Skip to main content

ଭୋଟ ଦେବ କେଉଁଠି ?

ଆମ ଦେଶ 15Aug.1947 ରେ ସ୍ଵାଧିନତା ପାଇଥିଲା, ଦେଶର ଶାସନ ପାଇଁ ସେମିତି କିଛି ନିୟମ ବ୍ୟବସ୍ଥା ନ ଥିଲା, ପରେ ସମ୍ବିଧାନ(ଶାସନ ନିୟମ)' Dr. B.R Ambedkar ଙ୍କ ଦ୍ଵାରା ଲେଖା ଗଲା, ତାହାକୁ 26 Jan.1950 ମସିହାରେ ଲାଗୁ କରାଗଲା, ସେହି ଦିନଠାରୁ ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା,
Dr. B.R Ambedkar ଙ୍କ ଦ୍ଵାରା ଲିଖିତ ସମ୍ବିଧାନ ଅନୁସାରେ ପ୍ରତି 5 ବର୍ଷରେ ଥରେ ଦେଶ ଏବଂ ରାଜ୍ୟମାନଙ୍କ ରେ ନିର୍ବାଚନ ଅନୁଷ୍ଠିତ ହେବାର ବ୍ୟବସ୍ଥା ରଖାଗଲା, ପ୍ରତ୍ୟେକ ନିର୍ବାଚନରେ ଭାରତୀୟଙ୍କୁ ଭୋଟ ଦେବାର ଅଧିକାର ମିଳିବା ସହିତ ନିର୍ବାଚନରେ ପ୍ରାର୍ଥୀ ହେବାର ସୁଯୋଗ ମଧ୍ୟ ମିଳିଗଲା, ପ୍ରତି ନିର୍ବାଚନରେ ଭାରତୀୟମାନେ ନିଜ ଇଛାରେ ନୂଆ ସରକାର ବାଛି ନିଜକୁ ଶାସନ କରିବାର ସୁଯୋଗ ପାଇଲେ, 
ଦେଶର ସମ୍ବିଧାନ ଅନୁସାରେ ନିର୍ବାଚନ କରାଇବା ପାଇଁ ନିର୍ବାଚନ ଅଧିକାରୀ ପଦ ସୃଷ୍ଟି କରାଗଲା, 
 ସମ୍ବିଧାନ ରArticle.୩୨୪ ଅନୁସାରେ ପ୍ରତି ପାଞ୍ଚବର୍ଷ ରେ ଦେଶ ବା ରାଜ୍ୟମାନଙ୍କ ରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ, ନିର୍ବାଚନ କୁ ସୁ-ପରିଚାଳିତ କରିବା ପାଇଁ ଦେଶରେ ତିନି ଜଣ ନିର୍ବାଚନ ଅଧିକାରୀ ରହିଥାନ୍ତି । ସେମାନଙ୍କୁ ପ୍ରଧାନମନ୍ତ୍ରୀ, ବିରୋଧି ଦଳ ର ନେତା ଓ ସର୍ବୋଚ୍ଚ ନ୍ୟାୟାଳୟ ମୂଖ୍ୟ ଙ୍କ ମିଳିତ ବୈଠକ ମାଧ୍ୟମରେ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥାଏ | ସେମାନଙ୍କ କାର୍ଯ୍ୟକାଳ 6 ବର୍ଷ ହୋଇଥାଏ ,ସେମାନଙ୍କର ଯୋଗ୍ୟତା: -
- ଭାରତୀୟ ହୋଇଥିବା ଦରକାର
- ସେ Civil Service Exam ରେ ପାସ୍ କରିଥିବା ଦରକାର
- ଚରିତ୍ର ସ୍ବଚ୍ଛ ଏବଂ ସ୍ୱଚ୍ଛଟ ଥିବ
- ତାଙ୍କ ନାମରେ କୌଣସି ମାମଲା ନ ଥିବ
- ବୟସ ୩୫ ବର୍ଷରୁ ୬୫ ମଧ୍ୟରେ ରହିଥିବା ଦରକାର 
 ଦେଶର ଶାସନ ଏବଂ ନୂତନ ସରକାର ଗଠନ ପାଇଁ ସମ୍ବିଧାନ ଅନୁସାରେ ତିନି ସ୍ତରୀୟ ନିର୍ବାଚନ ଅନୁଷ୍ଠିତ ହୋଇଥାଏ।
(A) ଦେଶ ସ୍ତରରେ ... (MP-PM-ରାଷ୍ଟପତି-ଉପରାଷ୍ଟ୍ରପତି)
(B) ରାଜ୍ୟ ସ୍ତରରେ (MLA-CM)
(C) ଜିଲ୍ଲା ସ୍ତର ରେ ( ପରିଷଦ ସଭ୍ୟ - ସମିତି ସଭ୍ୟ -ସରପଞ୍ଚ -ୱାର୍ଡ)


ଦେଶ ସ୍ତର ନିର୍ବାଚନ ରେ ସଂସଦର ତିନୋଟି ଗୃହ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥାଏ,
(୧) ଲୋକସଭା ନିର୍ବାଚନ
(୨) ରାଜ୍ୟସଭା ନିର୍ବାଚନ
(୩) ରାଷ୍ଟ୍ରପତି ନିର୍ବାଚନ

(୧) ଲୋକସଭା ନିର୍ବାଚନ:-
ଏହି ନିର୍ବାଚନରେ ଆମେ MP ପ୍ରାର୍ଥୀ ମାନଙ୍କୁ ଭୋଟ ଦେଇ ବାଛି ଥାଉ। ସେମାନେ ସଂସଦରେ ଯାଇ ପ୍ରଧାନମନ୍ତ୍ରୀ, ବାଛି ଥାନ୍ତି|

(୨) ରାଜ୍ୟସଭା ନିର୍ବାଚନ: -
ଏହି ନିର୍ବାଚନରେ ବିଭିନ୍ନ ରାଜ୍ୟର MLA ମାନେ ଭୋଟ ଦେଇ ରାଜ୍ୟସଭାର ପ୍ରାର୍ଥୀ ମାନଙ୍କୁ ବାଛିଥାନ୍ତି।

(୩) ରାଷ୍ଟ୍ରପତି ନିର୍ବାଚନ: -
ଏହି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭା ର MP ଗଣ ଏବଂ ସମସ୍ତ MLA ମାନେ ଭୋଟ ଦେଇ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଙ୍କୁ ବାଛି ଥାନ୍ତି।

ଏହି ତିନି ନିର୍ବାଚନ ମଧ୍ୟରୁ ଲୋକସଭା ନିର୍ବାଚନ ରେ ହିଁ ଆମେ ଭୋଟ ଦେଇ MP ମାନଙ୍କୁ ବାଛି ଥାଉ।

(B) ରାଜ୍ୟ ସ୍ତରରେ (MLA-CM)
MLA :-
 ଆମ ରାଜ୍ୟରେ କେବଳ ବିଧାନସଭା ରହିଛି, ରାଜ୍ୟକୁ ଶାସନ କରିବାପାଇଁ ସେଠାରେ ଗୋଟେ ସରକାର ବାଛିଥାଉ, ରାଜ୍ୟରେ ହେଉଥିବା ନିର୍ବାଚନ ମାନଙ୍କରେ ଆମେ MLA ମାନଙ୍କୁ ଭୋଟ ଦେଇ ବାଛି ଥାଉ,

CM:- ସଂଖ୍ୟା ଗରିଷ୍ଠ ପାଇଥିବା ଦଳର MLA ମାନେ CM ବାଛି ଥାନ୍ତି |

(C) ଜିଲ୍ଲା ସ୍ତରରେ( ପରିଷଦ ସଭ୍ୟ - ସମିତି ସଭ୍ୟ -ସରପଞ୍ଚ -ୱାର୍ଡ)
ଏହି ନିର୍ବାଚନ କୁ ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ନିର୍ବାଚନ କୁହାଯାଏ। ଏଠାରେ ଆମେ ସମସ୍ତ ଚାରି ପ୍ରକାର ପ୍ରାର୍ଥୀ ଙ୍କୁ ଭୋଟ ଦେଇ ବାଛି ଥାଉ |
ଜିଲ୍ଲାସ୍ତରରେ ଜିଲ୍ଲା ପରିଷଦ ପ୍ରାର୍ଥୀ, ସମିତି ସ୍ତରରେ ସମିତି ସଭ୍ୟ ପ୍ରାର୍ଥୀ, ପଞ୍ଚାୟତ ସ୍ତରରେ ସରପଞ୍ଚ ପ୍ରାର୍ଥୀ, ୱାର୍ଡ ସ୍ତରରେ ୱାର୍ଡ ପ୍ରାର୍ଥୀ, ଇତ୍ୟାଦି,
ପରେ ଏମାନେ ତାଙ୍କ ସ୍ତରରେ ଯାଇ ଅଧକ୍ଷ, ଉପାଧ୍ୟକ୍ଷ ମାନଙ୍କୁ ବାଛି ଥାନ୍ତି।
ସମ୍ବିଧାନର ନିୟମ ଅନୁସାରେ ,  
ସରକାର ଗଠନ ପାଇଁ ଦେଶ ତଥା ରାଜ୍ୟରେ ବିଭିନ୍ନ ନିର୍ବାଚନରେ ଦଳ ଗତ ଅଂଶଗ୍ରହଣ କରିବାର ବ୍ୟବସ୍ଥା ରହିଛି ,
ନିର୍ବାଚନମାନଙ୍କରେ ରେ ପ୍ରତିଯୋଗିତା କରିବା ପାଇଁ ଭାରତୀୟମାନେ ଭିନ୍ନ ଭିନ୍ନ ନିତୀ ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ଭିନ୍ନ ଭିନ୍ନ ନାମରେ ଦଳ ସୃଷ୍ଟି କଲେ, ଦଳମାନେ ନିର୍ବାଚନ କମିଶନଙ୍କ ଠାରେ ପଞ୍ଜିକରଣ କରି ନିର୍ବାଚନୀ ଚିହ୍ନ ହାସଲ କରିବାର ବ୍ୟବସ୍ଥା ରଖାଗଲା, ତାପରେ ନିର୍ବାଚନରେ ଏକ ସ୍ୱତନ୍ତ୍ର ନିୟମ ଅନୁସାରେ ପ୍ରଚାର ପ୍ରସାର କରିବା ପାଇଁ କୁହାଗଲା, ଏହାର ଉଲ୍ଲଘଂନ କଲେ ଦଣ୍ଡିତ ହେବାର ବ୍ୟବସ୍ଥା ମଧ୍ୟ ରଖାଗଲା,

ଆମ ଦେଶ ଏବଂ ଓଡ଼ିଶା ରାଜ୍ୟରେ ମୂଖ୍ୟତଃ ହାତ ଗଣତି ଦଳ ମାନେ ହିଁ ମୂଖ୍ୟ ଭାବେ ନିର୍ବାଚନରେ ଅଂଶଗ୍ରହଣ କରୁଥିବାର ଦେଖାଯାଏ, ସେମାନେ ହେଲେ: -
ଭାରତୀୟ ଜନତା ପାର୍ଟି (ବିଜେପି) : ଏହି ଦଳ 1980:Atal Bihari Vajpayee ଏବଂ Lal Krishna Advani ଦ୍ୱାରା ସ୍ଥାପନ କରାଯାଇଥିଲା ,ଏହା ଏକ ଦକ୍ଷିଣ ପନ୍ଥି ଋଷି ମନୁ ଙ୍କ ଚିନ୍ତାଧାରା ହିନ୍ଦୁତ୍ୱ , ଅର୍ଥନୈତିକ, କୋଠର ବାଦୀ ଏବଂ ଜାତୀୟ ସୁରକ୍ଷା ଉପରେ ଆଭିମୁଖ୍ୟ ରଖେ। ଏହି ଦଳ କୁ RSS ର ସମର୍ଥନ ରହିଛି ,ଏହି ଦଳ ଜାତି- ଧର୍ମ-ବର୍ଣ୍ଣ ବ୍ୟବସ୍ଥାକୁ ସମର୍ଥନ କରେ, ଏହାର ରାଜନୈତିକ ଚିହ୍ନ: -ପଦ୍ମ ଫୁଲ, ଏହି ଦଳ କୁ କେତେକ ଲୋକ ଉଚ୍ଚ ବର୍ଣ୍ଣ ଏବଂ ପୁଞ୍ଜିପତି ମାନଙ୍କ ଦଳ ବୋଲି ବି ଆକ୍ଷେପ କରିଥାନ୍ତି।


ଭାରତୀୟ ଜାତୀୟ କଂଗ୍ରେସ (INC) : ଏହି ଦଳ ର ସ୍ଥାପନ :୧୮୮୫ ରେ -ଉଭୟ ଇଂରେଜ ଏବଂ ସ୍ୱାଧିନ ସଂଗ୍ରାମୀଙ୍କ ଦ୍ୱାରା ହୋଇଥିଲା, ପରେ ଏହି ଦଳ RSS ର ସ୍ଥାପନ କରିଥିଲା । ମହାତ୍ମା ଗାନ୍ଧୀଙ୍କ ଧର୍ମନିରପେକ୍ଷ ଚିନ୍ତାଧାରା ଯୁକ୍ତ ଦଳ ଭାବରେ ପରିଚିତ ଏହାର ନିର୍ବାଚନ ଚିହ୍ନ: - ହାତ, ଏହା ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ତଥା ଅନ୍ତର୍ଭୂକ୍ତ ଅର୍ଥନୀତି ପ୍ରଚାର କରି ଭାରତୀୟ ରାଜନୀତିରେ ଏକ ପ୍ରମୁଖ ଦଳ ହୋଇପାରିଛି। ଏହି ଦଳ ଧର୍ମ କୁ ବିରୋଧ କରି ଜାତି ଏବଂ ବର୍ଣ୍ଣ ବ୍ୟବସ୍ଥାକୁ ସମର୍ଥନ କରେ। ଏହି ଦଳକୁ କେତେକ ଲୋକ BJP ଦଳର ମାତା ଏବଂ ଇଂରେଜମାନଙ୍କ B-team ଦଳ ବୋଲି ଆକ୍ଷେପ କରି କହିଥାନ୍ତି,


ବହୁଜନ ମୁକ୍ତି ପାର୍ଟି (BMP): ଏହା 2016 ରେ ST-SC-OBC- Minority ମାନଙ୍କର ସଙ୍ଗଠନ BAMCEF ଦ୍ୱାରା ସ୍ଥାପନ କରାଯାଇଥିଲା ଓ ନିର୍ବାଚନ ଚିହ୍ନ ଖଟ ଅଟେ -ଏହା ଏକ ଜାତୀୟ ବହୁଜନ (st-sc-obc-minority) ମାନଙ୍କ ଦଳ, ଏହି ଦଳ କୁ ଭାରତର ସର୍ବବୃହତ୍ ସଙ୍ଗଠନ BAMCEF (ମୂଳନିବାସୀ ଙ୍କ ସଙ୍ଗଠନ) ର ସମର୍ଥନ ରହିଛି, ଏହା କୋଠର ଆମ୍ବେଦକର ବାଦୀ ଚିନ୍ତାଧାରା ଯୁକ୍ତ ଦଳ, ଏହି ଦଳ ସମ୍ବିଧାନ କୁ ରକ୍ଷା ପାଇଁ ପ୍ରଥମେ ଆଗକୁ ଆସେ, ଏହି ଦଳ ଧର୍ମ-ଜାତି-ବର୍ଣ୍ଣ ବ୍ୟବସ୍ଥା ର ପାଖଣ୍ଡବାଦ ଓ ବ୍ରାହ୍ମଣବାଦ ର ଘୋର ବିରୋଧି , ଏମିତିକି ନିଜ ସଙ୍ଗଠନ ବା ଦଳରେ ବ୍ରାହ୍ମଣ ଙ୍କ ପ୍ରବେଶକୁ ନିଷିଦ୍ଧ କରିଥାଏ, କାରଣ ସେ ବ୍ରାହ୍ମଣ ଙ୍କୁ ବିଦେଶୀ ଲୋକ ବୋଲି ମାନେ ,କେତେକ ଲୋକ ଏହି ଦଳ କୁ ଭାରତର ଦଳିତ ଏବଂ ଗରିବ ମାନଙ୍କ ଦଳ ବୋଲି ଆକ୍ଷେପ କରି କହିଥାନ୍ତି


ବିଜୁ ଜନତା ଦଳ(BJD): -ଏହି ଦଳ 1997 ରେ ବିଜୁ ପଟ୍ଟନାୟକଙ୍କ ପୁତ୍ର ନବୀନ ପଟ୍ଟନାୟକ ଦ୍ୱାରା ସ୍ଥାପନ କରାଯାଇଥିଲା: -ଓଡ଼ିଶାର ବିଶିଷ୍ଟ ନେତା ବିଜୁବାବୁଙ୍କର ନାମ ଅନୁସାରେ ଏହି ଦଳ ଗଠନ କରାଯାଉଛି, ଏହା ଏକ ଆଞ୍ଚଳିକ ଦଳ ଅଟେ, ଏହି ଦଳ ଓଡ଼ିଶାର ଭାଗିଦାରୀ ,ଉନ୍ନତି, ଏବଂ ବିଜୁବାବୁଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ , ଏହି ଦଳ ଗଠନ କରାଯାଇଛି, ଏହି ଦଳର ଚିନ୍ତା ଧାରା କିଛି ମାତ୍ରାରେ BJP ର ଚିନ୍ତାଧାରା ସହିତ ସମାନ ,
ଆମ୍ ଆଦମୀ ପାର୍ଟି (AAP) : ଦୁର୍ନୀତି ନିବାରଣ, ଅଂଶଗ୍ରହଣକାରୀ ଶାସନ ଏବଂ ଗରିବ-ବିରୋଧୀ ନୀତି ଉପରେ ଧ୍ୟାନ ଦେଇ ଏକ ଅପେକ୍ଷାକୃତ ନୂତନ ଦଳ। କାର୍ଯ୍ୟକର୍ତ୍ତା ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଏହା ବାହାରିଛି।

କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ) ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) (ସିପିଆଇ) : ବାମପନ୍ଥୀ ଦଳ ସମାଜବାଦୀ ନୀତି, ଧର୍ମନିରପେକ୍ଷତା ଏବଂ ଶ୍ରମିକ ଏବଂ କୃଷକଙ୍କ ଅଧିକାର ପାଇଁ ଲଢେଇ କରନ୍ତି।ଏହି ଦଳ ଧର୍ମକୁ ବିରୋଧ କରି ଜାତି ଓ ବର୍ଣ୍ଣ ବ୍ୟବସ୍ଥାର ସମର୍ଥନ କରେ, ଏହାର ସ୍ଥାପନା ବ୍ରାହ୍ମଣଙ୍କ ଦ୍ୱାରା ହୋଇଥିବାରୁ ଏହାକୁ ବ୍ରାହ୍ମଣବାଦୀ ଦଳ ମଧ୍ୟ କୁହାଯାଏ, '

ବହୁଜନ ସମାଜ ପାର୍ଟି (ବିଏସପି) : ଏହି ଦଳ ମୁଖ୍ୟତଃ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ଶ୍ରେଣୀର ସ୍ୱାର୍ଥକୁ ପ୍ରତିନିଧିତ୍ୱ କରେ | ଦଳିତ ସମ୍ପ୍ରଦାୟ ଗୁଡିକ ସମ୍ମୁଖୀନ ହେଉଥିବା ସାମାଜିକ ଏବଂ ଅର୍ଥନୈତିକ ପାର୍ଥକ୍ୟ କୁ ସମାଧାନ କରିବାକୁ ଏହା ଲକ୍ଷ୍ୟ ରଖି ଥାଏ |ଏହାର ସ୍ଥାପନା ଜଣେ ଦଳିତ ନେତା ମାନ୍ୟବର କାଶୀରାମ ଦ୍ଵାରା ସ୍ଥାପିତ ହୋଇଥିଲା, ସେତେବେଳେ ଏହାକୁ BAMCEF ର ପୂର୍ଣ୍ଣ ସମର୍ଥନ ଥିଲା, ପରେ ଅର୍ଥାତ୍ କାଶିରାମ ଙ୍କ ମୃତ୍ୟୁ ପରେ ଏହି ଦଳର ନେତୃତ୍ୱ ସୁଶ୍ରୀ ମାୟାବତୀଙ୍କ ହାତକୁ ଯାଇଥିଲା, ସେତେବେଳେ ଦଳର ଚିନ୍ତାଧାରାରେ ବ୍ରାହ୍ମଣଙ୍କ ଚିନ୍ତାଧାରାକୁ ସାମିଲ କରିଥିଲା, ଅର୍ଥାତ୍ ବହୁଜନ ସ୍ଥାନରେ ସର୍ବଜନ ହିତାୟ ର ନାରା କୁ ସାମିଲ କରିଥିଲା, ଏହି କାରଣରୁ BAMCEF ର ସମର୍ଥନ ପ୍ରତ୍ୟାହାର କରି BMP (ବହୁଜନ ମୁକ୍ତି ପାର୍ଟି) ନାମକ ନୂତନ ଦଳ ଜାତୀୟ ସ୍ତରରେ ତିଆରୀ କରିଥିଲା।

ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) : ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ ଏବଂ ଆଞ୍ଚଳିକ ବିକାଶ ଉପରେ ଧ୍ୟାନ ଦେଇ ଥାଏ , ମୁଖ୍ୟତଃ ମହାରାଷ୍ଟ୍ରରେ ପ୍ରଭାବଶାଳୀ |
ଶିବସେନା : ପ୍ରାରମ୍ଭରେ ମହାରାଷ୍ଟ୍ରର ଏକ ଆଞ୍ଚଳିକ ଦଳ, ଏହା ହିନ୍ଦୁ ସ୍ୱାର୍ଥ ଏବଂ ଆଞ୍ଚଳିକ ଅର୍ଥନୈତିକ ପାଇଁ କାର୍ଯ୍ୟ କରେ 'ଏହା ଏକ ଦକ୍ଷିଣପନ୍ଥୀ ଜାତୀୟବାଦୀ ଦଳରେ ପରିଣତ ହୋଇଛି।
ତ୍ରୁଣମୂଳ କଂଗ୍ରେସ (ଟିଏମସି) : ମମତା ବାନାର୍ଜୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ଏକ ଆଞ୍ଚଳିକ ଦଳ ଆଞ୍ଚଳିକ ସ୍ୱାଧିନତା, ଧର୍ମନିରପେକ୍ଷତା ଏବଂ ଅନ୍ତର୍ଭୂକ୍ତ ବିକାଶ ନୀତି ଉପରେ ଧ୍ୟାନ ଦେଇ ଜଣାଶୁଣା।

ନିର୍ବାଚନ ମାନଙ୍କରେ ବିଭିନ୍ନ ଦଳଙ୍କ ବିଭିନ୍ନ ପ୍ରକାରର ପ୍ରଚାର କରିଥାନ୍ତି: -
କିଏ ବିଭିନ୍ନ ଗ୍ୟାରେଣ୍ଟି କଥା କୁହେ,
କିଏ ଟଙ୍କା ପ୍ରଦାନ କରିବା କଥା କୁହେ 
=>ମଦ-ମାଂସ ଦେଇ ଭୋଟ ଦେବାକୁ କୁହେ 
=> ଜାତି-ଧର୍ମ ନାମରେ
= >ପୂର୍ବ କାମ କୁ ଦେଖାଇ
=> ଭବିଷ୍ୟତ ଯୋଜନା କଥା କହି
=> ଦେଶର ଉନ୍ନତି କଥା କହି
=> ବିରୋଧିଦଳ ଙ୍କୁ ସମାଲୋଚନା କରି
......... ଇତ୍ୟାଦି ଇତ୍ୟାଦି ମୋଦା କରି ଦଳ ମାନେ ଭୋଟରଙ୍କୁ ହାତେଇବାକୁ ଚେଷ୍ଟା କରିଥାନ୍ତି,

ବିଭିନ୍ନ ଦଳଙ୍କ ର ପ୍ରଚାର ପ୍ରସାର ଶୁଣିଲା ପରେ, ଜଣେ ସାଧାରଣ ଭୋଟର ମନରେ ପ୍ରଶ୍ନ ଆସେ, କେଉଁ ଦଳ ର ପ୍ରାର୍ଥୀ ଙ୍କୁ ବାଛିବା ଉଚିତ୍ ହେବ ?
ଏଥିପାଇଁ ଦୁଇଟି ଯୁକ୍ତି ତର୍କ ଉପସ୍ଥାପନା କରାଯାଏ: -ଏହି ଯୁକ୍ତି ରୁ ଆମେ ଜାଣିବା ପାର୍ଥୀ ବାଛିବା ପାଇଁ ଦଳ ର ବିଚାର ଧାରାକୁ ଦେଖିବା ନା ଦଳ ପ୍ରାର୍ଥୀଙ୍କୁ : -
ମୋ ମତରେ ବ୍ୟାକ୍ତି ବା ପାର୍ଥୀଙ୍କୁ ନ ଦେଖି କେବଳ ଦଳର ବିଚାରଧାରା ଏବଂ ସ୍ଵଚ୍ଛତା କୁ ଦେଖିବା ଦରକାର ...... 
ଯେମିତି
( ସ୍ଥାୟୀ ପ୍ରମାଣ ବିନା ଜମି କିଣି ହେବ ନାହିଁ କି ବିକି ହେବ ନାହିଁ )।

ଯେଉଁ ଦଳ ମାନେ ନିର୍ବାଚନ ମାନଙ୍କରେ ଆପଣଙ୍କୁ ଲୋଭାଇବା ପାଇଁ କେବଳ ଘୋଷଣା କରି ଚାଲିଛନ୍ତି,ତାହର ପ୍ରମାଣ ସ୍ୱରୂପ Court Stamp paper ରେ ଲେଖିକରି ଦେବାକୁ କୁହନ୍ତୁ, 

ଯୁକ୍ତି- 1
ଯଦି Court Stamp paper ରେ ସେହି ଦଳ ନିଜର ନିର୍ବାଚନୀ ମୋଦା ସବୁକୁ ଲେଖି ଚୁକ୍ତି ସ୍ବାକ୍ଷରିତ କରୁଛି, ତେବେ ଜାଣିଯିବ ସେହି ଦଳ ଟି ନିଶ୍ଚିତ ଭାବରେ କାମ କରିବା ପାଇଁ ବାଧ୍ୟ ହେବ, ସେ ମୋଟେ ଠକିବ ନାହିଁ , କାରଣ ଠକିଲେ ସେ ଚୁକ୍ତି ଅନୁସାରେ ଜେଲ ଯିବ, ତେଣୁ ସେ ଜନତା ଙ୍କୁ ନ ଠକି,ସ୍ଵଚ୍ଛ ଶାସନ ଦେବାକୁ ବାଧ୍ୟ ହେବ,

ଯୁକ୍ତି-2

ଯଦି Court Stamp paper ରେ ଚୁକ୍ତି ସ୍ବାକ୍ଷରିତ କରିବା ପାଇଁ ଡରିଲା , ତେବେ ଜାଣି ଯିବ , ସେ ଦଳଟି କ୍ଷେମତା ଲୋଭ ରେ ଆପଣଙ୍କୁ ଠକି ଭୋଟ ନେବା ପାଇଁ ଚେଷ୍ଟା କରୁଛି | ସେ ଜିତିଲା ପରେ ନିର୍ଭୟରେ ଦେଶର ସମ୍ପତ୍ତି ଲୁଣ୍ଠନ କରିବାରେ ତିଳେ ହେଲେ ଲଜ୍ଜା କରିବ ନାହିଁ

ଏହି ସବୁ କଥାକୁ ଦୃଷ୍ଟି ଦେବା ଦରକାର, ତା ପରେ ଭୋଟ କାହାକୁ ଦେବେ ନିଜେ ଜାଣି ପାରିବେ... . 
..........

Comments

Main menu

ଚାଷବାସ : -ସ୍ଵାଧୀନ ରୋଜଗାର ର ରାସ୍ତା

ସ୍ଵାଧିନ  ରୋଜଗାର ର ରାସ୍ତା :-ଚାଷବାସ                   କେଉଁ ଅନାଦି କାଳରୁ ଲୋକମାନଙ୍କର  ରୋଜଗାର କରିବାର ମୂଖ୍ୟ ପନ୍ଥା ଥିଲା . . . ଚାଷ ପ୍ରଣାଳୀ ତା ପରେ ବେପାର ବଣିଜ । ସେତେବେଳେକା ଚାଷ ପ୍ରଣାଳୀ ଠାରୁ ଏବେକା ଚାଷ ପ୍ରଣାଳୀ ବେସ ଉନ୍ନତ ।ଏବେକା ଦେଶ ଦୁନିଆ ପରିସ୍ଥିତିକୁ ଦେଖିଲେ ... ଜନସଂଖ୍ୟାର ବୃଦ୍ଧିକୁ ଦୃଷ୍ଟିରେ ରଖି ଖାଦ୍ୟ ଓ ରୋଜଗାର ରେ ଅନେକ ସମସ୍ୟା ଦେଖାଦେଇଛି। ତାହାର ସମାଧାନ ପାଇଁ ସରକାରଙ୍କ ଉପରେ ଭରଷା ନ କରି . . . ନିଜନିଜର ସ୍ଥାୟୀ ବ୍ୟବସ୍ଥା କରିବା ବୁଦ୍ଧିମାନର ଲକ୍ଷଣ ହୋଇଥାଏ। ଚାକିରୀ କଥା ନ କହିଲେ ଚଳେ।ଆଉ ବେପାର କଥା. . . . ବ୍ୟାଙ୍କଲୋନ ସମସ୍ତଙ୍କୁ ମିଳିବା କଷ୍ଟକର। ଆଉ ରହିଲା . . . . କାମଦାମ କରି ଚଳିବା କଥା, ତାହା ବି କିଛି ଗେରେଣ୍ଟି ନାହି. . . ଦିନେ କାମ ମିଳିଲା ଯଦି ପାଞ୍ଚଦିନ ଘରେ ବସିରହିବାକୁ ପଡୁଛି। . . . . ଏମିତି ପରିସ୍ଥିତିକୁ ଆଖି ଆଗରେ ରଖି. . . . ଆମକୁ ଅନ୍ୟ ରାସ୍ତା ଦେଖିବାକୁ ଗଲେ . . . . କେବଳ ଚାଷବାସ ହିିଁ ନଜରକୁ ଆଶୁଛି। ଚାଷ କାମ ରେ କେତେକ ଫାଇଦା :- କ) କାହାରି ଅଧିନରେ ନ ରହି ,ସ୍ଵାଧିନ ଭାବରେ କାର୍ଯ୍ୟ କରିହେବ,  ଖ) ନିତି   କାମ ଦାମ ଖୋଜିବାର ଆବଶ୍ୟକ ପଡିବ ନାହିଁ। ଗ) ବାହାରିଆ ଖର୍ଚ୍ଚ ରୁ ମୁକ୍ତି। ଘ) ଅରିଜିନାଲ ଖାଦ୍ୟ ମିଳିଲା, ସ୍ୱାସ୍ଥ୍ୟ ବି ଠିକ...

ମାର୍ଗଶିର ମାସରେ ଗୁରୁବାର ଉଷା କରିବା. . . .ଏକ ଅନ୍ଧବିଶ୍ୱାସ କି ?

ମାର୍ଗଶିର ମାସରେ  ଗୁରୁବାର ଉଷା କରିବା. . . .ଏକ ଅନ୍ଧବିଶ୍ୱାସ କି ?        ଶୁଣାଯାଏ, ମାର୍ଗଶୀର ମାସ ଗୁରୁବାରରେ . . . ଉଷା କରିଲେ . . . . ଧନର ଦେବୀ , ସେହି ଘରକୁ ଧନ- ଦୌଲତ ବର୍ଷା କରନ୍ତି। ଆଉ ଯେଉଁ ଘର ର ପରିବାର ଉଷା କରନ୍ତି ନାହିଁ . . . ସେ ପରିବାର ରେ ଧନ ସବୁବେଳେ ଅଭାବ ରହିଥାଏ. . . . . ଏହା ଅନ୍ଧବିଶ୍ୱାସ ନା ସତ୍ୟକଥା. . . ତାହାକୁ ଆଲୋଚନା କରିବା ।                 ତାହା ପୂର୍ବରୁ ଗୁରୁବାର ଉଷାର ଲୋକକଥା କୁ ଟିକେ ଆଲୋଚନା କରିବା. . . . . ଭଗବାନ (ଜଗନ୍ନାଥ), ବଡ ଭାଇ (ବଳରାମ) ଏବଂ ସ୍ତ୍ରୀ (ଲକ୍ଷ୍ମୀ ). . ଏମାନେ ସଂସାରର କୁ ଚଲାଉ ଥିଲେ ଏବଂ ଚଲାଇ ଆସୁଛନ୍ତି। . . . . ଜଗନ୍ନାଥ ଙ୍କ ଦାୟୀତ୍ବ ହେଲା . . . ଲୋକଙ୍କ ଦୁଃଖ ସୁଖ ବୁଝିବା। ବଳରାମ ଙ୍କ ଦାୟୀତ୍ବ ହେଲା . . . . ଲୋକଙ୍କୁ ଚାଷ ଶିଖାଇବା । ଲକ୍ଷ୍ମୀଙ୍କ ଦାୟୀତ୍ବ ହେଲା ... . . ଲୋକଙ୍କୁ ଧନଜନ ଦେବା ।                  ଦିନେ ରାତିରେ ଧନର ଦେବୀ ଲକ୍ଷ୍ମୀ .....ସମସ୍ତଙ୍କ ଘରକୁ ଘର ଯାଇ ବୁଲୁଥାନ୍ତି । ବୁଲୁ ବୁଲୁ ଦେଖିଲେ . . . ଅଛୁଆଁ ଜାତି (ହାଡି-ପାଣ-କଣ୍ଡରା . . . ଇତ୍ୟାଦି) ଘରେ କେତେ ରଙ୍ଗବେରଙ୍ଗ ର ଫୁଲ ସବୁ ଆଙ୍କାଯାଇଛି . . . "I ଏସବୁ ଦେଖି ଲକ୍ଷ...

ବିଦେଶୀ ବ୍ରାହ୍ମଣଙ୍କ କବ୍ଜା ରେ ଭାରତ !

ବିଦେଶୀ ବ୍ରାହ୍ମଣଙ୍କ କବ୍ଜା ରେ ଭାରତ ଇତିହାସ ରୁ ଜଣା ଯାଏ ବ୍ରାହ୍ମଣ, ମୋଗଲ, ଇଂରେଜ, ପର୍ତ୍ତୁଗୀଜ, ଇତ୍ୟାଦି ବିଦେଶୀ , ସେମାନେ ଆମ ଦେଶକୁ ବିଭିନ୍ନ ଉଦେଶ୍ୟ ରେ ଆଶିଥିଲେ । ସେମାନଙ୍କ ମଧ୍ୟରୁ ବ୍ରାହ୍ମଣଙ୍କୁ ଛାଡି ସମସ୍ତ ବିଦେଶୀ ଭାରତ ଛାଡି ଚାଲି ଯାଇଥିବାର କୁହାଯାଉଛି ,ଅର୍ଥାତ ବ୍ରାହ୍ମଣ (ଆର୍ଯ୍ଯ) ନାମକ ବିଦେଶୀ ଏ ପର୍ଯ୍ୟନ୍ତ ଭାରତ ରୁ ଯାଇଥିବାର ଲେଖାଯାଇ ନାହିଁ, ତା ଅର୍ଥ ବ୍ରାହ୍ମଣ ନାମକ  ବିଦେଶୀ ଏ ପର୍ଯ୍ୟନ୍ତ ଭାରତରେ ଅଛନ୍ତି, ସେମାନେ ଭାରତ ରେ ରହି କଣ କରୁଛନ୍ତି, ଆଶନ୍ତୁ ଜାଣିବା: - Times of India ରେ ପ୍ରକାଶିତ DNA Report ଅନୁସାରେ କୁହାଯାଇଛି, ଭାରତର ଐତିହାସିକ ସହର ହରିୟାନା ରାଜ୍ୟ ଏସାର ଜିଲ୍ଲା ର ରାଖିଗଡି ରେ ୪୦୦୦ ବର୍ଷ ତଳର କଙ୍କାଳ ର DNA L3MN, ଯେଉଁଟାକି ବ୍ରାହ୍ମଣଙ୍କ (ଆର୍ଯ୍ୟ)DNA R1A1 ଠାରୁ ପୁରା ପୁରି ଭିନ୍ନ, ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି.ବ୍ରାହ୍ମଣମାନେ ବିଦେଶୀ ଲୋକ ବୋଲି, ଏହି DNA R1A1 ,ଖାସ କରି ରୁଷିଆ ଦେଶ ପାଖରେ ଥିବା କଳା ସମୁଦ୍ର କୂଳରେ ବାସ କରୁଥିବା ଲୋକମାନଙ୍କ ଠାରେ ଦେଖିବାକୁ ମିଳେ, ଅର୍ଥାତ୍ ବ୍ରାହ୍ମଣ ଭାରତ ର ମୂଳ ବାସିନ୍ଦା ନୁହଁନ୍ତି, ସେମାନେ ବିଦେଶୀ ଲୋକ, ଏସିଆ-ୟୁରୋପ ମହାଦେଶ ମଧ୍ୟରେ ଅବସ୍ଥିତ ୟୁରେସିଆ ହିଁ ବ୍ରାହ୍ମଣଙ୍କର ମୂଳ ଜନ୍ମସ୍ଥାନ,ଆଉରି ମଧ୍ୟ କୁହାଯାଇଛି ତାଙ୍କ ଘରେ ରହୁଥିବା ମହିଳା ମାନଙ୍କର ...

About Us

Odia Trend ବ୍ଲୋଗ୍ ରେ ଆପଣଙ୍କୁ ସ୍ଵାଗତ,  Odia Trend ବ୍ଲୋଗ୍ ରେ ବିଭିନ୍ନ ଶିକ୍ଷା (Education) ସମନ୍ଧ୍ଵିତ ଲେଖା ମାନ ମିଳିପାରିବ ।ଆମଲେଖା ଗୁଡ଼ିକ ଭଲ ଲାଗୁଥିଲେ Odia Trend କୁ Follow up  କରନ୍ତୁ ଏବଂ ନିଜର ଲେଖା ପଠାଇବା ପାଇଁ ତଳ E-mail  ଠିକଣା ଯୋଗାଯୋଗ କରନ୍ତୁ। #Education - #Income- #Farming - #Health-# History - #Logic-#Gadgets reviews - # motivation story...etc ଏହି ବାବଦରେ  ନିଜର କିଛି ଲେଖା ପଠାଇବାର ଥିଲେ। ଯୋଗାଯୋଗ ଠିକଣା: odiatrend135@gmail.com, . . .ରେ ପଠାଇ ପାରିବେ ।  

ମହିଷାସୁର କିଏ ? ଦୁର୍ଗା କିଏ ? ଆର୍ଯ୍ୟ କିଏ ?

ମହିଷାସୁର ବଙ୍ଗଳାର,ଗୋଣ୍ଡୱାନା ଅଞ୍ଚଳର,ସୋନ୍ଥାଲ ଜନଜାତିର ଜଣେ ଶକ୍ତିଶାଳୀ ରାଜା ଥିଲେ । ଯାହାଙ୍କର ଶାସନ ମଧ୍ଯ ଭାରତରେ ଥିଲା,ସେ ନିଜ ରାଜ୍ୟର ପଶୁ-ପକ୍ଷୀ ଓ ପ୍ରକୃତି ପ୍ରେମୀ ରାଜା ଥିଲେ ।  ରାଜ୍ୟରେ ଭଲ ବ୍ୟବସ୍ଥା ଓ ସବୁକିଛିର ସୁବିଧା ଥିଲା,ସେଥିପାଇଁ ତାଙ୍କ ପ୍ରଜାମାନେ ତାଙ୍କ ଉପରେ ଖୁସି ଥିଲେ ।ମହୀଶୁର ସହରର ନାମ ତାଙ୍କରି ନାମରେ ରଖାଯାଇଥିଲା । ଏଠାରେ ମହିଷାସୁର ଶହୀଦ ଦିବସ ପାଳନ କରାଯାଏ । ମହିଷାସୁରଙ୍କୁ ଜଣେ ମହାନ ଉଦାରବାଦୀ ଦ୍ରାବିଡ଼ ଶାସକ ଭାବରେ ମଧ୍ଯ ଜଣାଯାଏ । କିନ୍ତୁ ହିନ୍ଦୁ ପୁରାଣ ତାଙ୍କୁ ରାକ୍ଷସ ଭାବରେ ଚିତ୍ରଣ କରିଛି । ଏତେ ଭଲ ଓ ମହାନ ରାଜାଙ୍କୁ ବ୍ରାହ୍ମଣମାନେ ଖଳନାୟକ କେମିତି ଓ କାହିଁକି କଲେ ???  ଏହି ପରିପ୍ରେକ୍ଷୀରେ,ସବଲ୍ଟର୍ନ ସଂସ୍କୃତିର ଲେଖକ ତଥା ଗବେଷକ ଯୋଗେଶ ସାର୍ କୁହନ୍ତି ଯେ "ଏହାକୁ ବୁଝିବା ପାଇଁ ଆପଣଙ୍କୁ ସୁର ଓ ଅସୁର ସଂସ୍କୃତି ମଧ୍ୟରେ ଥିବା ସଂଘର୍ଷକୁ ବୁଝିବାକୁ ପଡ଼ିବ ।"  ମହିଷାଙ୍କ ରାଜ୍ୟରେ ଅସୁରମାନଙ୍କର ବହୁ ସଂଖ୍ୟକ ମଇଁଷି ଥିଲେ। ମୈସୁରର ଚାମୁଣ୍ଡି ମନ୍ଦିର ନିକଟରେ ଏକ ମହିଷାସୁର ମୂର୍ତ୍ତି ସ୍ଥାପନ କରାଯାଇଛି, ଯାହାଙ୍କ ସମ୍ମୁଖରେ ମହିଷାସୁର ଶହୀଦ ଦିବସ ପାଳନ କରାଯାଏ । କନ୍ନଡ ଲେଖକ ତଥା ଇତିହାସକାର ବିଜୟ ମହେଶ କହିଛନ୍ତି ଯେ ମହିଷାସୁର ଶବ୍ଦ ହେଉଛି ଗୋଣ୍ଡି ଶବ୍ଦ ଯେଉଁଥିରେ ''ମହୀ'' ଶ...

ଅଳ୍ପ ପରିଶ୍ରମ ରେ ଅଧିକ ଲାଭ।

 ଦେଖାଦେଇଛି,           ସମାନ ଶିକ୍ଷା ପାଇଥିବା ପିଲାମାନେ ସେମାନଙ୍କର ରୋଜଗାର କରିବାର ପଦ୍ଧତି ସେମାନଙ୍କ ବୁଦ୍ଧି ବିବେକ ଉପରେ ନିର୍ଭର କରେ । ଏହି ବୁଦ୍ଧି ବିବେକ ନିଜ ଅବିଜ୍ଞତା ରୁ ହିଁ ମିଳିଥାଏ।        ଏହି କଥାକୁ ନେଇ ଆନ୍ଦ୍ରପ୍ରଦେଶର ଗୋଟିଏ ସତ୍ୟ ଘଟଣାର ରୋଚକ କାହାଣୀ ଶୁଣିବା ହେଉ. . . . . . . . ଗୋଟିଏ ଗ୍ରାମରେ ଦୁଇଟି ପିଲା ରହୁଥିଲେ, ସେମାନେ ସମାନ ବୟସର ଏବଂ ସମାନ ଶ୍ରେଣୀରେ ପଢ଼ୁଥିଲେ। ସାଙ୍ଗ ହୋଇ ମେଟ୍ରିକ ପାସ କରି, ଅଲଗା ଅଲଗା ସ୍ଥାନରେ କଲେଜ ପଢିଲେ । ଜଣେ ବିଜ୍ଞାନ ବିଶୟ ଅନ୍ୟ ଜଣେ ବାଣିଜ୍ୟ । ଶିକ୍ଷା ଶେଷ ପରେ ଦୁଇଜଣ ଯାକ ବଡ ବଡ ପଦବୀରେ ଚାକିରୀ କଲେ । ଦୁଇଜଣଙ୍କ ମଧ୍ୟରେ ଜଣେ ବିଜ୍ଞାନ ବିଶୟ ରଖି କୃଷି ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିବା ଭାଗୀରଥି କୁ ଚାକିରି ଏବଂ ସେଠାରୁ ଆସୁଥିବା ଦରମା ମୋଟେ ପସନ୍ଦ କରୁ ନଥିଲା। ତେଣୁ ସେ କିଛି ବର୍ଷ ଚାକିରୀ କଲାପରେ ଚାକିରୀ ଛାଡି ଗୋଟିଏ ବଡ ରକ କିଛି କରିବ ବୋଲି ଭାବିଲା। ତେଣୁ ସେ ନିଜ ଦରମା ଟଙ୍କାରେ ବାଡିରେ ଗୋଟିଏ ପୋଖରୀ ଖୋଳିଲା, ଏବଂ ତା ଉପରେ ଆଧୁନିକ ଉପାୟରେ ଚାଷ କଲା । ଚାଷ ଟା ଥିଲା ଏମିତି ଭାବରେ . . . .                   ପୋଖରୀ ଜଳରେ ମାଛ, ଗେଣ୍ଡା, କଙ୍କଡା, କଇଁଚ,କୁଚିଆ,ଆଜ...

ଚୀନ୍‌-ପାକିସ୍ତାନ ସୀମାକୁ ଅଭେଦ୍ୟ ରଖିବା ପାଇଁ ବାୟୁ ସେନା କିଣିବାକୁ ଯାଉଛି ୬ଟି ନେତ୍ରା-୧ ବିମାନ, ଜାଣନ୍ତୁ କ'ଣ ରହିଛି ଖାସ ଖବର

ଚୀନ୍‌-ପାକିସ୍ତାନ ସୀମାକୁ ଅଭେଦ୍ୟ ରଖିବା ପାଇଁ ବାୟୁ ସେନା କିଣିବାକୁ ଯାଉଛି ୬ଟି ନେତ୍ରା-୧ ବିମାନ, ଜାଣନ୍ତୁ କ'ଣ ରହିଛି ଖାସ ଖବର ଭାରତର ବାୟୁସେନା ଚୀନ୍ -ପାକିସ୍ଥାନ ସୀମାର ସୁରକ୍ଷା କୁ ଅଭେଦ୍ୟ କରିବା ପାଇଁ ୬ଟି ନୂତନ ନେତ୍ର -୧ ଏୟାରବୋର୍ନ ଆର୍ଲି ଚେତାବନୀ ଏବଂ ନିୟନ୍ତ୍ରଣ (AEW & C) ବିମାନ କିଣିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛି।                                          ନେତ୍ର -୧ ବାୟୁବାହୀ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର ଭାବରେ କାର୍ଯ୍ୟ କରେ। ଏହାକୁ ଆକାଶର ଆଖି ବୋଲି କୁହାଯାଏ । ଏହା ଆକାଶରେ ପକ୍ଷୀ ଭଳି ଚକର କାଟୁଥାଏ । ସୀମା ଭିତରକୁ ଆଶୁଥିବା ଶତୃ ପକ୍ଷର ବିମାନ -ଡ୍ରନ୍ -କ୍ଷେପଣାସ୍ତ୍ର ଇତ୍ୟାଦି ର ଗତି ପଥକୁ ଟ୍ରାକ୍ କରି ବାୟୁସେନାର କଣ୍ଟ୍ରୋଲ ସେଣ୍ଟର୍ ଗୁଡିକକୁ ସୂଚନା ଦେଇଥାଏ। ନେତ୍ର-୧ ହେଉଛି ସ୍ୱଦେଶୀ AEW ଏବଂ C ବିମାନ। ଏହାକୁ DRDO ଦ୍ୱାରା ବିକଶିତ କରାଯାଇଛି। ଏପର୍ଯ୍ୟନ୍ତ ଦୁଇଟି ନେତ୍ର ବିମାନ ବାୟୁସେନା ଦ୍ୱାରା ବ୍ୟବହୃତ ହେଉଛି। ଆଉରି ୬ଟି ନୂତନ ନେତ୍ର -୧ ଏୟାରବୋର୍ନ ଆର୍ଲି ଚେତାବନୀ ଏବଂ ନିୟନ୍ତ୍ରଣ (AEW & C) ବିମାନ କିଣିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛି।     ...

୨୦୨୪ ରେ BJP ର EVM ଘୋଟାଲା କରି ୪୦୦+ ଆସନ ଆଣିବ,

               ଦିଲ୍ଲୀ,ଜାନୁୟାରୀ ୩୧/୨୦୨୪,ବୁଧବାର ଦିନ ଦିଲ୍ଲୀ ରେ ଯନ୍ତ୍ର- ମନ୍ତ୍ର ଠାରେ EVM ବିରୋଧି ଐତିହାସିକ ଆନ୍ଦୋଳନ ଦେଖିବାକୁ ମିଳିଥିଲା। BAMCEF ସଙ୍ଗଠନ ର ବାମନ ମେଶ୍ରାମ୍ ଶାହାବଙ୍କ ନେତୃତ୍ବରେ ନିର୍ବାଚନ ଆୟୋଗ ଙ୍କୁ ଘେରାଉ କରି ଆନ୍ଦୋଳନ କରାଯାଇଥିଲା । ଏହି ଆନ୍ଦୋଳନରେ BAMCEF ର ବିଭିନ୍ନ ସାମାଜିକ ସଙ୍ଗଠନ ଓ BMP(ବହୁଜନ ମୁକ୍ତି ପାର୍ଟି) ନେତୃତ୍ଵରେ RPM(ରାଷ୍ଟ୍ରିୟ ପରିବର୍ତ୍ତନ ମୋର୍ଚ୍ଚା) ମେଣ୍ଟ ର ଲକ୍ଷ- ଲକ୍ଷ ଜନତା ଆନ୍ଦଳନରେ ସାମିଲ ହୋଇ EVM ବିରୋଧି ନାରାବାଜି କରିଥିଲେ। ସେମାନଙ୍କ କହିବା କଥା ହେଲା.          ଆମ ଠାରୁ ଅତି ଆଧୁନିକ Technology ଥିବା ବଡ ବଡ ଦେଶ ମାନଙ୍କରେ EVM Banned ହୋଇ Ballot Paper ରେ ଆଜି ପର୍ଯ୍ୟନ୍ତ ନିର୍ବାଚନ ହେଉଛି 'କାରଣ EVM ଏକ ବୈଦ୍ୟୁତିକ ଯନ୍ତ୍ର ହୋଇଥିବାରୁ ଏହାର Result କୁ ସହଜରେ ପରିବର୍ତ୍ତନ କରାଯାଇପାରେ, ତେଣୁ ଏହା ଦେଶ ପାଇଁ ଅସୁରକ୍ଷିତ ଅଟେ। ତାହା ୧୦୦% ପ୍ରମାଣିତ ହୋଇଛି। କିନ୍ତୁ ଆମ ଦେଶର ନିର୍ବାଚନ କମିଶନ ଓ କୋର୍ଟ   ଏହାକୁ ଅଶୀକାର କରୁଛି, EVM କୁ ୧୦୦% ସୁରକ୍ଷିତ ବୋଲି ଦାବୀ କରୁଛି....ଯାହାକି ହାସ୍ୟାସ୍ପଦ ।  ଏବଂ  EVM ତିଆରୀ କରୁଥିବା Company ର Director ପଦବୀରେ ଶାସକ ଦଳ ର ଲୋକ ...

ସମାଜରୁ ଦାରିଦ୍ର୍ୟ ଦୂର କରିବା ପାଇଁ କଣ କରାଯାଇପାରିବ ?

ଦାରିଦ୍ର୍ୟ ଦୂରୀକରଣ ଏକ ଜଟିଳ ଏବଂ ବହୁମୁଖୀ ଆହ୍ବାନ ଯାହା ଏକ ବିସ୍ତୃତ ଆଭିମୁଖ୍ୟ ଆବଶ୍ୟକ କରେ | ଦାରିଦ୍ର୍ୟର ମୁକାବିଲା ପାଇଁ ଅର୍ଥନୈତିକ ସାମାଜିକ ଏବଂ ରାଜନୈତିକ କାରଣଗୁଡିକ ଦ୍ୱାରା ମୁକାବିଲା କରାଯାଏ | ଏଠାରେ କେତେକ କାରଣ ଉପସ୍ଥାପନ କରିବା ଯାହା ଦାରିଦ୍ର୍ୟ ଦୂରୀକରଣରେ ପାଇଁ ସହାୟକ ହୋଇପାରେ: ଶିକ୍ଷା ଏବଂ ଦକ୍ଷତା ବିକାଶ:  ଦାରିଦ୍ର୍ୟର ଚକ୍ର ଭାଙ୍ଗିବା ପାଇଁ ଶିକ୍ଷା ଏକ ଶକ୍ତିଶାଳୀ ଉପକରଣ | ଗୁଣାତ୍ମକ ଶିକ୍ଷାରେ ବିନିଯୋଗ, ବିଶେଷକରି ଦଳିତ ସମ୍ପ୍ରଦାୟ ପାଇଁ, ଦକ୍ଷତା ଏବଂ ନିଯୁକ୍ତି ବୃଦ୍ଧି କରିବା ସହିତ, ସମସ୍ତ କ୍ଷେତ୍ରରେ ଉତ୍ତମ ସୁଯୋଗ ସୃଷ୍ଟି କରିବା। ନିଯୁକ୍ତି ସୁଯୋଗ:  ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ର ମାଧ୍ୟମରେ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏଥିରେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଗୁଡ଼ିକୁ ସ୍ଥାପନ କରିବା, ଉଦ୍ୟୋଗୀତା ବୃଦ୍ଧି ଏବଂ ନ୍ୟାୟଯୁକ୍ତ ଶ୍ରମ ଅଭ୍ୟାସ ନିଶ୍ଚିତ କରିବା ଉଚିତ୍। ସାମାଜିକ ନିରାପତ୍ତା ପଦ୍ଧତି:  ରୋଜଗାର ସୁବିଧା, ସ୍ୱାସ୍ଥ୍ୟସେବା ଏବଂ ମୌଳିକ ଆୟ କାର୍ଯ୍ୟକ୍ରମ ଭଳି ସାମାଜିକ ନିରାପତ୍ତା ପଦ୍ଧତି ପ୍ରତିଷ୍ଠା କରିବା ଅର୍ଥନୈତିକ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଏକ ସୁରକ୍ଷା ଘେରା ଯୋଗାଇଥାଏ | ଲିଙ୍ଗଗତ ସମାନତା:  ଦାରିଦ୍ର୍ୟ ହ୍ରାସ ପାଇଁ ମହିଳାମାନଙ୍କୁ ଆର୍ଥିକ ...