1400 ମସିହା ପୂର୍ବରୁ ଭାରତରେ ବେଦ ନାମକ କିଛି ପୁସ୍ତକର କୌଣସି ବି ଅସ୍ତିତ୍ଵ ନଥିଲା। କଳ୍ପିତ ବେଦ ଗ୍ରନ୍ଥ କେବଳ ଶ୍ରୁତି ରୂପେ ପ୍ରଚଳିତ ଥିଲା, ତେଣୁ ଏହାକୁ ଶୁଣି ଶୁଣି ମନେ ରଖାଯାଉଥିଲା ଏବଂ ଏହିଭଳି ଭାବେ ଏହି ଶ୍ରୁତି ସବୁକୁ ପରବର୍ତ୍ତୀ ପୀଢୀ ପର୍ଯ୍ୟନ୍ତ ପହୁଞ୍ଚା ଯାଉଥିଲା। ଭାରତରେ ଯେତେବେଳେ କାଗଜରେ ଲେଖାଲେଖି ଆରମ୍ଭ ହେଲା, 1400 ମସିହାରେ ସାୟଣ ଓରଫ୍ ସାୟଣାଚାର୍ଯ୍ୟ କିଛି ବେଦଜ୍ଞାତା ପଣ୍ଡିତ ମାନଙ୍କୁ ଏକାଠି କରି ବୈଦିକ ଶ୍ଳୋକ ବିଷୟରେ ବିସ୍ତୃତ ବିବରଣୀ ପ୍ରାପ୍ତ କଲେ ଏବଂ ସେଗୁଡିକୁ ଚାରି ଖଣ୍ଡ ପୁସ୍ତକ ରୂପରେ ହସ୍ତ ଲିଖିତ କରାଇଥିଲେ। ଛାପାଖାନା ର ଇତିହାସ 1500 ମସିହାର ମଧ୍ୟ ଭାଗରେ ଆରମ୍ଭ ହୁଏ, କିନ୍ତୁ କାଗଜ ଉପରେ କୌଣସି ହସ୍ତ ଲିଖିତ ଲେଖା କି ପୁସ୍ତକ ଛପେଇ କାର୍ଯ୍ୟ 1749 ମସିହାରୁ 1822 ମସିହା ମଧ୍ୟରେ ଚାଲୁ ରହିଥିଲା। କିଛି ଲେଖକ ପୁସ୍ତକ ଛପେଇ କାମ 1779 ମସିହାରୁ ଆରମ୍ଭ ବୋଲି କହିଥାନ୍ତି। 1822 ମସିହା ପରେ ବାଇବେଲ୍ ସମେତ ଅନ୍ୟ ଧାର୍ମିକ ପୁସ୍ତକ ଗୁଡ଼ିକର କ୍ରମାଗତ ଛପେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏପରି ଭାବେ ଆମ ତଥାକଥିତ ବେଦଜ୍ଞ ପୁରୋହିତ ମାନଙ୍କ ଧାରଣା ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ ହୋଇ ଯାଇଥାଏ କି, ମନୁଷ୍ୟର ଉତ୍ପତ୍ତି ସମୟରେ ବେଦ ନାମକ ଚାରି ଖଣ୍ଡ ଗ୍ରନ୍ଥ ତାକୁ କୌଣସି ଇଶ୍ଵର କି ଭଗବାନ ମାନେ ପ୍ରଦାନ କରିଥିଲେ। ବେଦରେ ବିଜ୍ଞା...