ସ୍ଵାଧିନ ରୋଜଗାର ର ରାସ୍ତା :-ଚାଷବାସ କେଉଁ ଅନାଦି କାଳରୁ ଲୋକମାନଙ୍କର ରୋଜଗାର କରିବାର ମୂଖ୍ୟ ପନ୍ଥା ଥିଲା . . . ଚାଷ ପ୍ରଣାଳୀ ତା ପରେ ବେପାର ବଣିଜ । ସେତେବେଳେକା ଚାଷ ପ୍ରଣାଳୀ ଠାରୁ ଏବେକା ଚାଷ ପ୍ରଣାଳୀ ବେସ ଉନ୍ନତ ।ଏବେକା ଦେଶ ଦୁନିଆ ପରିସ୍ଥିତିକୁ ଦେଖିଲେ ... ଜନସଂଖ୍ୟାର ବୃଦ୍ଧିକୁ ଦୃଷ୍ଟିରେ ରଖି ଖାଦ୍ୟ ଓ ରୋଜଗାର ରେ ଅନେକ ସମସ୍ୟା ଦେଖାଦେଇଛି। ତାହାର ସମାଧାନ ପାଇଁ ସରକାରଙ୍କ ଉପରେ ଭରଷା ନ କରି . . . ନିଜନିଜର ସ୍ଥାୟୀ ବ୍ୟବସ୍ଥା କରିବା ବୁଦ୍ଧିମାନର ଲକ୍ଷଣ ହୋଇଥାଏ। ଚାକିରୀ କଥା ନ କହିଲେ ଚଳେ।ଆଉ ବେପାର କଥା. . . . ବ୍ୟାଙ୍କଲୋନ ସମସ୍ତଙ୍କୁ ମିଳିବା କଷ୍ଟକର। ଆଉ ରହିଲା . . . . କାମଦାମ କରି ଚଳିବା କଥା, ତାହା ବି କିଛି ଗେରେଣ୍ଟି ନାହି. . . ଦିନେ କାମ ମିଳିଲା ଯଦି ପାଞ୍ଚଦିନ ଘରେ ବସିରହିବାକୁ ପଡୁଛି। . . . . ଏମିତି ପରିସ୍ଥିତିକୁ ଆଖି ଆଗରେ ରଖି. . . . ଆମକୁ ଅନ୍ୟ ରାସ୍ତା ଦେଖିବାକୁ ଗଲେ . . . . କେବଳ ଚାଷବାସ ହିିଁ ନଜରକୁ ଆଶୁଛି। ଚାଷ କାମ ରେ କେତେକ ଫାଇଦା :- କ) କାହାରି ଅଧିନରେ ନ ରହି ,ସ୍ଵାଧିନ ଭାବରେ କାର୍ଯ୍ୟ କରିହେବ, ଖ) ନିତି କାମ ଦାମ ଖୋଜିବାର ଆବଶ୍ୟକ ପଡିବ ନାହିଁ। ଗ) ବାହାରିଆ ଖର୍ଚ୍ଚ ରୁ ମୁକ୍ତି। ଘ) ଅରିଜିନାଲ ଖାଦ୍ୟ ମିଳିଲା, ସ୍ୱାସ୍ଥ୍ୟ ବି ଠିକ...