Skip to main content

୨୦୨୪ ରେ BJP ର EVM ଘୋଟାଲା କରି ୪୦୦+ ଆସନ ଆଣିବ,

              
ଦିଲ୍ଲୀ,ଜାନୁୟାରୀ ୩୧/୨୦୨୪,ବୁଧବାର ଦିନ ଦିଲ୍ଲୀ ରେ ଯନ୍ତ୍ର- ମନ୍ତ୍ର ଠାରେ EVM ବିରୋଧି ଐତିହାସିକ ଆନ୍ଦୋଳନ ଦେଖିବାକୁ ମିଳିଥିଲା। BAMCEF ସଙ୍ଗଠନ ର ବାମନ ମେଶ୍ରାମ୍ ଶାହାବଙ୍କ ନେତୃତ୍ବରେ ନିର୍ବାଚନ ଆୟୋଗ ଙ୍କୁ ଘେରାଉ କରି ଆନ୍ଦୋଳନ କରାଯାଇଥିଲା । ଏହି ଆନ୍ଦୋଳନରେ BAMCEF ର ବିଭିନ୍ନ ସାମାଜିକ ସଙ୍ଗଠନ ଓ BMP(ବହୁଜନ ମୁକ୍ତି ପାର୍ଟି) ନେତୃତ୍ଵରେ RPM(ରାଷ୍ଟ୍ରିୟ ପରିବର୍ତ୍ତନ ମୋର୍ଚ୍ଚା) ମେଣ୍ଟ ର ଲକ୍ଷ- ଲକ୍ଷ ଜନତା ଆନ୍ଦଳନରେ ସାମିଲ ହୋଇ EVM ବିରୋଧି ନାରାବାଜି କରିଥିଲେ। ସେମାନଙ୍କ କହିବା କଥା ହେଲା. 

        ଆମ ଠାରୁ ଅତି ଆଧୁନିକ Technology ଥିବା ବଡ ବଡ ଦେଶ ମାନଙ୍କରେ EVM Banned ହୋଇ Ballot Paper ରେ ଆଜି ପର୍ଯ୍ୟନ୍ତ ନିର୍ବାଚନ ହେଉଛି 'କାରଣ EVM ଏକ ବୈଦ୍ୟୁତିକ ଯନ୍ତ୍ର ହୋଇଥିବାରୁ ଏହାର Result କୁ ସହଜରେ ପରିବର୍ତ୍ତନ କରାଯାଇପାରେ, ତେଣୁ ଏହା ଦେଶ ପାଇଁ ଅସୁରକ୍ଷିତ ଅଟେ। ତାହା ୧୦୦% ପ୍ରମାଣିତ ହୋଇଛି। କିନ୍ତୁ ଆମ ଦେଶର ନିର୍ବାଚନ କମିଶନ ଓ କୋର୍ଟ  ଏହାକୁ ଅଶୀକାର କରୁଛି, EVM କୁ ୧୦୦% ସୁରକ୍ଷିତ ବୋଲି ଦାବୀ କରୁଛି....ଯାହାକି ହାସ୍ୟାସ୍ପଦ ।
 ଏବଂ 
EVM ତିଆରୀ କରୁଥିବା Company ର Director ପଦବୀରେ ଶାସକ ଦଳ ର ଲୋକ ରହିଛନ୍ତି... ସେମାନଙ୍କୁ କଣ ଜଣା ନଥିବ କି! EVM ର ଦୋଷ-ଦୂର୍ବଳତା ବିଷୟରେ. . . .ସେମାନେ କଣ ଚାହିଁବେ ନାହିଁ BJP ର ବିଜୟ ହେଉ ବୋଲି | ଏମିତି ହେଲେ ଲୋକଙ୍କ ଭୋଟ ଦେବାର କ୍ଷମତା ର୍ହିଁ ଶେଷ ହୋଇଯିବ,ଏହା ଏକ ଦେଶ ଦ୍ରୋହ କାର୍ଯ୍ୟ, 


EVM ର ସୃଷ୍ଟି ଏବଂ ବିସ୍ତାର: -
        EVM କୁ ଜାପାନ ତିଆରୀ କରିଥିଲା। ତାପରେ ଧିରେ ଧିରେ ସମସ୍ତ ଦେଶ ମାନଙ୍କରେ EVM ରେ ନିର୍ବାଚନ ହେବାକୁ ଆରମ୍ଭ କଲେ। ଏହା ଏକ ମେସିନ୍ ହୋଇଥିବାରୁ ବାଲୋଟ କାଗଜ ଭଳି Free-Fair-Tranceference ହୋଇ ପାରିଲା ନାହିଁ। ଫଳରେ ଜଣେ ଭୋଟର ଭୋଟ ଖଣ୍ଡ ଟି କେଉଁଠି କି ଯାଉଛି, ତାହାର ସଂନ୍ଦେହ ଲାଗି ରହୁଥିଲା, ଏବଂ ନିର୍ବାଚନ ଫଳ ଗୁଡିକ ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା, ଯେଉଁ ନେତା ବା ଦଳଟି Offline ସର୍ଭେ ରେ ପରାଜୟ ଦେଖାଯାଉଥିଲା , ସେହି ନେତା ବା ଦଳକୁ ହିଁ ପ୍ରବଳ ଭୋଟ ରେ ବିଜୟ ହେଲା ବୋଲି ନିର୍ବାଚନ ଆୟୋଗ ଘୋଷଣା କରୁଥିଲା, ଏହିପରି Election Result ଶୁଣି ଅନେକଙ୍କ ମନରେ EVM ପ୍ରତି ସଂନ୍ଦେହ ଯାତ ହେଲା, ତାପରେ ଛାନ୍‌ଭିନ୍ କରି, ଦେଖାଗଲା ଯେ ! ମୂଖ୍ୟ ଖେଳ ର ଗୁରୁ ହେଲା Election Commison , ସେ ଶାସକ ଦଳ ସହିତ ହାତ ମିଳାଇ EVM ମାଧ୍ୟମରେ ହିଁ vote କୁ transfer କରି ଶାସକ ଦଳ ର Candidate ମାନଙ୍କୁ ହିଁ ଜିତାଇ ଚାଲିଛନ୍ତି। ଏହିପରି ବିଭିନ୍ନ EVM ବିରୋଧୀ ପ୍ରମାଣ ମିଳିଲା ପରେ, ସେଠାକାର ଜନସାଧାରଣ EVM ବିରୋଧରେ ଆନ୍ଦୋଳନ କରିବାରୁ ,ସେହି ଦେଶ ମାନଙ୍କରେ EVM କୁ ବନ୍ଦକରି ବାଲାଟ୍ କୁ ପୁଣି ପ୍ରଚଳନ କରି ପାରିଥିଲେ ।

                  କିନ୍ତୁ ଆମ ଭାରତର ନିର୍ବାଚନ ଆୟୋଗ ଏବଂ  କୋର୍ଟ ଆଜି ପର୍ଯ୍ୟନ୍ତ EVM ହିଁ ୧୦୦% Save ବୋଲି ଘୋଷଣା କରୁଛି ଏବଂ ଭାରତ ର ନିର୍ବାଚନ EVM ରେ ହିଁ ହବ ବୋଲି ଜିଦି କରିବାର କାରଣ କଣ ? ତାହାର ସଫା ସଫା ପ୍ରମାଣ ହେଲା......

୧) Election Commission ଆଉ କୋର୍ଟ ସ୍ୱତନ୍ତ୍ର ହୋଇ ରହି ନାହିଁ, ସେ ଶାସକ ଦଳର ଗୋଲାମ ହୋଇ ଯାଇଛି। ( ପ୍ରମାଣ- #ଶାସକ ଦଳ ଦ୍ୱାରା ଆନ୍ଦୋଳନକାରୀ ମାନଙ୍କୁ ହଟାଇବାକୁ ଯାଇ ଧାରା୧୪୪ ଲାଗୁ କରି ଜନତାଙ୍କ ଆବାଜ କୁ କାବୁ କରିବା)

୨) EVM ତିଆରୀ କରୁଥିବା ସଂସ୍ଥା ଠାରୁ ଶାସକ ଦଳର ସଦସ୍ୟ ବାହାରିବା (ଏମିତି ହେଲେ EVM ନିରପେକ୍ଷ ହେଲା କେମିତି ?)

୩) ଓକିଲ ସଂଘ ଦ୍ୱାରା EVM ଘୋଟାଲା ର Live ସାରା ଦୁନିଆକୁ ଦେଖେଇବା ( ତାପରେ ବି Election Comission ର ସଫାଇ ନ ଆଶିବା)

୪) Oct.-08-2013 ର Supreme Court ର ଘୋଷଣା : - କେବଳ EVM ଦ୍ୱାରା ଘୋଟାଲା ହୁଏ ତେଣୁ ଘୋଟାଲା କୁ ରୋକିବାକୁ VVPAT Machine ଲଗାଯାଉ ଏବଂ ସେଥିରୁ ବାହାରୁ ଥିବା କାଗଜ ଗୁଡିକୁ ୧୦୦% ଗଣନା କରାଯିବା ସହିତ EVM Result ଏବଂ VVPAT Result ଦ୍ୱୟକୁ ମେଳ କରି ବିଜୟ- ପରାଜୟ ଘୋଷଣା କରାଯାଉ। (କିନ୍ତୁ EC ସେହି ନିୟମ ପାଳନ ନ କରି ୧% କାଗଜର ହିଁ ଗଣନା କରି Election Result କୁ ଘୋଷଣା କରୁଥିଲେ। )
୫) VVPAT Machine ଟି EVM ରେ ଲାଗିଲା ପରେ ସେଠାରୁ ବାହାରୁଥିବା କାଗଜ ଗୁଡିକ କୁ ଗଣନା ନ କରି, କେବଳ Control Unit ର Result କୁ ଦେଖି ନିର୍ବାଚନ ଆୟୋଗ ବିଜୟ-ପରାଜୟ ଘୋଷଣା କରିଥିଲେ, ଯାହାଦ୍ଵାରା Supreme Court ର ରାୟକୁ Direct ଅମାନ୍ୟ କରି ପୁଣି ଘୋଟାଲା କରାଗଲା,

ଭାରତକୁ EVM ର ଆଗମନ : -
                                         ମସିହା ୧୯୮୨ ରେ ପ୍ରଥମ ଥର ଭାରତର କେରଳ ରାଜ୍ୟର କିଛି ବୁଥ୍ ମାନଙ୍କରେ EVM କୁ ପରୀକ୍ଷାମୂଳକ ଭାବେ ଭୋଟ ଗ୍ରହଣ କରାଯାଇ ଥିଲା। 
ମସିହା ୧୯୮୮ ରେ କଂଗ୍ରେସ ସରକାର ଥିବା ବେଳେ ରାଜୀବ ଗାନ୍ଧୀ ଙ୍କ ନେତୃତ୍ଵରେ ସମ୍ବିଧାନର ୧୯୫୧ ଆଇନ୍ ୫୯-୬୧ ଧାରାକୁ ସଂଶୋଧନ କରି ନୂଆ ଆଇନ୍ ୬୧A କୁ ସଂସଦ ରେ ପାସ କରିଥିଲେ।

ମସିହା ୧୯୮୯ ବେଳକୁ ଏହାର ତୁରନ୍ତ କାର୍ଯ୍ୟକାରୀ ହେଉ ବୋଲି ଘୋଷଣା କରାଯାଇଥିଲା।

ମସିହା୧୯୯୦ ବେଳକୁ EVM ର production ପାଇଁ ଭାରତର ଦୁଇ କମ୍ପାନୀ Bharat Electronics .Ltd Bangalore ଏବଂ Electronic Co. of India, Hydrabad ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା। 

ତାହାର କିଛି ବର୍ଷ ପ୍ରାୟ ୧୯୯୮-୨୦୦୧ ମଧ୍ୟରେ ଦେଶର ସମସ୍ତ ବୁଥ୍ ମାନଙ୍କ ପାଇଁ EVM ତିଆରୀ ହୋଇସାରିଥିଲା।ଏବେ M3(Control unit + Ballot unit +Voter verify Paper Adit Trail) ସଂସ୍କରଣ EVM ଥିବାବେଳେ,        
ପୂର୍ବରୁ EVM Machine ର M2 ( Control unit + Ballot unit ) ସଂସ୍କରଣ ଦ୍ୱାରା ହିଁ ନିର୍ବାଚନ ଅନୁଷ୍ଠିତ ହେଉଥିଲା

ଭାରତ ବର୍ଷର ଜାତୀୟ ନିର୍ବାଚନ EVM ଦ୍ଵାରା ପ୍ରଥମ ଥର(୨୦୦୩) ଓ ଦ୍ୱିତୀୟ ଥର (୨୦୦୯) ନିର୍ବାଚନରେ କଂଗ୍ରେସ ପାର୍ଟି ର ବିପୁଳ ବିଜୟ ହୋଇଥିଲା। କଂଗ୍ରେସ ର ଏହି ବିଜୟ କୁ EVM ର ବିଜୟ ବୋଲି BAMCEF ଆକ୍ଷେପ ଅଭିଯୋଗ କରିବାରେ ଦେଖାଯାଏ।

ଏହି ଦୁଇ ନିର୍ବାଚନର ସମୟ ମଧ୍ୟରେ EVM ବିରୋଧି ବିଭିନ୍ନ ଅଭିଯୋଗ Supreme Court ପହଁଚିଥିଲା, ବିଭିନ୍ନ ଲୋକଙ୍କ ଅଭିଯୋଗ ମଧ୍ୟରେ ବିଜେପି ର ଦୁଇ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ସୁବ୍ରମଣ୍ୟମ ସ୍ୱାମୀ ଙ୍କ ଅଭିଯୋଗ ମୂଳେ Suprem Court ରାୟ ଦେଇଥିଲା ଯେ : -
 କେବଳ EVM ଦ୍ଵାର Free - Fair-Tranceference ନିର୍ବାଚନ ହୋଇପାରିବ ନାହିଁ। ତାର ସିଧା ଅର୍ଥ EVM ଦ୍ୱାରା ଘୋଟାଲା ହୋଇ ପାରିବ,
          ତେଣୁ EVM ଘୋଟାଲା ରୋକିବାକୁ EVM କୁ M3 ସଂସ୍କରଣ କରାଯାଉ, ଅର୍ଥାତ୍ EVM ସହିତ VVPAT Machine ଲଗାଯାଉ ଏବଂ ସେଥିରୁ ବାହାରୁଥିବା କାଗଜ ଗୁଡିକ ର ଗଣନା କରାଯିବା ସହିତ EVM ର Control Unit ର ସଂଖ୍ୟା ସହିତ ମେଳ କରାଯାଇ ବିଜୟ-ପରାଜୟ ଘୋଷଣା କରାଯାଉ।

EVM ରେ Ballot Unit ଲାଗିଲା ପରେ ୨୦୧୪ ଏବଂ ୨୦୧୯ ନିର୍ବାଚନ ରେ BJP ର ବିପୁଳ ସଂଖ୍ୟା ଭୋଟ ରେ ବିଜୟ ହୋଇଥିଲା।
ଏହି ଦୁଇ ନିର୍ବାଚନରେ ମଧ୍ୟ EVM ଦ୍ୱାରା ଘୋଟାଲା ହୋଇଥିଲା ବୋଲି BAMCEF ସଭା ସମିତି ମାନଙ୍କରେ କହୁଥିବାର ଦେଖାଯାଏ ,

ସେହି ଅଭିଯୋଗ ଗୁଡିକ ଥିଲା : -
୧) Election Commission ଆଉ ସ୍ୱତନ୍ତ୍ର ହୋଇ ରହି ନାହିଁ, ସେ ଶାସକ ଦଳର ଗୋଲାମ ହୋଇ ଯାଇଛି। ( ପ୍ରମାଣ- #ଶାସକ ଦଳ ଦ୍ୱାରା ଆନ୍ଦୋଳନକାରୀ ମାନଙ୍କୁ ହଟାଇବାକୁ ଯାଇ ଧାରା୧୪୪ ଲାଗୁ କରି ଜନତାଙ୍କ ଆବାଜ କୁ କାବୁ କରିବା)

୨) EVM ତିଆରୀ କରୁଥିବା ସଂସ୍ଥା ଠାରୁ ଶାସକ ଦଳର ସଦସ୍ୟ ବାହାରିବା (ଏମିତି ହେଲେ EVM ନିରପେକ୍ଷ ହେଲା କେମିତି ?)

୩) ଓକିଲ ସଂଘ ଦ୍ୱାରା EVM ଘୋଟାଲା ର Live ସାରା ଦୁନିଆକୁ ଦେଖେଇବା ( ତାପରେ ବି Election Comission ର ସଫାଇ ନ ଆଶିବା)

୪) Oct.-08-2013 ର Supreme Court ର ଘୋଷଣା : - କେବଳ EVM ଦ୍ୱାରା ଘୋଟାଲା ହୁଏ ତେଣୁ ଘୋଟାଲା କୁ ରୋକିବାକୁ VVPAT Machine ଲଗାଯାଉ ଏବଂ ସେଥିରୁ ବାହାରୁ ଥିବା କାଗଜ ଗୁଡିକୁ ୧୦୦% ଗଣନା କରାଯିବା ସହିତ EVM Result ଏବଂ VVPAT Result ଦ୍ୱୟକୁ ମେଳ କରି ବିଜୟ- ପରାଜୟ ଘୋଷଣା କରାଯାଉ। (କିନ୍ତୁ EC ସେହି ନିୟମ ପାଳନ ନ କରି ୧% କାଗଜର ହିଁ ଗଣନା କରି Election Result କୁ ଘୋଷଣା କରୁଥିଲେ। )
ଅର୍ଥାତ୍ ପୂର୍ବରୁ କଂଗ୍ରେସ EVM ଘୋଟାଲା କରି ଦୁଇଥର ଜିତିଛି
୫) VVPAT Machine ରେ EVM ରେ ଲାଗିଲା ପରେ ସେଠାରୁ ବାହାରୁଥିବା କାଗଜ ଗୁଡିକ କୁ ଗଣନା ନ କରି, କେବଳ Control Unit ର Result କୁ ଦେଖି ନିର୍ବାଚନ ଆୟୋଗ ବିଜୟ-ପରାଜୟ ଘୋଷଣା କରିଥିଲେ, ଯାହାଦ୍ଵାରା Supreme Court ର ରାୟକୁ Direct ଅମାନ୍ୟ କରି ପୁଣି ଘୋଟାଲା କରାଗଲା, ଏହା ଦ୍ୱାରା BJP ୨୦୧୪-୨୦୧୯ ର ଦୁଇ ନିର୍ବାଚନରେ EVM ଘୋଟାଲା କରି ଜିତିଥିଲା,  କଂଗ୍ରେସ ସମତେ  ଅନ୍ୟ ବିରୋଧିଦଳ କୌଣସି ବିରୋଧ ନ କରିବା ବା ଆନ୍ଦୋଳନ  ନ କରିବାର କାରଣ ପରଷ୍ପର ମଧ୍ୟରେ ଭିତରିଆ ଚ଼ୁକ୍ତି, : - ତମେ କ୍ଷେତ୍ରରେ ଆମେ କେନ୍ଦ୍ରରେ ଅର୍ଥାତ୍‌ Congress party ଦୁଇଥର BJP Party ଦୁଇଥର ଆଉ ତମେ କ୍ଷେତ୍ରରେ. . . . 

ସେଥିପାଇଁ BJP ପ୍ରଥମେ EVM କୁ ବିରୋଧ କରୁଥିଲା ପରେ କଂଗ୍ରେସ ସହ EVM ଘୋଟାଲା ଚୁକ୍ତି ପରେ ସେ ଏବେ କ୍ଷମତାରେ , ତେଣୁ ସେ EVM ସପକ୍ଷବାଦୀ, ସେମିତି ତଥାକଥିତ ବିରୋଧିଦଳ ଭୂମିକା ଥିବା କଂଗ୍ରେସ ମଧ୍ୟ EVM ସପକ୍ଷରେ, କଂଗ୍ରେସ ର ଯୁକ୍ତି EVM Ban ନ ହେଉ, କେବଳ EVM ର ସୁଧାର କରାଯାଉ, ଅର୍ଥାତ୍ ଆଗକୁ ଯେମିତି ଘୋଟାଲା ସମ୍ଭବ ହେବା ଦରକାର । ଆଉ କ୍ଷେତ୍ରୀୟ ଦଳ ମାନେ ତ କେବଳ Congress ଏବଂ BJP ସହିତ ମେଣ୍ଟ କରି କେନ୍ଦ୍ରରେ ସରକାର ଗଠନ କରି ନିଜ ପରିବାର ବାଦ ରାଜନୈତିକ ଶକ୍ତିକୁ ସୁରକ୍ଷା କରିବା ପାଇଁ ଚେଷ୍ଟାରତ ।
ଯଦି Vote (ମତ) ଅଧିକାର Machine କରିବ ତେବେ ଗଣତନ୍ତ୍ର ରହିଲା କେମିତି, ଗଣତନ୍ତ୍ର ନ ରହିଲେ ସମ୍ବିଧାନ ସୁରକ୍ଷା ହେବା ସମ୍ଭବ ନୁହେଁ।

ତେଣୁ  EVM ଘୋଟାଲା କୁ ରୋକିବାକୁ EVM କୁ ବନ୍ଦକରି ପୁଣି Ballot ର ପ୍ରଚଳନ କରିବା ନିହାତି ଜରୁରୀ,ଫଳରେ ଭଲ ନେତା ଟିଏ ଦେଶର ସଂସଦରେ ପହଞ୍ଚି ପାରି' ଦେଶକୁ ସୁ-ଶାସନ ଦେଇ ପାରିବ। ସେଥିପାଇଁ BAMCEF ର ଲିଡର ନିର୍ବାଚନ ଆୟୋଗ ଏବଂ କୋର୍ଟକୁ ନିର୍ବାଚନ ବ୍ୟବସ୍ଥା ସୁଧାର ପାଇଁ ୧୦ ଦିନର ସମୟ ହେଇଥିଲେ , ତାହାର କୌଣସି ଜବାବ ନ ମିଳିବାରୁ  ୨୦୨୪ ନିର୍ବାଚନରେ EVM Machine କୁ BAMCEF ଲୋକମାନେ କଚାଡି ଭାଙ୍ଗି ଜେଲ୍ ଯିବାକୁ ପ୍ରସ୍ତୁତ ବୋଲି ଭାରତୀୟ ନିର୍ବାଚନ କମିଶନ ଏବଂ କୋର୍ଟ କୁ ଚେତାବନୀ ଦେଇଥିଲେ।

ଏହି ଘୋଷଣାକୁ ଶୁଣି, ନିର୍ବାଚନ ପାଖାପାଖି ସମୟରେ ସୁପ୍ରିମ୍ କୋର୍ଟ ଏହି ସବୁ ବିଚାର ପାଇଁ ଡରରେ ହେଉ କି ଚାପ ରେ ହେଉ ରାଜି ହୋଇଥିଲା : - ୧୯ ଏପ୍ରିଲ ରେ ପ୍ରଥମ ପର୍ଯ୍ୟୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ,୧୮ ଏପ୍ରିଲ କୁ ଏହି ମାମଲାର ଶୁଣାଣି ପାଇଁ ନିର୍ଦାରଣ କରାଗଲା, ସେହି ଦିନ EVM ବିଶୟରେ ସାଧାରଣ ପ୍ରଶ୍ନ- ଉତ୍ତର କାର୍ଯ୍ୟକ୍ରମ କରି ରାୟକୁ ସଂରକ୍ଷିତ ରଖିଥିଲେ, 

ପରେ 26 April.2024... ଦିନ SC ର ପୁଣି କିଛି ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ପରେ ରାୟ ରେ କହିଥିଲେ: -EVM ୧୦୦% ଠିକ୍,ଆଗକୁ EVM ଦ୍ୱାରା ହିଁ ନିର୍ବାଚନ କରାଯିବ ବୋଲି ରାୟ ଦେଇଥିଲେ।

ଏହି ଭଳି ସୁପ୍ରିମକୋର୍ଟ ର ରାୟ ଶୁଣି ସାଧାରଣ ଲୋକ ଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ ସମସ୍ତେ ସୁପ୍ରିମକୋର୍ଟକୁ ସଂଦେହ କରିବା ସହିତ ବିଭିନ୍ନ ପ୍ରଶ୍ନବାଣ ସୁପ୍ରିମକୋର୍ଟ ବିରୋଧରେ ଦେଖିବାକୁ ମିଳିଥିଲା,

କଣ ଭାରତ ର ସୁପ୍ରିମକୋର୍ଟ ନିରପେକ୍ଷ ନାହିଁ କି?

ସୁପ୍ରିମକୋର୍ଟଙ୍କ ଉପରେ କାହାର ପ୍ରେସର ଅଛି କି ?

ଯଦି EVM 100% ଠିକ୍ ତେବେ, ଆମଠାରୁ ଅତି ଉନ୍ନତ ଦେଶମାନଙ୍କରେ ବ୍ୟାନ୍ କରାଯାଇଛି କାହିଁକି ?

ପୂର୍ବ ସୁପ୍ରିମକୋର୍ଟର ରାୟ ଠାରୁ ଏବେ କା ସୁପ୍ରିମକୋର୍ଟର ରାୟ ରେ ଏତେ ପାତର ଅନ୍ତର କାହିଁକି ?

୨୦୧୩ ରେ କୋର୍ଟ କଣ ରାତ୍ରିରେ ସ୍ୱପ୍ନ ଦେଖି ରାୟ ଦେଇଥିଲା କି ?

ଭାରତର ୨୦୧୩ ବିଚାର ପତି EVM କୁ ୧୦୦% ଭୂଲ କହୁଥିବା ବେଳେ ୨୦୨୪ ବିଚାର ପତି EVM ୧୦୦% ଠିକ୍ କହିବାର କଣ ସ୍ୱାର୍ଥ ରହିଛି,କଣ ? କ୍ଷମତାର ରାଜ୍ୟସଭା ବା ରାଜ୍ୟପାଳ ପଦବୀ ର ଲୋଭ କି ?

BAMCEF ହିଁ EVM କୁ ବିରୋଧ କରୁଛି କାହିଁକି ? ଅନ୍ୟ ବିରୋଧି ଦଳ ମାନେ କାହିଁକି ନୂହେଁ ?




Comments

Main menu

ଚାଷବାସ : -ସ୍ଵାଧୀନ ରୋଜଗାର ର ରାସ୍ତା

ସ୍ଵାଧିନ  ରୋଜଗାର ର ରାସ୍ତା :-ଚାଷବାସ                   କେଉଁ ଅନାଦି କାଳରୁ ଲୋକମାନଙ୍କର  ରୋଜଗାର କରିବାର ମୂଖ୍ୟ ପନ୍ଥା ଥିଲା . . . ଚାଷ ପ୍ରଣାଳୀ ତା ପରେ ବେପାର ବଣିଜ । ସେତେବେଳେକା ଚାଷ ପ୍ରଣାଳୀ ଠାରୁ ଏବେକା ଚାଷ ପ୍ରଣାଳୀ ବେସ ଉନ୍ନତ ।ଏବେକା ଦେଶ ଦୁନିଆ ପରିସ୍ଥିତିକୁ ଦେଖିଲେ ... ଜନସଂଖ୍ୟାର ବୃଦ୍ଧିକୁ ଦୃଷ୍ଟିରେ ରଖି ଖାଦ୍ୟ ଓ ରୋଜଗାର ରେ ଅନେକ ସମସ୍ୟା ଦେଖାଦେଇଛି। ତାହାର ସମାଧାନ ପାଇଁ ସରକାରଙ୍କ ଉପରେ ଭରଷା ନ କରି . . . ନିଜନିଜର ସ୍ଥାୟୀ ବ୍ୟବସ୍ଥା କରିବା ବୁଦ୍ଧିମାନର ଲକ୍ଷଣ ହୋଇଥାଏ। ଚାକିରୀ କଥା ନ କହିଲେ ଚଳେ।ଆଉ ବେପାର କଥା. . . . ବ୍ୟାଙ୍କଲୋନ ସମସ୍ତଙ୍କୁ ମିଳିବା କଷ୍ଟକର। ଆଉ ରହିଲା . . . . କାମଦାମ କରି ଚଳିବା କଥା, ତାହା ବି କିଛି ଗେରେଣ୍ଟି ନାହି. . . ଦିନେ କାମ ମିଳିଲା ଯଦି ପାଞ୍ଚଦିନ ଘରେ ବସିରହିବାକୁ ପଡୁଛି। . . . . ଏମିତି ପରିସ୍ଥିତିକୁ ଆଖି ଆଗରେ ରଖି. . . . ଆମକୁ ଅନ୍ୟ ରାସ୍ତା ଦେଖିବାକୁ ଗଲେ . . . . କେବଳ ଚାଷବାସ ହିିଁ ନଜରକୁ ଆଶୁଛି। ଚାଷ କାମ ରେ କେତେକ ଫାଇଦା :- କ) କାହାରି ଅଧିନରେ ନ ରହି ,ସ୍ଵାଧିନ ଭାବରେ କାର୍ଯ୍ୟ କରିହେବ,  ଖ) ନିତି   କାମ ଦାମ ଖୋଜିବାର ଆବଶ୍ୟକ ପଡିବ ନାହିଁ। ଗ) ବାହାରିଆ ଖର୍ଚ୍ଚ ରୁ ମୁକ୍ତି। ଘ) ଅରିଜିନାଲ ଖାଦ୍ୟ ମିଳିଲା, ସ୍ୱାସ୍ଥ୍ୟ ବି ଠିକ...

ମାର୍ଗଶିର ମାସରେ ଗୁରୁବାର ଉଷା କରିବା. . . .ଏକ ଅନ୍ଧବିଶ୍ୱାସ କି ?

ମାର୍ଗଶିର ମାସରେ  ଗୁରୁବାର ଉଷା କରିବା. . . .ଏକ ଅନ୍ଧବିଶ୍ୱାସ କି ?        ଶୁଣାଯାଏ, ମାର୍ଗଶୀର ମାସ ଗୁରୁବାରରେ . . . ଉଷା କରିଲେ . . . . ଧନର ଦେବୀ , ସେହି ଘରକୁ ଧନ- ଦୌଲତ ବର୍ଷା କରନ୍ତି। ଆଉ ଯେଉଁ ଘର ର ପରିବାର ଉଷା କରନ୍ତି ନାହିଁ . . . ସେ ପରିବାର ରେ ଧନ ସବୁବେଳେ ଅଭାବ ରହିଥାଏ. . . . . ଏହା ଅନ୍ଧବିଶ୍ୱାସ ନା ସତ୍ୟକଥା. . . ତାହାକୁ ଆଲୋଚନା କରିବା ।                 ତାହା ପୂର୍ବରୁ ଗୁରୁବାର ଉଷାର ଲୋକକଥା କୁ ଟିକେ ଆଲୋଚନା କରିବା. . . . . ଭଗବାନ (ଜଗନ୍ନାଥ), ବଡ ଭାଇ (ବଳରାମ) ଏବଂ ସ୍ତ୍ରୀ (ଲକ୍ଷ୍ମୀ ). . ଏମାନେ ସଂସାରର କୁ ଚଲାଉ ଥିଲେ ଏବଂ ଚଲାଇ ଆସୁଛନ୍ତି। . . . . ଜଗନ୍ନାଥ ଙ୍କ ଦାୟୀତ୍ବ ହେଲା . . . ଲୋକଙ୍କ ଦୁଃଖ ସୁଖ ବୁଝିବା। ବଳରାମ ଙ୍କ ଦାୟୀତ୍ବ ହେଲା . . . . ଲୋକଙ୍କୁ ଚାଷ ଶିଖାଇବା । ଲକ୍ଷ୍ମୀଙ୍କ ଦାୟୀତ୍ବ ହେଲା ... . . ଲୋକଙ୍କୁ ଧନଜନ ଦେବା ।                  ଦିନେ ରାତିରେ ଧନର ଦେବୀ ଲକ୍ଷ୍ମୀ .....ସମସ୍ତଙ୍କ ଘରକୁ ଘର ଯାଇ ବୁଲୁଥାନ୍ତି । ବୁଲୁ ବୁଲୁ ଦେଖିଲେ . . . ଅଛୁଆଁ ଜାତି (ହାଡି-ପାଣ-କଣ୍ଡରା . . . ଇତ୍ୟାଦି) ଘରେ କେତେ ରଙ୍ଗବେରଙ୍ଗ ର ଫୁଲ ସବୁ ଆଙ୍କାଯାଇଛି . . . "I ଏସବୁ ଦେଖି ଲକ୍ଷ...

ଭୋଟ ଦେବ କେଉଁଠି ?

ଆମ ଦେଶ 15Aug.1947 ରେ ସ୍ଵାଧିନତା ପାଇଥିଲା, ଦେଶର ଶାସନ ପାଇଁ ସେମିତି କିଛି ନିୟମ ବ୍ୟବସ୍ଥା ନ ଥିଲା, ପରେ ସମ୍ବିଧାନ(ଶାସନ ନିୟମ)' Dr. B.R Ambedkar ଙ୍କ ଦ୍ଵାରା ଲେଖା ଗଲା, ତାହାକୁ 26 Jan.1950 ମସିହାରେ ଲାଗୁ କରାଗଲା, ସେହି ଦିନଠାରୁ ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା, Dr. B.R Ambedkar ଙ୍କ ଦ୍ଵାରା ଲିଖିତ ସମ୍ବିଧାନ ଅନୁସାରେ ପ୍ରତି 5 ବର୍ଷରେ ଥରେ ଦେଶ ଏବଂ ରାଜ୍ୟମାନଙ୍କ ରେ ନିର୍ବାଚନ ଅନୁଷ୍ଠିତ ହେବାର ବ୍ୟବସ୍ଥା ରଖାଗଲା, ପ୍ରତ୍ୟେକ ନିର୍ବାଚନରେ ଭାରତୀୟଙ୍କୁ ଭୋଟ ଦେବାର ଅଧିକାର ମିଳିବା ସହିତ ନିର୍ବାଚନରେ ପ୍ରାର୍ଥୀ ହେବାର ସୁଯୋଗ ମଧ୍ୟ ମିଳିଗଲା, ପ୍ରତି ନିର୍ବାଚନରେ ଭାରତୀୟମାନେ ନିଜ ଇଛାରେ ନୂଆ ସରକାର ବାଛି ନିଜକୁ ଶାସନ କରିବାର ସୁଯୋଗ ପାଇଲେ,  ଦେଶର ସମ୍ବିଧାନ ଅନୁସାରେ ନିର୍ବାଚନ କରାଇବା ପାଇଁ ନିର୍ବାଚନ ଅଧିକାରୀ ପଦ ସୃଷ୍ଟି କରାଗଲା,   ସମ୍ବିଧାନ ରArticle.୩୨୪ ଅନୁସାରେ ପ୍ରତି ପାଞ୍ଚବର୍ଷ ରେ ଦେଶ ବା ରାଜ୍ୟମାନଙ୍କ ରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ, ନିର୍ବାଚନ କୁ ସୁ-ପରିଚାଳିତ କରିବା ପାଇଁ ଦେଶରେ ତିନି ଜଣ ନିର୍ବାଚନ ଅଧିକାରୀ ରହିଥାନ୍ତି । ସେମାନଙ୍କୁ ପ୍ରଧାନମନ୍ତ୍ରୀ, ବିରୋଧି ଦଳ ର ନେତା ଓ ସର୍ବୋଚ୍ଚ ନ୍ୟାୟାଳୟ ମୂଖ୍ୟ ଙ୍କ ମିଳିତ ବୈଠକ ମାଧ୍ୟମରେ ନିର୍ବାଚନ ଅଧିକାରୀଙ୍କୁ...

ବିଦେଶୀ ବ୍ରାହ୍ମଣଙ୍କ କବ୍ଜା ରେ ଭାରତ !

ବିଦେଶୀ ବ୍ରାହ୍ମଣଙ୍କ କବ୍ଜା ରେ ଭାରତ ଇତିହାସ ରୁ ଜଣା ଯାଏ ବ୍ରାହ୍ମଣ, ମୋଗଲ, ଇଂରେଜ, ପର୍ତ୍ତୁଗୀଜ, ଇତ୍ୟାଦି ବିଦେଶୀ , ସେମାନେ ଆମ ଦେଶକୁ ବିଭିନ୍ନ ଉଦେଶ୍ୟ ରେ ଆଶିଥିଲେ । ସେମାନଙ୍କ ମଧ୍ୟରୁ ବ୍ରାହ୍ମଣଙ୍କୁ ଛାଡି ସମସ୍ତ ବିଦେଶୀ ଭାରତ ଛାଡି ଚାଲି ଯାଇଥିବାର କୁହାଯାଉଛି ,ଅର୍ଥାତ ବ୍ରାହ୍ମଣ (ଆର୍ଯ୍ଯ) ନାମକ ବିଦେଶୀ ଏ ପର୍ଯ୍ୟନ୍ତ ଭାରତ ରୁ ଯାଇଥିବାର ଲେଖାଯାଇ ନାହିଁ, ତା ଅର୍ଥ ବ୍ରାହ୍ମଣ ନାମକ  ବିଦେଶୀ ଏ ପର୍ଯ୍ୟନ୍ତ ଭାରତରେ ଅଛନ୍ତି, ସେମାନେ ଭାରତ ରେ ରହି କଣ କରୁଛନ୍ତି, ଆଶନ୍ତୁ ଜାଣିବା: - Times of India ରେ ପ୍ରକାଶିତ DNA Report ଅନୁସାରେ କୁହାଯାଇଛି, ଭାରତର ଐତିହାସିକ ସହର ହରିୟାନା ରାଜ୍ୟ ଏସାର ଜିଲ୍ଲା ର ରାଖିଗଡି ରେ ୪୦୦୦ ବର୍ଷ ତଳର କଙ୍କାଳ ର DNA L3MN, ଯେଉଁଟାକି ବ୍ରାହ୍ମଣଙ୍କ (ଆର୍ଯ୍ୟ)DNA R1A1 ଠାରୁ ପୁରା ପୁରି ଭିନ୍ନ, ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି.ବ୍ରାହ୍ମଣମାନେ ବିଦେଶୀ ଲୋକ ବୋଲି, ଏହି DNA R1A1 ,ଖାସ କରି ରୁଷିଆ ଦେଶ ପାଖରେ ଥିବା କଳା ସମୁଦ୍ର କୂଳରେ ବାସ କରୁଥିବା ଲୋକମାନଙ୍କ ଠାରେ ଦେଖିବାକୁ ମିଳେ, ଅର୍ଥାତ୍ ବ୍ରାହ୍ମଣ ଭାରତ ର ମୂଳ ବାସିନ୍ଦା ନୁହଁନ୍ତି, ସେମାନେ ବିଦେଶୀ ଲୋକ, ଏସିଆ-ୟୁରୋପ ମହାଦେଶ ମଧ୍ୟରେ ଅବସ୍ଥିତ ୟୁରେସିଆ ହିଁ ବ୍ରାହ୍ମଣଙ୍କର ମୂଳ ଜନ୍ମସ୍ଥାନ,ଆଉରି ମଧ୍ୟ କୁହାଯାଇଛି ତାଙ୍କ ଘରେ ରହୁଥିବା ମହିଳା ମାନଙ୍କର ...

About Us

Odia Trend ବ୍ଲୋଗ୍ ରେ ଆପଣଙ୍କୁ ସ୍ଵାଗତ,  Odia Trend ବ୍ଲୋଗ୍ ରେ ବିଭିନ୍ନ ଶିକ୍ଷା (Education) ସମନ୍ଧ୍ଵିତ ଲେଖା ମାନ ମିଳିପାରିବ ।ଆମଲେଖା ଗୁଡ଼ିକ ଭଲ ଲାଗୁଥିଲେ Odia Trend କୁ Follow up  କରନ୍ତୁ ଏବଂ ନିଜର ଲେଖା ପଠାଇବା ପାଇଁ ତଳ E-mail  ଠିକଣା ଯୋଗାଯୋଗ କରନ୍ତୁ। #Education - #Income- #Farming - #Health-# History - #Logic-#Gadgets reviews - # motivation story...etc ଏହି ବାବଦରେ  ନିଜର କିଛି ଲେଖା ପଠାଇବାର ଥିଲେ। ଯୋଗାଯୋଗ ଠିକଣା: odiatrend135@gmail.com, . . .ରେ ପଠାଇ ପାରିବେ ।  

ମହିଷାସୁର କିଏ ? ଦୁର୍ଗା କିଏ ? ଆର୍ଯ୍ୟ କିଏ ?

ମହିଷାସୁର ବଙ୍ଗଳାର,ଗୋଣ୍ଡୱାନା ଅଞ୍ଚଳର,ସୋନ୍ଥାଲ ଜନଜାତିର ଜଣେ ଶକ୍ତିଶାଳୀ ରାଜା ଥିଲେ । ଯାହାଙ୍କର ଶାସନ ମଧ୍ଯ ଭାରତରେ ଥିଲା,ସେ ନିଜ ରାଜ୍ୟର ପଶୁ-ପକ୍ଷୀ ଓ ପ୍ରକୃତି ପ୍ରେମୀ ରାଜା ଥିଲେ ।  ରାଜ୍ୟରେ ଭଲ ବ୍ୟବସ୍ଥା ଓ ସବୁକିଛିର ସୁବିଧା ଥିଲା,ସେଥିପାଇଁ ତାଙ୍କ ପ୍ରଜାମାନେ ତାଙ୍କ ଉପରେ ଖୁସି ଥିଲେ ।ମହୀଶୁର ସହରର ନାମ ତାଙ୍କରି ନାମରେ ରଖାଯାଇଥିଲା । ଏଠାରେ ମହିଷାସୁର ଶହୀଦ ଦିବସ ପାଳନ କରାଯାଏ । ମହିଷାସୁରଙ୍କୁ ଜଣେ ମହାନ ଉଦାରବାଦୀ ଦ୍ରାବିଡ଼ ଶାସକ ଭାବରେ ମଧ୍ଯ ଜଣାଯାଏ । କିନ୍ତୁ ହିନ୍ଦୁ ପୁରାଣ ତାଙ୍କୁ ରାକ୍ଷସ ଭାବରେ ଚିତ୍ରଣ କରିଛି । ଏତେ ଭଲ ଓ ମହାନ ରାଜାଙ୍କୁ ବ୍ରାହ୍ମଣମାନେ ଖଳନାୟକ କେମିତି ଓ କାହିଁକି କଲେ ???  ଏହି ପରିପ୍ରେକ୍ଷୀରେ,ସବଲ୍ଟର୍ନ ସଂସ୍କୃତିର ଲେଖକ ତଥା ଗବେଷକ ଯୋଗେଶ ସାର୍ କୁହନ୍ତି ଯେ "ଏହାକୁ ବୁଝିବା ପାଇଁ ଆପଣଙ୍କୁ ସୁର ଓ ଅସୁର ସଂସ୍କୃତି ମଧ୍ୟରେ ଥିବା ସଂଘର୍ଷକୁ ବୁଝିବାକୁ ପଡ଼ିବ ।"  ମହିଷାଙ୍କ ରାଜ୍ୟରେ ଅସୁରମାନଙ୍କର ବହୁ ସଂଖ୍ୟକ ମଇଁଷି ଥିଲେ। ମୈସୁରର ଚାମୁଣ୍ଡି ମନ୍ଦିର ନିକଟରେ ଏକ ମହିଷାସୁର ମୂର୍ତ୍ତି ସ୍ଥାପନ କରାଯାଇଛି, ଯାହାଙ୍କ ସମ୍ମୁଖରେ ମହିଷାସୁର ଶହୀଦ ଦିବସ ପାଳନ କରାଯାଏ । କନ୍ନଡ ଲେଖକ ତଥା ଇତିହାସକାର ବିଜୟ ମହେଶ କହିଛନ୍ତି ଯେ ମହିଷାସୁର ଶବ୍ଦ ହେଉଛି ଗୋଣ୍ଡି ଶବ୍ଦ ଯେଉଁଥିରେ ''ମହୀ'' ଶ...

ଅଳ୍ପ ପରିଶ୍ରମ ରେ ଅଧିକ ଲାଭ।

 ଦେଖାଦେଇଛି,           ସମାନ ଶିକ୍ଷା ପାଇଥିବା ପିଲାମାନେ ସେମାନଙ୍କର ରୋଜଗାର କରିବାର ପଦ୍ଧତି ସେମାନଙ୍କ ବୁଦ୍ଧି ବିବେକ ଉପରେ ନିର୍ଭର କରେ । ଏହି ବୁଦ୍ଧି ବିବେକ ନିଜ ଅବିଜ୍ଞତା ରୁ ହିଁ ମିଳିଥାଏ।        ଏହି କଥାକୁ ନେଇ ଆନ୍ଦ୍ରପ୍ରଦେଶର ଗୋଟିଏ ସତ୍ୟ ଘଟଣାର ରୋଚକ କାହାଣୀ ଶୁଣିବା ହେଉ. . . . . . . . ଗୋଟିଏ ଗ୍ରାମରେ ଦୁଇଟି ପିଲା ରହୁଥିଲେ, ସେମାନେ ସମାନ ବୟସର ଏବଂ ସମାନ ଶ୍ରେଣୀରେ ପଢ଼ୁଥିଲେ। ସାଙ୍ଗ ହୋଇ ମେଟ୍ରିକ ପାସ କରି, ଅଲଗା ଅଲଗା ସ୍ଥାନରେ କଲେଜ ପଢିଲେ । ଜଣେ ବିଜ୍ଞାନ ବିଶୟ ଅନ୍ୟ ଜଣେ ବାଣିଜ୍ୟ । ଶିକ୍ଷା ଶେଷ ପରେ ଦୁଇଜଣ ଯାକ ବଡ ବଡ ପଦବୀରେ ଚାକିରୀ କଲେ । ଦୁଇଜଣଙ୍କ ମଧ୍ୟରେ ଜଣେ ବିଜ୍ଞାନ ବିଶୟ ରଖି କୃଷି ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିବା ଭାଗୀରଥି କୁ ଚାକିରି ଏବଂ ସେଠାରୁ ଆସୁଥିବା ଦରମା ମୋଟେ ପସନ୍ଦ କରୁ ନଥିଲା। ତେଣୁ ସେ କିଛି ବର୍ଷ ଚାକିରୀ କଲାପରେ ଚାକିରୀ ଛାଡି ଗୋଟିଏ ବଡ ରକ କିଛି କରିବ ବୋଲି ଭାବିଲା। ତେଣୁ ସେ ନିଜ ଦରମା ଟଙ୍କାରେ ବାଡିରେ ଗୋଟିଏ ପୋଖରୀ ଖୋଳିଲା, ଏବଂ ତା ଉପରେ ଆଧୁନିକ ଉପାୟରେ ଚାଷ କଲା । ଚାଷ ଟା ଥିଲା ଏମିତି ଭାବରେ . . . .                   ପୋଖରୀ ଜଳରେ ମାଛ, ଗେଣ୍ଡା, କଙ୍କଡା, କଇଁଚ,କୁଚିଆ,ଆଜ...

ଚୀନ୍‌-ପାକିସ୍ତାନ ସୀମାକୁ ଅଭେଦ୍ୟ ରଖିବା ପାଇଁ ବାୟୁ ସେନା କିଣିବାକୁ ଯାଉଛି ୬ଟି ନେତ୍ରା-୧ ବିମାନ, ଜାଣନ୍ତୁ କ'ଣ ରହିଛି ଖାସ ଖବର

ଚୀନ୍‌-ପାକିସ୍ତାନ ସୀମାକୁ ଅଭେଦ୍ୟ ରଖିବା ପାଇଁ ବାୟୁ ସେନା କିଣିବାକୁ ଯାଉଛି ୬ଟି ନେତ୍ରା-୧ ବିମାନ, ଜାଣନ୍ତୁ କ'ଣ ରହିଛି ଖାସ ଖବର ଭାରତର ବାୟୁସେନା ଚୀନ୍ -ପାକିସ୍ଥାନ ସୀମାର ସୁରକ୍ଷା କୁ ଅଭେଦ୍ୟ କରିବା ପାଇଁ ୬ଟି ନୂତନ ନେତ୍ର -୧ ଏୟାରବୋର୍ନ ଆର୍ଲି ଚେତାବନୀ ଏବଂ ନିୟନ୍ତ୍ରଣ (AEW & C) ବିମାନ କିଣିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛି।                                          ନେତ୍ର -୧ ବାୟୁବାହୀ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର ଭାବରେ କାର୍ଯ୍ୟ କରେ। ଏହାକୁ ଆକାଶର ଆଖି ବୋଲି କୁହାଯାଏ । ଏହା ଆକାଶରେ ପକ୍ଷୀ ଭଳି ଚକର କାଟୁଥାଏ । ସୀମା ଭିତରକୁ ଆଶୁଥିବା ଶତୃ ପକ୍ଷର ବିମାନ -ଡ୍ରନ୍ -କ୍ଷେପଣାସ୍ତ୍ର ଇତ୍ୟାଦି ର ଗତି ପଥକୁ ଟ୍ରାକ୍ କରି ବାୟୁସେନାର କଣ୍ଟ୍ରୋଲ ସେଣ୍ଟର୍ ଗୁଡିକକୁ ସୂଚନା ଦେଇଥାଏ। ନେତ୍ର-୧ ହେଉଛି ସ୍ୱଦେଶୀ AEW ଏବଂ C ବିମାନ। ଏହାକୁ DRDO ଦ୍ୱାରା ବିକଶିତ କରାଯାଇଛି। ଏପର୍ଯ୍ୟନ୍ତ ଦୁଇଟି ନେତ୍ର ବିମାନ ବାୟୁସେନା ଦ୍ୱାରା ବ୍ୟବହୃତ ହେଉଛି। ଆଉରି ୬ଟି ନୂତନ ନେତ୍ର -୧ ଏୟାରବୋର୍ନ ଆର୍ଲି ଚେତାବନୀ ଏବଂ ନିୟନ୍ତ୍ରଣ (AEW & C) ବିମାନ କିଣିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛି।     ...

ସମାଜରୁ ଦାରିଦ୍ର୍ୟ ଦୂର କରିବା ପାଇଁ କଣ କରାଯାଇପାରିବ ?

ଦାରିଦ୍ର୍ୟ ଦୂରୀକରଣ ଏକ ଜଟିଳ ଏବଂ ବହୁମୁଖୀ ଆହ୍ବାନ ଯାହା ଏକ ବିସ୍ତୃତ ଆଭିମୁଖ୍ୟ ଆବଶ୍ୟକ କରେ | ଦାରିଦ୍ର୍ୟର ମୁକାବିଲା ପାଇଁ ଅର୍ଥନୈତିକ ସାମାଜିକ ଏବଂ ରାଜନୈତିକ କାରଣଗୁଡିକ ଦ୍ୱାରା ମୁକାବିଲା କରାଯାଏ | ଏଠାରେ କେତେକ କାରଣ ଉପସ୍ଥାପନ କରିବା ଯାହା ଦାରିଦ୍ର୍ୟ ଦୂରୀକରଣରେ ପାଇଁ ସହାୟକ ହୋଇପାରେ: ଶିକ୍ଷା ଏବଂ ଦକ୍ଷତା ବିକାଶ:  ଦାରିଦ୍ର୍ୟର ଚକ୍ର ଭାଙ୍ଗିବା ପାଇଁ ଶିକ୍ଷା ଏକ ଶକ୍ତିଶାଳୀ ଉପକରଣ | ଗୁଣାତ୍ମକ ଶିକ୍ଷାରେ ବିନିଯୋଗ, ବିଶେଷକରି ଦଳିତ ସମ୍ପ୍ରଦାୟ ପାଇଁ, ଦକ୍ଷତା ଏବଂ ନିଯୁକ୍ତି ବୃଦ୍ଧି କରିବା ସହିତ, ସମସ୍ତ କ୍ଷେତ୍ରରେ ଉତ୍ତମ ସୁଯୋଗ ସୃଷ୍ଟି କରିବା। ନିଯୁକ୍ତି ସୁଯୋଗ:  ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ର ମାଧ୍ୟମରେ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏଥିରେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଗୁଡ଼ିକୁ ସ୍ଥାପନ କରିବା, ଉଦ୍ୟୋଗୀତା ବୃଦ୍ଧି ଏବଂ ନ୍ୟାୟଯୁକ୍ତ ଶ୍ରମ ଅଭ୍ୟାସ ନିଶ୍ଚିତ କରିବା ଉଚିତ୍। ସାମାଜିକ ନିରାପତ୍ତା ପଦ୍ଧତି:  ରୋଜଗାର ସୁବିଧା, ସ୍ୱାସ୍ଥ୍ୟସେବା ଏବଂ ମୌଳିକ ଆୟ କାର୍ଯ୍ୟକ୍ରମ ଭଳି ସାମାଜିକ ନିରାପତ୍ତା ପଦ୍ଧତି ପ୍ରତିଷ୍ଠା କରିବା ଅର୍ଥନୈତିକ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଏକ ସୁରକ୍ଷା ଘେରା ଯୋଗାଇଥାଏ | ଲିଙ୍ଗଗତ ସମାନତା:  ଦାରିଦ୍ର୍ୟ ହ୍ରାସ ପାଇଁ ମହିଳାମାନଙ୍କୁ ଆର୍ଥିକ ...