA( ମୋ ଲୋକମାନେ ଧମ୍ମର ସ୍ଥାପନା ପାଇଁ ସବୁକିଛି ତ୍ୟାଗ କରିଦେବେ ମୋର ବିଶ୍ବାସ ଅଛି)
ଦୁଃଖର ବିଷୟ ଆମେ ସମସ୍ତେ କେବଳ ସାମାଜିକ ଗଣମାଧ୍ୟମରେ ସୀମିତ ଉପର ଦେଖାଣିଆ ଆମେ କେହି ବାବା ସାହେବଙ୍କ ଲୋକ ନୁହେଁ।
Comments
Post a Comment