ମାର୍ଗଶିର ମାସରେ ଗୁରୁବାର ଉଷା କରିବା. . . .ଏକ ଅନ୍ଧବିଶ୍ୱାସ କି ?
ଶୁଣାଯାଏ, ମାର୍ଗଶୀର ମାସ ଗୁରୁବାରରେ . . . ଉଷା କରିଲେ . . . . ଧନର ଦେବୀ , ସେହି ଘରକୁ ଧନ- ଦୌଲତ ବର୍ଷା କରନ୍ତି। ଆଉ ଯେଉଁ ଘର ର ପରିବାର ଉଷା କରନ୍ତି ନାହିଁ . . . ସେ ପରିବାର ରେ ଧନ ସବୁବେଳେ ଅଭାବ ରହିଥାଏ. . . . . ଏହା ଅନ୍ଧବିଶ୍ୱାସ ନା ସତ୍ୟକଥା. . . ତାହାକୁ ଆଲୋଚନା କରିବା ।
ତାହା ପୂର୍ବରୁ ଗୁରୁବାର ଉଷାର ଲୋକକଥା କୁ ଟିକେ ଆଲୋଚନା କରିବା. . . . . ଭଗବାନ (ଜଗନ୍ନାଥ), ବଡ ଭାଇ (ବଳରାମ) ଏବଂ ସ୍ତ୍ରୀ (ଲକ୍ଷ୍ମୀ ). . ଏମାନେ ସଂସାରର କୁ ଚଲାଉ ଥିଲେ ଏବଂ ଚଲାଇ ଆସୁଛନ୍ତି। . . . . ଜଗନ୍ନାଥ ଙ୍କ ଦାୟୀତ୍ବ ହେଲା . . . ଲୋକଙ୍କ ଦୁଃଖ ସୁଖ ବୁଝିବା।
ବଳରାମ ଙ୍କ ଦାୟୀତ୍ବ ହେଲା . . . . ଲୋକଙ୍କୁ ଚାଷ ଶିଖାଇବା ।
ଲକ୍ଷ୍ମୀଙ୍କ ଦାୟୀତ୍ବ ହେଲା ... . . ଲୋକଙ୍କୁ ଧନଜନ ଦେବା ।
ଦିନେ ରାତିରେ ଧନର ଦେବୀ ଲକ୍ଷ୍ମୀ .....ସମସ୍ତଙ୍କ ଘରକୁ ଘର ଯାଇ ବୁଲୁଥାନ୍ତି । ବୁଲୁ ବୁଲୁ ଦେଖିଲେ . . . ଅଛୁଆଁ ଜାତି (ହାଡି-ପାଣ-କଣ୍ଡରା . . . ଇତ୍ୟାଦି) ଘରେ କେତେ ରଙ୍ଗବେରଙ୍ଗ ର ଫୁଲ ସବୁ ଆଙ୍କାଯାଇଛି . . . "I ଏସବୁ ଦେଖି ଲକ୍ଷ୍ମୀ ଅତି ଖୁସୀ ହେଲେ ଏବଂ ସେ ଘରକୁ ଅତିଥି ରୂପେ ଯାଇ ଧନଜନ ଦେଇ ଆସିଲେ. . . ॥ ସେହି ଦିନଠାରୁ ସେହି ଘରର ଲୋକମାନେ ଆଉ କାମକୁ ଗଲେ ନାହିଁ . . . .ସେମାନେ ସେହି ଧନ ସବୁ ,ଯେତେ ଖର୍ଚ୍ଚ କଲେ ସୁଧା ସରିଲା ନାହିଁ । ଯେତେବେଳେ ଏସବୁର କାରଣ ଗ୍ରାମବାସୀ ଜାଣିଲେ . . . . .ସେମାନେ ବି ସେହିପରି . . . ମାର୍ଗଶିର ମାସରେ . . . . ଫୁଲ ଝୁଣ୍ଟି ସବୁ ଆଙ୍କିବା ସହିତ ଉପବାସ କଲେ . . . . ଏମିତି ସାତ ଗୁରୁବାର ଉଷା କରିବାପରେ ଲକ୍ଷ୍ମୀ ଠାକୁରାଣୀ ଖୁସି ହେଲେ ଏବଂ ସେହି ଗ୍ରାମକୁ ଧନଧାନ୍ୟରେ ପରିଣତ କରିଦେଲେ . . . . ସେହିଦିନ ଠାରୁ ଗ୍ରାମବାସୀ କାମ ଦାମ ନ କରି ଆପେ ଆପେ ଚଳିଲେ ।
ଏହି କଥାଟି ଲକ୍ଷ୍ମୀ ଠାକୁରାଣୀ ବ୍ରାହ୍ମଣମାନଙ୍କ ଦ୍ବାରା ଚାରିଆଡ଼େ ପ୍ରଚାର କଲେ . . . .
ସେହିଦିନଠାରୁ ସମସ୍ତେ ମାର୍ଗଶିର ମାସରେ ଲକ୍ଷ୍ମୀ ଉଷା ଆରମ୍ଭ କଲେ. . . . ॥
ଆମେ କେବଳ ମାଧ୍ୟମ . . . . ଆମେ ସମସ୍ତ ପାଠକ ବର୍ଗଙ୍କୁ ସମ୍ମାନ କରୁ ।
ନଂ =>
1/ ତର୍କ :- ପୁରାଣ କୁ କିଏ ଲେଖିଥିଲେ ଏବଂ କେଉଁ ମସିହାରେ, ସେମିତି କିଛି ପ୍ରମାଣ ଅଛି କି ?
2/ତର୍କ: - ସଂସ୍କୃତ ଲିପି କଣ ପ୍ରାକୃତି ଲିପି-ଧମ୍ମଲିପି-ବ୍ରାହ୍ମି ଲିପି ଠାରୁ ପୁରୁଣା କି ? ଯଦି ପୁରୁଣା ତେବେ ସେହି ସେହି ଲିପିରେ କାହିଁକି ପୁରାଣ ଲେଖାଗଲା ନାହିଁ ।
3/ତର୍କ :- ଏହି କଥାଟି ଯଦି ସତ୍ୟ . . . ତେବେ ଇତିହାସ ବହିରେ ଲେଖା ଯାଉନାହିଁ, କାହିଁକି ?
4/ତର୍କ:- ମାର୍ଗଶିର ମାସରେ ଉଷା କରିବା ଦ୍ଵାରା ଯଦି ଧନ ଜନ ମିଳି ଥାନ୍ତା, ତେବେ ଉଷା କରୁଥିବା ଲୋକମାନେ ଏତେ ଗରୀବ କାହିଁକି ?
5/ତର୍କ :- ଯଦି ଦେବାଦେବୀ ସତରେ ଅଛନ୍ତି, ସଂସାରରେ ହେଉଥିବା ନାରୀ ଧର୍ଷଣ, ଲୁଣ୍ଠନ, ଅତ୍ୟାଚାର . . . .ଇତ୍ୟାଦି ରୋକି ପାରୁନାହାନ୍ତି କଣ ପାଇଁ ?
6/ତର୍କ :-ରାତ୍ରୀରେ ହିଁ ଦେବା -ଦେବୀ ମାନେ ବୁଲନ୍ତି କାହିଁକି ? ଦିନରେ କଣ ଲୋକଙ୍କୁ ଦେଖି ଡର ଲାଗେ କି ?
7/ତର୍କ: -ବିଭିନ୍ନ ଭଜନ-କୀର୍ତ୍ତନ କରି, ଯଦି ଦେବା ଦେବୀ ଖୁସୀ ହୋଇ ଧନ ବର୍ଷା କରିଥାନ୍ତି। ତେବେ ବ୍ରାହ୍ମଣ ଲୋକଙ୍କଠାରୁ ଭିକ ନିଏ କାହିଁକି?
8/ତର୍କ :- ଦେବା ଦେବୀ ମାନେ.... . ବ୍ରାହ୍ମଣ ଜାତିର ଲୋକମାନଙ୍କୁ ହିଁ ନିଜର ଦୂତ ବୋଲି ବାଛିଲେ କାହିଁକି ଏବଂ ସେମାନଙ୍କ ଦ୍ଵାରା ହିଁ ପୁରାଣ ସବୁକୁ ପ୍ରଚାର କରୁଛନ୍ତି ?କଣ ଦେବତାମାନେ ବି ଜାତିପତି କୁ ବିଶ୍ୱାସ କରନ୍ତି କି ?
ଏହିସବୁ ପ୍ରଶ୍ନର ଉତ୍ତର ଯଦି ଆପଣଙ୍କ ପାଖରେ ଥାଏ .. ତେବେ ଆମକୁ ଜଣାନ୍ତୁ (Comment Box). ନାସ୍ତିକ (ହେତୁବାଦୀ ଙ୍କ) ପ୍ରତି ଶକ୍ତ ଜବାବ ଦିଅନ୍ତୁ । ଆମେ କେବଳ ମାଧ୍ୟମ . . . . ଆମେ ସମସ୍ତ ପାଠକ ବର୍ଗଙ୍କୁ ସମ୍ମାନ କରୁ ।
Comments
Post a Comment