Q.ରାଜନୀତି ପାର୍ଟି ମାନେ ନିର୍ବାଚନ ପ୍ରଚାର ବେଳେ ଯାହା କୁହନ୍ତି, ଜିତି ଗଲା ପରେ ତାହା କରନ୍ତି ନାହିଁ କାହିଁକି ?
ତର୍କ :-
୧/ନିର୍ବାଚନ ପ୍ରଚାର ବେଳେ ନେତା ମାନେ କୌଣସି ଲିଖିତ ପ୍ରମାଣ ଜନତାଙ୍କୁ ଦେଉ ନଥିବାରୁ , ସେଥିପାଇଁ ସେମାନେ ଯାହା କୁହନ୍ତି, ତାହା ଜାଣିଶୁଣି କରନ୍ତି ନାହିଁ। ଯଦି ଲିଖିତ ପ୍ରମାଣ ଜନତାଙ୍କୁ ଦେଇ ଥାନ୍ତେ...।ତେବେ ସେମାନେ ସେ ସବୁ କରିବାକୁ ବାଧ୍ୟ ହୋଇଥାନ୍ତେ, ନଚେତ୍ ପଦବୀ ବି ଯିବା ସହ ' ଦଲାଲ ନେତା ଜେଲ୍ ଯାଇଥାନ୍ତା।
୨/ କେତେକ ରାଜନୈତିକ ଦଳ ମାନଙ୍କ ଲକ୍ଷ୍ୟ ହିଁ ଜନତାଙ୍କ ଠାରୁ ଭୋଟ କିଣି ଜିତି ଯିବା ପରେ ତାହାର ସୁଧ ମୂଳ ସହ ଲୁଣ୍ଠନ କରିବା, ସେହି ପ୍ରକାର ଦଳ ମାନେ ହିଁ ଜିତିବା ପାଇଁ ବଡ ବଡ କମ୍ପାନୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଣିଥାନ୍ତି ଏବଂ ନିର୍ବାଚନ ବେଳେ ବିଭିନ୍ନ ଦୁଇ ନମ୍ବର କାମ କରନ୍ତି ଏବଂ ଜିତିବାକୁ ଚେଷ୍ଟା କରନ୍ତି।
୩/ କେତେକ ରାଜନୈତିକ ଦଳଙ୍କ ନିର୍ଦ୍ଧିଷ୍ଟ ବିଚାରଧାରା ନଥିବାରୁ, ସେମାନଙ୍କ MLA, MP ମାନେ ଏ ଦଳ ରୁ ସେ ଦଳକୁ ଡେଇଁ ବୁଲନ୍ତି । ଫଳର ସରକାର ଭାଙ୍ଗିଯାଏ । ସରକାର ସ୍ଥିର ରହିଲେ ତ ଦେଶର ଉନ୍ନତି କଥା ଚିନ୍ତା କରିବ।
୪/କେତେକ ରାଜନୈତିକ ଦଳ ଶତୃ ଦେଶରୁ ଟଙ୍କା ଆଣି ନିର୍ବାଚନ ଜିତି ଥିବାରୁ , ଦେଶ ପାଇଁ କିଛି କାମ କରନ୍ତି ନାହିଁ, କେବଳ ନିଜ ପକେଟ୍ ହିଁ ଦେଖନ୍ତି । ଏବଂ ସୁଯୋଗ ମିଳିବା କ୍ଷଣି ସେହି ଦେଶର ବ୍ୟାଙ୍କରେ ଟଙ୍କା ଜମା କରନ୍ତି କିମ୍ବା ସେହି ଦେଶକୁ ପଳାୟନ କରି , ସେଠାରେ ଜାଗା ବାଡି କରି ରହି ଯାନ୍ତି।
Comments
Post a Comment