ସ୍ଵାଧିନ ରୋଜଗାର ର ରାସ୍ତା :-ଚାଷବାସ
କେଉଁ ଅନାଦି କାଳରୁ ଲୋକମାନଙ୍କର ରୋଜଗାର କରିବାର ମୂଖ୍ୟ ପନ୍ଥା ଥିଲା . . . ଚାଷ ପ୍ରଣାଳୀ ତା ପରେ ବେପାର ବଣିଜ । ସେତେବେଳେକା ଚାଷ ପ୍ରଣାଳୀ ଠାରୁ ଏବେକା ଚାଷ ପ୍ରଣାଳୀ ବେସ ଉନ୍ନତ ।ଏବେକା ଦେଶ ଦୁନିଆ ପରିସ୍ଥିତିକୁ ଦେଖିଲେ ... ଜନସଂଖ୍ୟାର ବୃଦ୍ଧିକୁ ଦୃଷ୍ଟିରେ ରଖି ଖାଦ୍ୟ ଓ ରୋଜଗାର ରେ ଅନେକ ସମସ୍ୟା ଦେଖାଦେଇଛି। ତାହାର ସମାଧାନ ପାଇଁ ସରକାରଙ୍କ ଉପରେ ଭରଷା ନ କରି . . . ନିଜନିଜର ସ୍ଥାୟୀ ବ୍ୟବସ୍ଥା କରିବା ବୁଦ୍ଧିମାନର ଲକ୍ଷଣ ହୋଇଥାଏ। ଚାକିରୀ କଥା ନ କହିଲେ ଚଳେ।ଆଉ ବେପାର କଥା. . . . ବ୍ୟାଙ୍କଲୋନ ସମସ୍ତଙ୍କୁ ମିଳିବା କଷ୍ଟକର। ଆଉ ରହିଲା . . . . କାମଦାମ କରି ଚଳିବା କଥା, ତାହା ବି କିଛି ଗେରେଣ୍ଟି ନାହି. . . ଦିନେ କାମ ମିଳିଲା ଯଦି ପାଞ୍ଚଦିନ ଘରେ ବସିରହିବାକୁ ପଡୁଛି। . . . . ଏମିତି ପରିସ୍ଥିତିକୁ ଆଖି ଆଗରେ ରଖି. . . . ଆମକୁ ଅନ୍ୟ ରାସ୍ତା ଦେଖିବାକୁ ଗଲେ . . . . କେବଳ ଚାଷବାସ ହିିଁ ନଜରକୁ ଆଶୁଛି।
ଚାଷ କାମ ରେ କେତେକ ଫାଇଦା :-
କ) କାହାରି ଅଧିନରେ ନ ରହି ,ସ୍ଵାଧିନ ଭାବରେ କାର୍ଯ୍ୟ କରିହେବ,
ଖ) ନିତି କାମ ଦାମ ଖୋଜିବାର ଆବଶ୍ୟକ ପଡିବ ନାହିଁ।
ଗ) ବାହାରିଆ ଖର୍ଚ୍ଚ ରୁ ମୁକ୍ତି।
ଘ) ଅରିଜିନାଲ ଖାଦ୍ୟ ମିଳିଲା, ସ୍ୱାସ୍ଥ୍ୟ ବି ଠିକ୍ ରହିଲା।
ଙ) ବିଲବାଡି ରେ ଝାଳବୁହା ପରିଶ୍ରମ କରିବାରୁ ପ୍ରାକୃତିକ ଭାବେ ବ୍ୟାୟମ ହେଲା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଲା।
ଚ) ପରିବାରର ଅଭାବକୁ ପୂରା ପୂରି ମେଣ୍ଟାଯାଇ ହେଲା।
ଛ) ଭିକ୍ଷା ମାଗିବାରୁ ମୁକ୍ତ ।
ଜ) ବାରବୁଲା ଭଳି ହେବାକୁ ପଡିବ ନାହିଁ।
ଝ)ନିଜ ଅନ୍ତେ ପିଲାପିଲି ମାନେ ରୋଜଗାର ଖୋଜିବାକୁ ପଡ଼ିଲା ନାହିଁ।
ଚାଷ ପୂର୍ବାଭାଷ
* କୃଷିକ୍ଷେତ୍ରରେ ବିଜ୍ଞାନର ଠିକ୍ ବ୍ୟବହାର କରିବା ଦ୍ୱାରା ଅଧିକରୁ ଅଧିକ ଲାଭ ମିଳିଥାଏ।
* ଯେଉଁମାନେ ଜ୍ଞାନକୌଶଳ (ବିଜ୍ଞାନ)କୁ ବିନିଯୋଗ କରି ଚାଷ କାର୍ଯ୍ୟ କରନ୍ତି ନାହିଁ. . . .ସେମାନେ ସବୁବେଳେ . . .ସବୁ କ୍ଷେତ୍ରରେ କ୍ଷତିରେ ପଡନ୍ତି ।
* ସେଥିପାଇଁ ଚାଷ କରିବା ପୂର୍ବରୁ ଉଚିତ୍ ଶିକ୍ଷା ଅର୍ଜନ କରିବାର ଆବଶ୍ୟକତା ଥାଏ . . . ସେଥିପାଇଁ :- ସ୍କୁଲ, କଲେଜ, ୟୁ-ଟିୟୁବ୍ ଭିଡ଼ିଓ, ବହି, ନୋଟ ( pdf)... ଇତ୍ୟାଦିର ସାହାରା ନେବାକୁ ଭୂଲନ୍ତୁ ନାହିଁ
*ଚାଷରେ ଉଚିତ୍ ଶିକ୍ଷା, ଜମି , ବିହନ, ଯନ୍ତ୍ର, ଶ୍ରମିକ ଓ ମୂଳଧନ କୁ ସାଙ୍ଗରେ ଧରି ଉହ୍ଲାଇବାକୁ ପଡ଼ିଥାଏ।
* କେଉଁ ପ୍ରକାର ଫସଲ ଚାଷ କଲେ ଅଧିକ ଲାଭ ହେବ, କେଉଁ ମାଟିରେ କେଉଁ ପ୍ରକାର ଫସଲ ହୋଇପାରିବ, କେଉଁ ଜଳବାୟୁରେ କେଉଁ ପ୍ରକାର ଫସଲ ଚାଷ କରାଯାଇପାରିବ, କେଉଁ ଫସଲରେ ଗୋଟିଏ ଏକର କୁ କେତେ . . . ସାର, ଖତ,ବିହନ ଓ କେତେ ଖର୍ଚ୍ଚ ହେବ, କେଉଁ ଫସଲର ଚାହିଦା ବଜାରରେ ଅଧିକ , ତାହା ସହ ଜଣେ ନାମ ମାତ୍ର ଚାଷୀ କଣ ଚାଷ କଲେ ତାର ପରିବାର ଆବଶ୍ୟକତା ମେଣ୍ଟା,ଇବା ସହ, ବଜାର ରେ ବିକ୍ରି କଲେ ଅଧିକ ଲାଭ ମିଳିପାରିବ। ଏମିତି କି ଯାହାର ଚାଷ ଜମି ହିଁ ନାହିଁ . . . ସେ କଣ କରି ଚଳିବ. . . . ଇତ୍ୟାଦି ଇତ୍ୟାଦି ର ଉତ୍ତର ପାଇବା ପାଇଁ ଆମକୁ follow କରନ୍ତୁ . . . . ଆମେ ଆପଣଙ୍କୁ ସବୁପ୍ରକାର ପ୍ରଶ୍ନର ଉତ୍ତର ଉପଲବ୍ଧ କରାଇବୁ . . . . ଚାଲନ୍ତୁ ତେବେ ଆଗକୁ ବଢିବା ।
ଚାଷବାସ ସୂଚୀ
1. ମାଟି
2. ଜଳବାୟୁ
3. ଖାଦ୍ୟ ସାର
4. ବିହନ
5. ଯନ୍ତ୍ର ପାତି
6. ଦମନ
7. ପର୍ଯ୍ୟାୟ ଫସଲ
8. ଜଳ ପରିଚାଳନା
9. ବଗିଚା ଚାଷ
10. ଘର ସଜା
11. ବିଭିନ୍ନ ଚାଷ
12. ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ
13.ବିଭିନ୍ନ ଶସ୍ୟ ଫସଲ
14. ଘାସ ଚାଷ
15. ପନିପରିବା ଚାଷ
16. ଫୁଲ ଚାଷ
17.ଫଳ ଚାଷ
18.ମସଲା ଚାଷ
19. ଔଷଧ ଗଛ ଚାଷ
20.ଅର୍ଥକାରୀ ଗଛ ଚାଷ
21. ଅନ୍ୟାନ୍ୟ ଫସଲ
ଜଳବାୟୁ : -
ଚାଷ କ୍ଷେତ୍ରରେ. . . ଜଳବାୟୁର ରୋଲ ମୂଖ୍ୟ ଭୂମିକା ନିର୍ବାହ କରିଥାଏ।
ବାୟୁର ମିଶ୍ର ପ୍ରତି କ୍ରିୟାକୁ ଜଳବାୟୁ କୁହାଯାଏ କିମ୍ବା ଅଧିକ ଦିନ ଧରି ଗୋଟିଏ ସ୍ଥାନରେ ଦେଖାଦେଉଥିବା ଖରା -ବର୍ଷା-ଶୀତ ର ସମୁହକୁ ଜଳବାୟୁ କୁହାଯାଏ।ଉଦାହରଣ:- ଖରା ଋତୁ, ବର୍ଷାଋତୁ,ଶୀତଋତୁ,
* ଅଳ୍ପ କେତେଦିନ ପାଇଁ ଗୋଟିଏ ସ୍ଥାନରେ ଘଟୁଥିବା ବାୟୁମଣ୍ଡଳର ଅବସ୍ଥା କୁ ସେହି ସ୍ଥାନର ପାଣି ପାଗ କିମ୍ବା ପାଗ ବୋଲି ଆମେ କହୁ । ଉଦାହରଣ:-କୋହଲା ପାଗ,ଶୀତୁଆ ପାଗ ,
*ପାଣିପାଗ ଉପରେ ବାୟୁମଣ୍ଡଳର ପ୍ରଭାବ ରହିଛି।
* ବାୟୁମଣ୍ଡଳ ଘନତ୍ଵ ଓ ତାପମାତ୍ରାକୁ ନେଇ ୪ ଭାଗରେ ବିଭକ୍ତ:-
(୧) ଟ୍ରପୋ ସ୍ଫିଅର =ଭୂମିଠାରୁ ~୧୮ କି.ମି
(୨) ଷ୍ଟ୍ରାଟୋ ସ୍ଫିଅର=ଟ୍ରପୋ ସ୍ଫିଅର ଠାରୁ ~୫୦କି.ମି
(୩)ମେସୋ ସ୍ଫିଅର =ଷ୍ଟ୍ରାଟୋ ସ୍ଫିଅର ଠାରୁ ~ ୮୦ କି.ମି
(୪) ଥର୍ମୋ ସ୍ଫିଅର =ମେସୋ ସ୍ଫିଅର ଠାରୁ ~ଶେଷ ପର୍ଯ୍ୟନ୍ତ
* ଟ୍ରପୋ ସ୍ଫିଅର ଓ ଷ୍ଟ୍ରାଟୋ ସ୍ଫିଅର ମଣ୍ଡଳରେ ହିଁ ବର୍ଷା ସୃଷ୍ଟି ହୁଏ ଏବଂ ସୂର୍ଯ୍ୟଙ୍କ ଖରାପ ରଶ୍ମି (ଆଲୋକ) ଗୁଡ଼ିକ ଛାଣି ହୁଏ ।
* ସୂର୍ଯ୍ୟଙ୍କ ଦ୍ଵାରା ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବେ ବାୟୁମଣ୍ଡଳର ଅବସ୍ଥା ପରିବର୍ତ୍ତନ ହୁଏ । ଯଥା:- ଆଲୋକ, ଉତ୍ତାପ,ଚାପ, ଗତି, ଆର୍ଦ୍ରତା, ମେଘ ଓ ବୃଷ୍ଟିପାତ ଇତ୍ୟାଦି।
*ସୂର୍ଯ୍ୟଙ୍କ ଉତ୍ତାପ ର କମ୍ ବେଶୀ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ହୋଇଥାଏ।
* ଜଳବାୟୁ ର ପରିବର୍ତ୍ତନ କୁ ଦେଖି ଫସଲ ନିର୍ବାଚନ କରାଯାଇଥାଏ।
ମେଘର ଘଠନ :-
ସୂର୍ଯ୍ୟଙ୍କ ଉତ୍ତାପରେ ମାଟିରେ ଥିବା ଜଳ ବାଷ୍ପ ରେ ପରିଣତ ହୋଇ ବାୟୁମଣ୍ଡଳର ପ୍ରଥମ ସ୍ତରକୁ ଯାଏ..... ସେଠାରେ ଥଣ୍ଡା ହେଲେ ପାଣି ବୁନ୍ଦା ରେ ପରିବର୍ତ୍ତନ ହୋଇ ପୁଣି ମାଟିକୁ ବର୍ଷା ରୂପରେ ଫେରିଆସେ କିମ୍ବା କାକର ଆକାରରେ ମାଟିକୁ ଫେରେ ।
କୋର୍ସ ବାୟୁର ଚାପ:-ବାୟୁ ଚାପ ର ପରିବର୍ତ୍ତନ ହେତୁ ପବନ ବହି ଥାଏ କିମ୍ବା ବାତ୍ୟା ସୃଷ୍ଟି ହୋଇ ଲଘୁଚାପର ବା ଗୁରୁ ଚାପର ରୂପ ନେଇଥାଏ ।
ଏହିସବୁ କାରକ-କାରଣ ସବୁ ଆମର ଭୁଗୋଳ (ବିଶୟ)ଆଲୋଚନା କଲା ବେଳେ ଭଲ ଭାବରେ ବୁଝିବା।
ମାପିବା ଯନ୍ତ୍ର : -/*ପାଇରାନୋ ମିଟର =ସୂର୍ଯ୍ୟକିରଣ
ସନସାଇନ୍ ରେକର୍ଡର =ସୂର୍ଯ୍ୟକିରଣ ପଡୁଥିବା ସମୟ
*ଥର୍ମୋ ମିଟର /ଥର୍ମୋକଫୁଲ=ମାଟିର ଉତ୍ତାପ
*ଥର୍ମୋ ଗ୍ରାଫ = ବାୟୁମଣ୍ଡଳ ର ଉତ୍ତାପ
*ବ୍ୟାରୋଗ୍ରାଫ/ବ୍ୟାରୋମିଟର = ବାୟୁମଣ୍ଡଳର ଚାପ
*ଅନେମୋ ମିଟର = ବାୟୁ ବେଗ
* ହାଇଗ୍ରୋମିଟର =ଆର୍ଦ୍ରତା
* ୟୁଏସ ଓପନ ପ୍ୟାନ ଇଦ୍ଭାପୋରି ମିଟର = ଜଳୀୟ ଅଂଶ
*ରେନ ଗଜ=ବୃଷ୍ଟିପାତ
* କୃତ୍ରିମ ଉପଗ୍ରହ = ଅଧୂନିକ ଜଳବାୟୁ ମାପକ।
ଜଳବାୟୁର ପ୍ରଭାବ:-
ହଠାତ୍ ଜଳବାୟୁ ପରିବର୍ତ୍ତନ ଦେଖିବାକୁ ମିଳେ I ସେହି ଅନୁସାରେ ଫସଲ ଉପରେ ପ୍ରଭାବ ପକାଇ ଥାଏ । ଯଥା :-
* କୋହଲା ପାଗ ହେଲେ ଫସଲରେ ରୋଗ ପୋକ ଙ୍କ ପ୍ରଭାବ ବଢିଥାଏ. . . ସେଥିପାଇଁ ଆମକୁ କୀଟନାଶକ ର ପ୍ରୟୋଗ ଦରକାର ହୋଇଥାଏ।
* ଶୀତ ଦିନିଆ ଫସଲ ବୁଣିଲେ ଶିଗ୍ର ଗଜା ହୁଏ ନାହିଁ . . . ସେଥିପାଇଁ ତଳି ଘେରା କୁ ନଡା ବା ପଲିଥିନ୍ ରେ ଘୋଡା ଯାଇ ଉଷୁମ କରାଗଲା ପରେ ମଞ୍ଜିରୁ ଗଜା ବାହାରି ଥାଏ।
*ପ୍ରବଳ ଖରା ଯୋଗୁଁ ଫସଲରେ କୁ ପ୍ରଭାବ ପଡେ . . .ତେଣୁ ଫସଲ ଉପରେ ପାଣି Spray କରାଯାଏ କିମ୍ବା ପାଣି ମଢାଇ ଦିଆଯାଏ ।
* ଲଗାଣ ବର୍ଷା ହେବା ଯୋଗୁଁ ଫସଲ ପୋଚି ଯିବାର ଦ୍ଭୟ ଥାଏ....ତେଣୁ ପାଣି ନିଷ୍କାସନର ବ୍ୟବସ୍ଥା ରହିବା ଦରକାର।
ମାଟି ::-
*ମଞ୍ଜିରୁ ଗଜା ହେବା, ଗଛ ବଢିବା, ଭଲ ଅମଳ ହେବା ଇତ୍ୟାଦି ସେଠାକାର ମାଟି ଉପରେ ନିର୍ଭର କରେ ।
* ଖାଦ୍ୟ ଓ ପାଣି ଇତ୍ୟାଦି ସଂଗ୍ରହ
* ଗଛକୁ ସିଧାହୋଇ ଛିଡା ହେବାର
* ମାଟିର ଗଠନ ଅନୁସାରେ ଚେର ବଢିଥାଏ, ଆଉ ସେହି ଅନୁସାରେ ମାଟିକୁ ଉର୍ବର ବା ଅନୁର୍ବର କୁହାଯାଏ।
-> ହାଲୁକା ମାଟି
-> ଅଧିକ ଜଳଧାରଣ ଶକ୍ତି ଥିବା ମାଟି ଓ ଉପରେ ବିଭିନ୍ନ ଫସଲର ଚାଷ ହୋଇଥାଏ । ଯଥା :- ଧାନ, ବିରି, ଗହମ ,ପନିପରିବା. . . . ଇତ୍ୟାଦି।
ମାଟିର ଗଠନ: -
ବିଭିନ୍ନ କ୍ଷୁଦ୍ର କଣିକା ମାନଙ୍କୁ ନେଇ ଗଠିତ ( ବାଲି,ପଟୁ ଓ ପଙ୍କ) ।
* ବାଲି(Sand)
->ବାଲିର ଜଳଧାରଣ ଶକ୍ତି ନ ଥାଏ,
->ଏଥିରେ ଖାଦ୍ୟସାର ନ ଥାଏ,
-> ଏହି ମାଟିରେ ଫସଲ ଭଲ ହୁଏ ନାହିଁ।
* ପଟୁ(silt)
->ଏହି ମାଟି କାଦ + ବାଲି ର ମିଶ୍ରିତ ,
-> ଏହାର ଜଳ ଧାରଣ ଶକ୍ତି କିଛି ପରିମାଣରେ ଥାଏ।
-> ଏହା ବାଲି ଠାରୁ ଫଲ ଫସଲ ହୁଏ ।
* ମଟାଳ(Clay)
-> ଏହି ମାଟି ଚାଷ ପାଇଁ ଉପଯୁକ୍ତ
-> ଜଳ ଓ ଖାଦ୍ୟସାର ଧରି ରଖି ପାରେ
-> ଏହି ମାଟି ଓଦା ହେଲେ ଫୁଲିଯାଏ ଓ ଶୁଖି ଗଲେ ସଙ୍କୁଚିତ ହୋଇଥାଏ।
* ମାଟିର ଉପାଦାନ ଉଚିତ୍ ଅନୁପାତରେ ନ ରହିଲେ , ଫସଲ ଭଲ ହୁଏ ନାହିଁ ସେଥିପାଇଁ ଆମକୁ ଖତ-ସାର ପ୍ରୟୋଗ କରି ମାଟିର ଉପାଦନ ଗୁଡିକୁ ଠିକ୍ କରିବାକୁ ପଡିଥାଏ ।
# ମାଟିର ପ୍ରକାରଭେଦ
ମାଟିରେ ଥିବା ରାସାୟନିକ ପଦାର୍ଥ, ଜୈବିକ ପଦାର୍ଥ, ମାଟିର ସୃଷ୍ଟି ଅନୁସାରେ ମାଟିର ରଙ୍ଗ ଲାଲ୍-କଳା-ଧଳା-ହଳଦିଆ ହୋଇଥାଏ।
*ଲାଲ୍ ମାଟି:-ଲାଲ୍ ବାଲି ପଥର ରୁ ସୃଷ୍ଟି କିମ୍ବା ଲୌହ ଅଧିକ ଥିଲେ।
* କଳା / ଗାଢ ବାଦାମୀ ମାଟି: - ଅଧିକ ଜୈବିକ ପଦାର୍ଥ ଥିଲେ
* ଧଳା ମାଟି : - ସିଲିକା ବା ଚୂନ ଅଧିକ ଥାଏ ।
#ଫସଲରେ ଜଳ-ବାୟୁ-ଉତ୍ତାପ ର ପ୍ରଭାବ,
ଜଳ: -
*ବୃଷ୍ଟି ପାତ ଏବଂ ଜଳସେଚନ ଦ୍ଵାରା ମାଟି ଭିତରକୁ ଜଳ ଯାଇ ସଞ୍ଚୟ ହୋଇଥାଏ।
* ମାଟିରେ ଥିବା ଖାଦ୍ୟସାର ର ପରିମାଣ, ରାସାୟନିକ ପ୍ରକ୍ରିୟା ଓ ଜୀବାଣୁ ମାନଙ୍କ କାର୍ଯ୍ୟ ମାଟି ଭିତରେ ରହିଥିବା ଜଳ ଦ୍ଵାରା ପ୍ରଭାବିତ ହୋଇଥାଏ।
* ମାଟିର ଉତ୍ତାପ ମଧ୍ୟ ଜଳ ମାଧ୍ୟମରେ ହିଁ ନିୟନ୍ତ୍ରିତ ହୋଇଥାଏ।
* ପାଣିର ସ୍ତର ଅତି ପାଖରେ ଥିଲେ ଗଛର ଚେର ବେଶି ତଳକୁ ଯାଇପାରେ ନାହିଁ , ତେଣୁ ଗଛ ଭଲ ବଢି ପାରେ ନାହିଁ।(କିନ୍ତୁ.. ଧାନ ବଢିପାରେ)
ଉତ୍ତାପ: -
* ଜୈବ ରାସାୟନିକ ପ୍ରକ୍ରିୟା ଓ ସୂର୍ଯ୍ୟକିରଣ ଦ୍ଵାରା ମାଟିକୁ ଉତ୍ତାପ ମିଳିଥାଏ।
*ସେହି ମାଟିର ରଙ୍ଗ, ସେଠାରେ ଥିବା ଚାଷ, ଚାଷ ପ୍ରଣାଳୀ, ମାଟିର ଗଠନ ଉପରେ ଉତ୍ତାପ ନିର୍ଭର କରେ ।
* ମଞ୍ଜିରୁ ଗଜା ବାହାରିବା, ଜୀବାଣୁ ମାନଙ୍କ କାର୍ଯ୍ୟ ଓ ଗଛକୁ ଖାଦ୍ୟସାର ମିଳିବା ମାଟିର ଉତ୍ତାପ ଉପରେ ନିର୍ଭର କରେ ।
ବାୟୁ: -
* ମାଟିରେ ଥିବା ବାୟୁ ଗଛକୁ ବଢିବାରେ ସାହାଯ୍ୟ କରେ।
* ମଞ୍ଜିରୁ ଗଜା ହେବା ଓ ଗଛ ବଢିବା ପାଇଁ ବାୟୁ ରେ ଥିବା ଅମ୍ଳଜାନ ହିଁ ସାହାଯ୍ୟ କରିଥାଏ।
* ମାଟିର କଣିକା ମଧ୍ୟରେ ଛୋଟ ଛୋଟ ଫାଙ୍କା ଜାଗା ମାନଙ୍କରେ ଜଳ ଓ ବାୟୁ ଥାଏ ।
* ଅଧିକ ଜଳଧାରଣ କରିପାରୁଥିବା ମାଟିରେ କମ୍ ବାୟୁ ଥାଏ ।
* ଦୋରସା ମାଟିରେ ୨୦%,ବାଲି ମାଟିରେ ୨୫%, ମୋଟାଳ ମାଟିରେ ୧୦%, ବାୟୁ ଥାଏ ।
ଓଡ଼ଶାର ମାଟି
ଲାଲମାଟି:-
*ଜୈବିକ ଅଂଶ =କମ୍
* ଜଳଧାରଣ ଶକ୍ତି =ନ ଥାଏ
* ଅମ୍ଳୀୟ=ଅଧିକ
*ଅଭାବ = ଯବକ୍ଷାର, ସଂସଫରସ,ବୋରନ, ମଲି ବଡେନମ
*ଚାଷ ଭଲ ହୁଏ=ଧାନ,ଅଳସୀ,ଆଳୁ,ବାଇଗଣ,ଆମ୍ବ,ପଣସ, ପିଜୁଳି,ଅମୃତଭଣ୍ଡା, ସପେଟା ।
ଲାଲ୍ + ହଳଦିଆ ମିଶ୍ରିତ ମାଟି
*ଜୈବିକ ଅଂଶ = ମଧ୍ୟମ
* ଜଳଧାରଣ ଶକ୍ତି =କମ୍ ଥାଏ
* ଅମ୍ଳୀୟ=ସାମାନ୍ୟ
*ଅଭାବ = ଯବକ୍ଷାର, ସଂସଫରସ, ପଟାସ ,ଦସ୍ତା, ବୋରନ୍ ,
* ଚାଷ = ଧାନ,ମାଣ୍ଡିଆ,ଆଖୁ,ଆଳୁ, ବାଇଗଣ । ବିଲାତି, ପୋଟଳ, ଆମ୍ବ,ପିଜୁଳି,କଦଳୀ
କୃଷ୍ଣମୂର୍ତ୍ତିକା :-
*ଏହି ମାଟି ଅଧିକ ମଟାଳ
* *ଜୈବିକ ଅଂଶ = ମଧ୍ୟମ
* ଜଳଧାରଣ ଶକ୍ତି =କମ୍ ଥାଏ
* ଅମ୍ଳୀୟ=ସାମାନ୍ୟ
*ଅଭାବ = ଯବକ୍ଷାର, ସଂସଫରସ, ପଟାସ ,ଦସ୍ତା, ବୋରନ୍ ,
* ଚାଷ = ଧାନ, ଯଅ, ମକା, ବାଜରା,ବୁଟ,ସୋରିଷ,କପା,କୁସୁମୀ
ଲାଟେରାଇଟ ମାଟି:-
* ମାଟି ପ୍ରାୟତଃ ବାଲି ଦୋସରା
*ଜୈବିକ ଅଂଶ =କମ୍
* ଜଳଧାରଣ ଶକ୍ତି =କମ୍
* ଅମ୍ଳୀୟ=ଅଧିକ
*ଅଭାବ = ଯବକ୍ଷାର, ସଂସଫରସ,
*ଚାଷ ଭଲ =ଧାନ,ମାଣ୍ଡିଆ, ରାଶି,ଆମ୍ବ, ପଣସ, କଦଳୀ, ପିଜୁଳି, ସପେଟା,
ଡେଲ୍ଟା ପଟୁ ମାଟି:-
*ଜୈବିକ ଅଂଶ = ଭଲ
* ଜଳଧାରଣ ଶକ୍ତି =ଭଲ
* ଅମ୍ଳୀୟ=କମ୍
*ଅଭାବ = ଯବକ୍ଷାର, ସଂସଫରସ, ପଟାସ ,ଗନ୍ଧକ
*ଚାଷ = ଧାନ, ଚୀନା ବାଦାମ,ସୋରିଷ, ବିରି, ଆଳୁ,ପନିପରିବା,..
ସମୂଦ୍ର କୂଳି ଲୁଣି ପଟୁମାଟି:-
* ଏହି ମାଟି ଲୁଣି ହୋଇଯାଏ
*ଜୈବିକ ଅଂଶ = ଭଲ
* ଜଳଧାରଣ ଶକ୍ତି =ଭଲ
* ଅମ୍ଳୀୟ=କମ୍
*ଅଭାବ = ସଂସଫରସ
*ଚାଷ = ଧାନ, କୁସୁମି , ସୋରିଷ,ପେଶି ,ବାର୍ଲି,ବିଟ୍,ବିଲାତି,ଲଙ୍କାମରିଚ, ବାଇଗଣ,
ବାଦାମୀ ଜଙ୍ଗଲୀ ମାଟି:-
*ଜୈବିକ ଅଂଶ = ଭଲ
* ଜଳଧାରଣ ଶକ୍ତି =ଭଲ
* ଅମ୍ଳୀୟ=ସାମାନ୍ୟ
*ଅଭାବ = ମଲିବଡେନମ
*ଚାଷ = ମକା, ସୋରିଷ, ଗହମ,ଅଦା,ହଳଦୀ,ଟାପିଓକା,ଅଳସୀ, ଆମ୍ବ,ପଣସ, ପିଜୁଳି, କମଳା, ଲେମ୍ବୁ
ଲାଲ୍ କଳାମିଶା ମାଟି :-
* ଉର୍ବତା ମଧ୍ୟମ ଧରଣର
**ଜୈବିକ ଅଂଶ = ଭଲ
* ଜଳଧାରଣ ଶକ୍ତି =ଭଲ
* ଅମ୍ଳୀୟ=ସାମାନ୍ୟ
*ଅଭାବ = ଧସ୍ତା
* ଚାଷ = ଧାନ ,ମକା, ମାଣ୍ଡିଆ,ଆଖୁ, ଚିନାବାଦାମ, ରାଶି, ପନି ପରିବା
ମାଟି ଦେଖି ଫସଲ
ମୂଳ ଯାତୀୟ(ମୂଳା, ସାରୁ, ଗାଜର, . . .) ଫସଲ ପାଇଁ ହାଲୁକା ମାଟି ଭଲ ।
*ଲୁଣି ମାଟିରେ ଲୁଣ ସହନଶୀଳ କିସମ ଫସଲ କରିବା ଭଲ।
* ଫଳ ଗଛ ପାଇଁ ଅଧିକ ଗଭୀର ଯାଏ ମାଟି ରହିବା ଦରକାର. . .କମ୍ ଗଭୀରରେ ପଥର କିମ୍ବା ପାଣି ଥିଲେ ଗଛ ଭଲ ବଢ଼ିପାରେ ନାହିଁ ।
* ଉର୍ବରତା କମ୍ ଥିବା ମାଟିରେ ଡାଲି ଜାତୀୟ ଫସଲ କଲେ ମାଟିର ଉର୍ବରତା ବଢିଥାଏ।
ମାଟି ସଂଗ୍ରହ
*କୌଣସି ପ୍ରକାର ଫସଲ ଚାଷ କରିବା ପୂର୍ବରୁ ମାଟି ପରୀକ୍ଷା କରିନେବା ଉଚିତ୍ । ମାଟିରେ ଥିବା ଜୈବି ପଦାର୍ଥର ଆବଶ୍ୟକତାକୁ ଦେଖି ଖତ ସାର ପ୍ରୟୋଗ କରିଲେ . . . . ଆମର ଖର୍ଚ୍ଚ କମିବା ସହିତ ଭଲ ଅମଳ ମିଳିଥାଏ। ଥରେ ମାଟି ପରୀକ୍ଷା କରିବା ପରେ . . . 3-4 ବର୍ଷ ପର୍ଯ୍ୟନ୍ତ ମାଟି ପରୀକ୍ଷା କରିବାକୁ ଆବଶ୍ୟକ ପଡିବ ନାହିଁ।
*ମାଟି ପରୀକ୍ଷା ପାଇଁ, ମାଟି ନମୁନା ସଂଗ୍ରହ ପଦ୍ଧତି
ଏକା ପରି ଦେଖାଯାଉଥିବା ଜମିରୁ ବା ଗୋଟିଏ ଜମିରେ ଏକା ପରି ଥିବା ଅଂଶ ରୁ ନମୁନା ସଂଗ୍ରହ କରିବା ଉଚିତ।
(ଖ)କିଆରି ମଧ୍ୟରେ Z- ପରି ଅଙ୍କାବଙ୍କା କରି ବିଭିନ୍ନ ସ୍ଥାନମାନଙ୍କ ରୁ ମାଟି ସଂଗ୍ରହ କରିବା ଉଚିତ୍।
(ଗ) ଏକ ଏକର ଜମିରେ 5-7 ଟି ସ୍ଥାନରୁ 'V' ଆକାରରେ 15cm ଗଭୀର ଯାଏଁ ମାଟି ସଂଗ୍ରହ କରିବା ଉଚିତ୍।
(ଘ) ସବୁ ମାଟିକୁ ଗୋଟିଏ ପାତ୍ରରେ ରଖି ଗୁଣ୍ଡ କରି କିଛି ସମୟ ଖରାରେ ଶୁଖାଇବା ଉଚିତ୍ ।
(ଙ) ସେ ସବୁ ମାଟିକୁ ଏକାଠି ରୁଣ୍ଡ କରି ଭଲ ଭାବରେ ମିଶାଯିବ. . . ତା ପରେ ଚାରିଭାଗ କରି ବିପରୀତ ଭାଗ ଦୁଇଟିକୁ ଫିଙ୍ଗି ଦିଆଯିବ . . . ଅବଶିଷ୍ଟ ବିପରୀତ ଦୁଇ ଭାଗକୁ ପୁଣି ମିଶାଇ . . . ସେହି ପ୍ରକାର ପଦ୍ଧତି ଅନୁସରଣ କରି . . . . ଏକ କିଲୋ ଗ୍ରାମ ଓଜନ ପର୍ଯ୍ୟନ୍ତ ନମୁନା ରଖି . . . . ଭଲଭାବେ ପେକିଂ କରି, ଫେକିଂ ଉପରେ . . . ନିଜର ନାମ ଠିକଣା ଓ ଫୋନ ନଂ ସହ ପରୀକ୍ଷାଗାର କୁ ପଠାଯିବା ଉଚିତ୍।
(ଚ)ମାଟି ପରୀକ୍ଷା ପରେ . . . ଭୂମିର ଫଳାଫଳ ଅନୁସାରେ ଖତସାର ପ୍ରୟୋଗ କରାଯାଏ।
* ଅମ୍ଳ ପରିମାପକ ମୂଲ୍ୟ
=(6.5)=ରୁ କମ୍ ହେଲେ ଅମ୍ଳୀୟ
=(6.5-7.5)=ମଧ୍ୟରେ ରହିଲେ ସାଧାରଣ
=(7.5)=ରୁ ଅଧିକ ହେଲେ କ୍ଷାରୀୟ
* ଜୈବକ ଅଙ୍ଗାର ଶତକଡା ରେ
= (0.5)=କମ୍ ରହିଲେ ଅଳ୍ପ
=(0.5-0.75)=ମଧ୍ୟରେ ରହିଲେ ମଧ୍ୟ
=(0.75)=ଅଧିକ ହେଲେ ବେଶି
#କ୍ଷାରୀୟ ପୋଟାସିୟମ ପରମାଙ୍ଗାନେଟ ପଦ୍ଧତିରେ
* ଯବକ୍ଷାରଜାନ (ହେକ୍ଟରରେ)
=(250 kg) =କମ୍ ରହିଲେ ଅଳ୍ପ
=(250-500 kg) =ମଧ୍ୟରେ ରହିଲେ ମଧ୍ୟମ
=(500 kg) = ଅଧିକ ହେଲେ ବେଶି
#ଓଲସେନ ପଦ୍ଧତିରେ
*ଫସଫରସ ର ପରିମାଣ (ହେକ୍ଟରରେ)
=(9 kg) = ରୁ କମ୍ ଥିଲେ ଅଳ୍ପ
= (9-22 kg) =ମଧ୍ୟରେ ଥିଲେ ମଧ୍ୟମ
= (22kg) =ରୁ ଅଧିକ ଥିଲେ ବେଶି
#ଆମୋନିଅମ ଆସିଟେଟ ପଦ୍ଧତିରେ
*ପଟାସ ପରିମାଣ (ହେକ୍ଟରରେ)
=(128kg ) =ରୁ କମ୍ ରହିଲେ ଅଳ୍ପ
= (128-280 kg ) =ମଧ୍ୟରେ ରହିଲେ ମଧ୍ୟମ
= (280 kg) =ରୁ ଅଧିକ ହେଲେ ବେଶି
. . . . ଏହି ସବୁ ଉପାଦନ ମାଟିରେ ଅଭାବ ପରିଲିଖିତ ହେଲେ . . . ତାକୁ ଠିକ୍ କରିବା ପାଇଁ. . . ସେହି ପ୍ରକାର ସାର ବା ଜୈବସାର ପକାଇବା ଉଚିତ୍ ।
#ଅଣୁ ସାରର ପରିମାଣ
ଅଣୁ ସାରକୁ ମାପିବା ପାଇଁ PPM ଏକକ ରେ ପ୍ରକାଶ କରାଯାଏ। (ଏକ ନିୟୁତ କି.ଗ୍ରା ମାଟିରେ କେତେ କି.ଗ୍ରା ଖାଦ୍ୟସାର ଅଛି)
*ସାଧାରଣତଃ ପ୍ରତି ନିୟୁତ କି.ଗ୍ରା ମାଟିରେ =
>ଗନ୍ଧକ =10 kg
> ଦସ୍ତା=600 kg
> ଲୌହ = 6 kg
>ମାଙ୍ଗାନିଜ = 4 kg
> ତମ୍ବା = 400 kg
>ବୋରନ= 500 kg
> ମଲିବଡେନମ = 100 kg
ଏହି ମାପରୁ କମ୍ ହେଲେ ସେହି ଅଣୁସାର ଟି ଅଭାବ ବୋଲି ଜାଣିବା ଏବଂ ସେହି ଅଣୁସାରଟି ଉଚିତ୍ ମାତ୍ରାରେ ପକାଇବା।
ମାଟି ଅମ୍ଲୀୟ ବା କ୍ଷାରୀୟ ହେଲେ ଗଛ ଭଲ ବଢିପାରେ ନାହିଁ। ଚେର ମାଟିରୁ ଖାଦ୍ୟସାର ଗ୍ରହଣ କରିପାରେ ନାହିଁ। ସେଥିପାଇଁ ଅମ୍ଳ କମିଯାଏ
ଏହି ଅସୁବିଧାକୁ ଦୂରକରିବା ପାଇଁ. . . . ମାଟିକୁ Balance ରଖିବାକୁ ପଡିଥାଏ।
#ମାଟି ପରିଚାଳନା
ଅମ୍ଳୀୟ ମାଟି:-
ମାଟି ଅମ୍ଳୀୟ ହେଲେ କାଗଜ ମଳ ବା ଚୂନ ପ୍ରୟୋଗ କରାଯାଏ। କିମ୍ବା ସିଙ୍ଗଲ ସୁପର ଫସ୍ଫେଟ୍ ଓ କାଲସିଅମ୍ ଆମୋନିଅମ୍ ନାଇଟ୍ରେଟ୍ ସାର ପ୍ରୟୋଗ କଲେ ଜମିର ଅମ୍ଳୀୟତା କମିଯାଏ ।
କ୍ଷାରୀ ମାଟି: -
ମାଟିର କ୍ଷାର ଅଂଶ କମାଇବା ପାଇଁ ଜିପ୍ ସମ୍ ପ୍ରୟୋଗ କରିବା ଉଚିତ୍।
ମୃତ୍ତିକା ସଂରକ୍ଷଣ
ମାଟିର ରକ୍ଷା କୁ ମୃତ୍ତିକା ସଂରକ୍ଷଣ କୁହାଯାଏ।ମୃତ୍ତିକା ବିଭିନ୍ନ ପ୍ରାକୃତିକ ଓ ଅପ୍ରାକୃତିକ କାରଣରୁ ହୋଇଥାଏ । ଯଦି ମାଟି ନଷ୍ଟ ହୁଏ. . . ତେବେ ଚାଷବାସ ପାଇଁ ଭଲ ସ୍ଥାନର ଅଭାବ ପଡେ . . . I ମୁଖ୍ୟତଃ ମୃତ୍ତିକା ର ଉପର ସ୍ତରର ମାଟି ହିଁ ଫସଲ ପାଇଁ ଆବଶ୍ୟକ । ଏହି ସ୍ତରରେ ଖାଦ୍ୟସାର ର ଅଭାବରୁ ଫସଲ ଭଲ ହୋଇ ନ ଥାଏ।
*ମୃତ୍ତିକା କ୍ଷୟର କାରଣ: -
୧. ମୃତ୍ତିକା କ୍ଷୟ ମୂଖ୍ୟତଃ ପାଣି, ପବନ ଓ ମଣିଷମାନଙ୍କ ଦ୍ଵାରା ହୋଇଥାଏ।
୨. ଘାସ ଓ ଗଛ ନ ଥିବା ମାଟିରେ ବର୍ଷାଜଳ ପଡି ମାଟିକୁ ଧୋଇ ନେଇ ନାଳ ସୃଷ୍ଟି କରିଥାଏ
୩.ଖରାଦିନେ ମରୁଭୂମି ସ୍ଥାନରେ ଥିବା ମାଟି ପବନ ଦ୍ଵାରା ଉଡି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥାଏ ।
୪. ପାହାଡ଼ିଆ ଅଞ୍ଚଳ ମାନଙ୍କରେ ଗଛ ନ ଥିବା ସ୍ଥାନମାନଙ୍କ ରୁ ପାହାଡ ଧସିପଡିବା କାରଣରୁ ମୃତ୍ତିକା ନଷ୍ଟ ହୋଇଥାଏ।
୫. ମଣିଷମାନେ ନିଜର ଆବଶ୍ୟକ କୁ ମେଣ୍ଟାଇବା ନିମନ୍ତେ ଗଛ କାଟିବା କାରଣରୁ ମୃତ୍ତିକା ନଷ୍ଟ ହୋଇଥାଏ।
*ମୃତ୍ତିକା ସଂରକ୍ଷଣ ଉପାୟ: -
ମୃତ୍ତିକା ସଂରକ୍ଷଣ ବିଭିନ୍ନ ଉପାୟ ବା ଯୋଜନା ଦ୍ଵାରା ସମ୍ଭବ ହୋଇଥାଏ।
1.ଖାଲି ବା ଟାଙ୍ଗରା ସ୍ଥାନମାନଙ୍କରେ ଗଛ ରୋପଣ କରି ଜଙ୍ଗଲ ସୃଷ୍ଟି କରାଯାଇ ମୃତ୍ତିକା ସଂରକ୍ଷଣ କରାଯାଇ ପାରିବ।
2.ଚାଷଜମି ଗୁଡିକରେ ବର୍ଷସାରା ଅଧିକ ଡାଳ ପତ୍ର ସୃଷ୍ଟି କରୁଥିବା ଫସଲ ଚାଷ କଲେ ମୃତ୍ତିକା ସଂରକ୍ଷଣ କରାଯାଇପାରିବ।
3.ଘାସ ନ ଥିବା ସ୍ଥାନମାନଙ୍କରେ ଘାସ ମଞ୍ଜି ବୁଣି ଘାସ ସୃଷ୍ଟି କରି ମୃତ୍ତିକା ସଂରକ୍ଷଣ କରାଯାଇ ପାରିବ।
4.ଗଡାଣିଆ ବା ଢାଲୁ ସ୍ଥାନମାନଙ୍କରେ ବନ୍ଧ ବାଡ ନିର୍ମାଣ କରି ମୃତ୍ତିକା ସଂରକ୍ଷଣ କରାଯାଇ ପାରିବ।
5.ନଦୀ ନାଳ ମାନଙ୍କରେ ଚେକ୍ ଡ୍ୟାମ୍ ନିର୍ମାଣ କରି ମୃତ୍ତିକା ସଂରକ୍ଷଣ କରାଯାଇ ପାରିବ।
ଏହି ପ୍ରକାର ଅନେକ ଉପାୟ ରହିଛି।
6. ନଦୀ ଓ ନାଳ ର ଦୁଇ ପାର୍ଶ୍ଵରେ ପଥର ଫେକିଂ କିମ୍ଵା ମାଟିକୁ ଭଲ ଭାବରେ ଜାବୁଡି ରଖିପାରୁଥିବା ଗଛ ବା ଘାସ ଲଗାଇବା ଦରକାର।
7. ସରକାରୀସ୍ତରରେ ମୃତ୍ତିକା ସଂରକ୍ଷଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ଦରକାର।
ଖାଦ୍ୟସାର: -
ଗଛ ବଞ୍ଚି ରହିବା ପାଇଁ ଖାଦ୍ୟ ମାଟି-ପାଣି- ବାୟୁ ଇତ୍ୟାଦି ଦ୍ଵାରା ଯେଉଁ 16ଟି ପଦାର୍ଥ ମାନଙ୍କୁ ଗ୍ରହଣ କରେ ,ସେ ସବୁ ପଦାର୍ଥ ଗୁଡ଼ିକୁ ଗଛର ଖାଦ୍ୟସାର କୁହାଯାଏ।
ଯଥା:- ଆଙ୍ଗାର, ଉଦ୍ ଜାନ,ଅମ୍ଳଜାନ,ଯବକ୍ଷାରଜାନ,ଫସଫରସ ,ପଟାସ, କାଲସିଅମ, ମାଗ୍ନେସିଅମ୍, ଗନ୍ଧକ, ମାଙ୍ଗାନିଜ୍, ମଲିବଡେନମ୍,ତମ୍ବା, ବୋରନ୍, ଦସ୍ତା, ଲୁହା, ଓ କ୍ଲୋରିନ . . . ଏସବୁ ଉପାଦାନ ବ୍ୟାତିତ କେତେକ ଗଛ ସ୍ଵତନ୍ତ୍ର ଭାବରେ . . . ସୋଡିୟମ, କୋବାଲଟ୍,ଭାନାଡିୟମ୍ ଓ ସିଲିକନ . . . . ଇତ୍ୟାଦି ଗ୍ରହଣ କରିଥାନ୍ତି।
ଏହି ଖାଦ୍ୟସାର ଗୁଡିକ ମଧ୍ୟରୁ . . . ଗଛର ଆବଶ୍ୟକତାକୁ ନେଇ . . . . ମୂଖ୍ୟ ସାର - ଗୌଣସାର-ଅଣୁସାର . . . ଇତ୍ୟାଦି ପ୍ରକାର ରେ ବିଭକ୍ତ କରାଯାଇଛି ।
* ମୂଖ୍ୟସାର:- ଯେଉଁ ଖାଦ୍ୟସାର ଗୁଡ଼ିକୁ ଗଛ ବେଶି ପରିମାଣ ରେ ଆବଶ୍ୟକ କରେ . . . . ସେ ସବୁ ଖାଦ୍ୟସାର ଗୁଡ଼ିକୁ ଗଛର ମୂଖ୍ୟ ସାର କୁହାଯାଏ।ଯଥା-ଉଦ୍ ଜାନ, ଅଙ୍ଗାର, ଅମ୍ଳଜାନ,ଯବକ୍ଷାର,ଫସଫରସ ଓ ପଟାସ ।
* ଗୌଣ ସାର:- ଯେଉଁ ଖାଦ୍ୟସାରଗୁଡ଼ିକ ଗଛ ମଧ୍ୟମ ପରିମାଣରେ ଗ୍ରହଣ କରେ . . . . ସେ ସବୁ ସାର ଗୁଡ଼ିକୁ ଗୌଣ ସାର କୁହାଯାଏ। ଯଥା- କାଲସିଅମ, ଗନ୍ଧକ, ମାଗ୍ନେସିୟମ . . . . ଇତ୍ୟାଦି।
*ଅଣୁସାର :- ଯେଉଁ ଖାଦ୍ୟସାର ସବୁ ଗଛ ଖୁବ୍ କମ୍ ପରିମାଣ ରେ ଆବଶ୍ୟକ କରେ. . . ସେ ସବୁ ସାରଗୁଡିକୁ ଅଣୁସାର କୁହାଯାଏ। ଯଥା-ମାଙ୍ଗାନିଜ, ମାଲିବ୍ ଡେନମ୍,ତମ୍ବା, ବୋରନ୍, ଦସ୍ତା, ଲୁହା, ଓ କ୍ଲୋରିନ୍ . . . ଇତ୍ୟାଦି।
ଏହିସବୁ ବିଭିନ୍ନ ପ୍ରକାରର ଖାଦ୍ୟସାର ଗଛଟି . . .ମାଟି ପାଣି ବାୟୁ ରୁ ସଂଗ୍ରହ କରିଥାଏ। ତେଣୁ ଆମେ ଭଲ ଫସଲ ପାଇଁ ଏହି ସବୁ ଖାଦ୍ୟସାର ଖତ-ସାର ଅକାର ରେ ଫସଲରେ ପ୍ରୟୋଗ କରିଥାଉ।
#ଖାଦ୍ୟସାଗର କାର୍ଯ୍ୟ ଏବଂ ଅଭାବର ଲକ୍ଷଣ: -
* ଯବକ୍ଷାରଜାନ ସାର ର କାର୍ଯ୍ୟ : -
1. ଗଛକୁ ବୃଦ୍ଧି କରେ ଏବଂ ପିଲ-ଡାଳ -ପତ୍ର ସଂଖ୍ୟା ବୃଦ୍ଧି କରେ ।
2. ଜୀବକୋଷ ଗଠନ ଏବଂ ପତ୍ରରେ ସବୁଜ କଣିକା ର ବିକାଶ କରିବା
ଏହି ସାର ଅଭାବର ଲକ୍ଷଣ: -
1. ଗଛ ଫିକା ସବୁଜ ଓ ହଳଦିଆ ପଡିବା
2. ଗଛ ବାଙ୍ଗରା ହୋଇଯାଏ
3. ଫଳ ଓ ପତ୍ର ଝଡିଯାଏ
4. ପ୍ରଥମେ ପାଖଳ ପତ୍ରରେ ଲକ୍ଷଣ ଦେଖାଯାଏ
*ଫସ୍ଫରସ ସାର ର କାର୍ଯ୍ୟ: -
1. ଗଛର ଚେର ବୃଦ୍ଧି କରେ
2. କାଣ୍ଡ ଟାଣ କରିବା ଦ୍ଵାରା ଗଛରୁ ଫୁଲ-ଫଳ ଝଡେ ନାହିଁ
3. ଡାଲି ଜାତୀୟ ଫସଲର ଚେର ରେ ଭାତୁଡି ସୃଷ୍ଟିରେ ସାହାଯ୍ୟ କରେ
ଏହି ସାର ଅଭାବର ଲକ୍ଷଣ: -
1. ଗଛ ଚେର ଓ ଡାଳ ଭଲ ବଢ଼େ ନାହିଁଁ
2. ଗଛଗୁଡ଼ିକ ରୁଗ୍ଣ ହୋଇଯାଏ
*ପଟାସ ସାର ର କାର୍ଯ୍ୟ :-
1. ଗଛର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ
2.ଉନ୍ନତମାନର ଫୁଲ ଫଳ ଓ ଶାଗ ହୋଇଥାଏ
3. ଗଛକୁ ଶକ୍ତିଶାଳୀ ଭାବେ ବଢାଏ
4. ଫସଲରେ ରୋଗ ସଂଖ୍ୟା କମାଏ
5. ଖାଦ୍ୟ ପୂରଣ କରିବା
ଏହିି ସାର ଅଭାବ ହେଲେ:-
1. ଗଛର ଅଗ୍ରଭାଗ ବା ଗଜା ଟି ଶୁଖିଯାଏ
2. ପ୍ରଥମ ଲକ୍ଷଣ ଗଛର ତଳ ପତ୍ର ରେ ଦେଖାଯାଏ
3.ଗଛଦୁର୍ବଳ ହେବାରୁ ରୋଗ ଆକ୍ରମଣ ଅଧିକ ହୁଏ
ଗୌଣ ସାର ର କାର୍ଯ୍ୟ ଏବଂ ଅଭାବର ଲକ୍ଷଣ: -
*କାଲସିୟମ ର କାର୍ଯ୍ୟ :-
1. ଗଛର ଚେର ବଢାଏ
2. କାଣ୍ଡକୁ ଟାଣ କରେ
3. ଶର୍କରା ର ପରିବହନ କରେ
4. ଜୀବକୋଷ ଗଠନ କରେ
ଏହା ଅଭାବ ହେଲେ: -
1. କଅଁଳ ପତ୍ର ଓ କଢି ଶୁଖିଯାଏ
2. ଡାଲି ଜାତୀୟ ଫସଲରେ ଫୁଲ-ଫଳ ଝଡିଯାଏ
3. ଧାନ ଫସଲରେ ଅଗପତ୍ର ମୋଡି ହୋଇଯାଏ
4. ଗଛ ଦୁର୍ବଳ ହେବା ସହ ବୃଦ୍ଧି ବାଧାପ୍ରାପ୍ତ ହୁଏ
*ଗନ୍ଧକ ସାର ର କାର୍ଯ୍ୟ: -
1. ତୈଳଜୀବ ଫସଲ, ଡାଲି ଜାତୀୟ ଫସଲ ଏବଂ ତନ୍ତୁ ଜାତୀୟ ଫସଲ ରେ ଏହି ସାର ଉନ୍ନତମାନର ଫସଲ ଉତ୍ପନ୍ନ କରିଥାଏ
2. ପିଆଜ ରସୁଣ ମୂଳା ର ଇତ୍ୟାଦି ରାଗ ଏହି ସାର ର ପରିଣାମ
3. ମଞ୍ଜିରେ ତୈଳ ଅଂଶ ବୃଦ୍ଧି କରେ
ଅଭାବରେ : -
1. ଏହାର ଲକ୍ଷଣ ଗଛର ଅଗ୍ର ନୂତନ ପତ୍ର ସବୁ ହଳଦିଆ ପଡିଯାଏ
2. ଗଛ ଭଲ ବଢେ ନାହିଁ
3.ଫଳର ଆକାର ବିକୃତ ହୁଏ
*ମାଗନେସିୟମ ର କାର୍ଯ୍ୟ: -
1. ଗଛର ପାଇଁ ଖାଦ୍ୟ ପ୍ରସ୍ତୁତି କରିଥାଏ
2. ମରୁଡି ରୁ ରକ୍ଷା କରିଥାଏ
3. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ
4. ତୈଳବୀଜ ଫସଲରେ ତେଲ ଅଂଶ ବୃଦ୍ଧି କରିଥାଏ
ଏହି ସାର ଅଭାବରେ :-
1. ଏହାର ଲକ୍ଷଣ ପାକଳ ପତ୍ର ରେ ଦେଖାଯାଏ
2.ପତ୍ର ଗୁଡ଼ିକ ହଳଦୀଆ ପଡି ଝଡି ଯାଏ
3. ମକା ପତ୍ରରେ ଶିରା ଶିରା ଧଳା ଦାଗ ଦେଖାଯାଏ
4. କପା ପତ୍ରରେ ଲାଲ୍ ରଙ୍ଗ ଦେଖାଯାଏ
*ମଲିବଡେନମ ର କାର୍ଯ୍ୟ :-
1. ଡାଲି ଜାତୀୟ ଫସଲରେ ଯବକ୍ଷାର ବିବନ୍ଧନ ପ୍ରକ୍ରିୟା ବୃଦ୍ଧି ପାଏ
2.ପୃଷ୍ଟିସାର ପ୍ରସ୍ତୁତି ରେ ସାହାଯ୍ୟ କରେ
ଏହି ସାର ଅଭାବ ହେଲେ:-
1. ଡାଲି ଜାତୀୟ ଫସଲର ଉତ୍ପାଦନ କମିଯାଏ ।
2.ମୁଖ୍ୟତଃ ପନି ପରିବା ରେ ଏହି ସାର ଅତି ଆବଶ୍ୟକ
*ମାଙ୍ଗାନିଜ ସାର ର କାର୍ଯ୍ୟ :-
1. ଗଛର ସବୁଜ କଣିକା ସୃଷ୍ଟି କରିଥାଏ
2. ପୁଷ୍ଟିସାର ପ୍ରସ୍ତୁତି କରିଥାଏ
ଏହି ସାର ଅଭାବ ହେଲେ:-
1. ପତ୍ରରେ ହଳଦିଆ ଓ ଧଳାଦାଗ ଦେଖାଯାଏ
2. ଏହି ଖାଦ୍ୟ ସାର ର ଅଭାବ ଲକ୍ଷଣ ଗଛର ଅଗ ପତ୍ର ମାନଙ୍କ ରେ ଦେଖାଯାଏ
3. ମୂଖ୍ୟତଃ ବିଟ୍ -ମଟର-ଆଖୁ . . . . ଇତ୍ୟାଦି ଫସଲ ରେ ଏହି ସାରର ଅଭାବ ଦେଖାଯାଏ ।
* ତମ୍ବା ର କାର୍ଯ୍ୟ:-
1. ଏହି ଅଣୁସାର ସମସ୍ତ ପ୍ରକାର ଫସଲରେ ଆବଶ୍ୟକ ହୋଇଥାଏ
2.ସବୁଜ ପତ୍ର କଣିକା ସୃଷ୍ଟି କରିବା
3. ହରମୋନ ପ୍ରସ୍ତୁତି କରିଥାଏ
4. ଫୁଲ-ଫଳ ସୃଷ୍ଟି କରିଥାଏ
5.ମକା- ପିଆଜ-ଲେମ୍ବୁ -କମଳା - ପିଜୁଳି . .ଇତ୍ୟାଦି ଗଛ ରେ ଏହି ସାର ବେଶି ଆବଶ୍ୟକ
ଏହି ସାର ଅଭାବ ହେଲେ:-
1. କଅଁଳ ପତ୍ର ସବୁ ଛୋଟ ହୋଇଯାଏ
2.ତଳପତ୍ରରେ ହଳଦୀଆ ଦାଗ ଦେଖାଯାଏ
3. କାଣ୍ଡ ଗୁଡ଼ିକ ଛୋଟ ହୋଇଯାଏ
4. ଗଛର ବୃଦ୍ଧି ହ୍ରାସ ପାଏ
5. ଏହି ସାର ସମସ୍ତ ପ୍ରକାର ଫସଲ ବା ଗଛରେ ଦେଖାଯାଏ ।
* ତମ୍ବା ର କାର୍ଯ୍ୟ:-
1. ସବୁଜ ପତ୍ର କଣିକାର ସୃଷ୍ଟି କରିଥାଏ
ଏହି ସାର ର ଅଭାବର:-
1. ପତ୍ର ହଳଦିଆ ପଡିଯାଏ ଏବଂ ବଙ୍କା ତେଢ଼ା ହୋଇଯାଏ ।
2. ଏକାଧିକ କଢ ଦେଖାଯାଏ ।
3. କେତେକ ଗଛରେ ଡାଳ ଶୁଖିଯାଏ ଏବଂ କେତେକ ଗଛର ଫଳ ଫାଟିଯାଏ ।
ବୋରନ ର କାର୍ଯ୍ୟ :-
1. ଗଛର ଚେର ଓ ଡାଳ ବଢାଇଥାଏ
2. ଶର୍କରା ର ପରିବହନ କରିଥାଏ
ଏହି ସାର ଅଭାବ ହେଲେ: -
1. ଗଛ ଭଲ ବଢ଼େ ନାହିଁ
2. ପତ୍ର ଗୁଡ଼ିକ ହଳଦିଆ ଓ ଲାଲ ରଙ୍ଗ ହୋଇଯାଏ
3.ଫୁଲ ଓ ଫଳ ଭଲ ହୁଏ ନାହିଁ
4.ମୂଖ୍ୟତଃ କବି ଫସଲରେ ଏହି ରୋଗ ଅଭାବ ଦେଖାଯାଏ
ଲୌହ ସାର ର କାର୍ଯ୍ୟ :-
1. ଗଛକୁ ଗାଢ ସବୁଜ ରଙ୍ଗ କରିଥାଏ
2.ଆଲୋକ ସଂଶ୍ଳେଷଣ ଓ ନିଶ୍ଵାସ-ପ୍ରଶ୍ଵାସ ରେ ସାହାଯ୍ୟ କରେ
ଏହି ସାର ଅଭାବ ହେଲେ:-
1. ପତ୍ର ଶିରା ସବୁଜ ଥାଇ ଅନ୍ୟ ଅଂଶ ହଳଦିଆ ପଡିଯାଏ
2. ଅତି ଅଭାବ ହେଲେ ପତ୍ର ସବୁ ଧଳା ପଡିଯାଏ
3. ଆଖୁ ଫସଲରେ ଅଗ୍ରପତ୍ର ସବୁ ହଳଦିଆ ପଡିଯାଏ
କ୍ଲୋରିନ ର କାର୍ଯ୍ୟ :-
1./ଗଛର ବୃଦ୍ଧି ଓ ନିଶ୍ଵାସ ପ୍ରଶ୍ଵାସରେ ସାହାଯ୍ୟ କରେ
ଏହି ସାର ଅଭାବରେ: -
1./ଚେର ଓ ଡାଳର ବୃଦ୍ଧି ବାଧାପ୍ରାପ୍ତ ହୁଏ
2./କଅଁଳ ପତ୍ର ସବୁ ହଳଦିଆ ପଡି ଝାଉଁଳି ପଡେ
ସମୂହ ଖାଦ୍ୟସାର ଅଭାବକୁ ଜାଣିବା କେମିତି?:-
ସମୂହ ଖାଦ୍ୟସାର ଅଭାବ ହେଲେ ଫସଲରେ ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ । ସେହି ଲକ୍ଷଣ ସମୂହ କୁ ଦେଖି, ଖାଦ୍ୟସାର ନିର୍ଣ୍ଣୟ କରାଯାଏ । ଲକ୍ଷଣ ଯଥା-
ଗଛ ବାଙ୍ଗରା ହେବା, ପତ୍ର ହଳଦିଆ ହେବା, ପତ୍ର ଶିରାରେ ଦାଗ ହେବା, ପତ୍ର ବା ଫୁଲ ଝଡ଼ିବା, ଫଳ ର ଆକାର ଅସୁନ୍ଦର ହେବା, ଫୁଲ ସମୟରେ ନ ଆସିବା, . . . . ଇତ୍ୟାଦି।
ଖାଦ୍ୟସାର ଅଭାବ ଜାଣିବା ପାଇଁ. . . ସେହି ଫସଲ କିମ୍ବା ଗଛ ପାଖକୁ ଯାଇ ଲକ୍ଷଣ ଦେଖିବା ସହିତ , ସେହି ଫସଲରେ କଣ କଣ ସାର ପ୍ରୟୋଗ କରାଯାଇଛି. . . ତାହା ସବୁ ବୁଝିବାକୁ ହେବ।
ସମୂହ ଲକ୍ଷଣ ଏବଂ ପ୍ରତିକାର :-
(କ) ତଳ ପତ୍ର ବା ପାକଳ ପତ୍ର ଆକ୍ରାନ୍ତ ହୋଇଥିଲେ . . . . . . . -> ଯବକ୍ଷାର, ଫସଫରସ ,ପଟାସ , ମାଗ୍ନେସିୟମ୍, ମଲିବଡେନମ ,
(ଖ) ଗଛଟି ସାମଗ୍ରିକ ଆକ୍ରାନ୍ତ . . . . . ->ଯବକ୍ଷାର ବା ଫସଫରସ
(ଗ)ପତ୍ର ଉପରେ ସ୍ଥାନେ ସ୍ଥାନେ ଆକ୍ରାନ୍ତ ଥିଲେ . . . . . . -> ପଟାସିୟମ,ମାଗ୍ନେସିୟମ୍, ମଲିବଡେନମ ,
(ଘ) କଅଁଳ ପତ୍ର ବା ନୂଆଁ ପତ୍ର ରେ ଲକ୍ଷଣ ଦେଖାଦେଲେ . . . . . -> ଗନ୍ଧକ, ଲୌହ,ମାଙ୍ଗାନିଜ ଓ ତମ୍ବା
(ଙ)ପୁରୁଣା ବା ନୂଆଁ ପତ୍ର ରେ ଲକ୍ଷଣ ଦେଖାଦେଲେ . . . . . ->ଦସ୍ତା
(ଚ) ପତ୍ର ହେବା ପୂର୍ବରୁ କଢି ଆକ୍ରାନ୍ତ ହେଲେ . . . . -> ଚୂନ ବା ବୋରନ
#ରାସାୟନିକ ସାର ର ନାମ ଏବଂ ପ୍ରୟୋଗ ବିଧି:-
ଫସଲର ଆବଶ୍ୟକତାକୁ ଆଖି ଆଗରେ ରଖି ସାର ବ୍ୟବହାର କରାଯାଏ।
*ୟୂରିଆ: -
*ୟୁରିଆ ରେ 46 ଭାଗ ଯବକ୍ଷାରଜାନ ଥାଏ । * ଏହାକୁ ଯବକ୍ଷାରଜାନ ସାର ବି କୁହାଯାଏ। *1kg ଯବକ୍ଷାରଜାନ ପାଇବା ପାଇଁ 2kg. 200gm ୟୁରିଆ ପ୍ରୟୋଗ କରିବାକୁ ହୋଇଥାଏ।
ପ୍ରୟୋଗ ବିଧି :-
*ଏହାକୁ ମୂଳ ସାର ବା ଠୁଳ ସାର
ହିସାବ ରେ ବ୍ୟବହାର କରାଯାଏ।
*ଏହାକୁ ପାଣି ସହିତ ମିଶାଇ କିସ୍ତି କିସ୍ତି ପ୍ରୟୋଗ କରାଯାଏ
ଆମୋନିଅମ ସଲଫେଟ: -
* ଏହାକୁ ଆମୋନିଆ ସାର କୁହାଯାଏ,
*ଯବକ୍ଷାର=20.6 ଭାଗ
ଗନ୍ଧକ =24 ଭାଗ ଥାଏ
*1kg ଯବକ୍ଷାର ପାଇଁ=5kgଆମୋନିଅମ ସଲଫେଟ ଦରକାର
*ତୈଳବୀଜ ଫସଲରେ ବ୍ୟବହାର କରିବା ଦ୍ଵାରା ତୈଳ ଅଂଶ ବୃଦ୍ଧି ହୋଇଥାଏ
ପ୍ରୟୋଗ ବିଧି: -
* ଏହି ସାର ଶୀଗ୍ର ଧୋଇ ହୋଇଯାଏ ନାହିଁ . .ତେଣୁ ଠିଆ ପାଣି ବା ଚଲା ପାଣି ରେ ପ୍ରୟୋଗ କରାଯାଇ ପାରେ
*ଏହାକୁ ବାରମ୍ଵାର ବ୍ୟବହାର କଲେ ଜମିର ଅମ୍ଲୀୟତା ବୃଦ୍ଧି ପାଏ . . .ତେଣୁ ଚୂନ ମଝିରେ ମଝିରେ ପ୍ରୟୋଗ କରିବା ଉଚିତ୍
* କାଲସିଅମ ଆମୋନିଅମ ନାଇଟ୍ରେଟ : -
*ଏଥିରେ 25% ଭାଗ ଯବକ୍ଷାରଜାନ ଓ 8.1% ଭାଗ ଚୂନ ଥାଏ
* ବାୟୁ ମଣ୍ଡଳ ଜଳୀୟ ଅଂଶ ବାଜିଲା କ୍ଷଣି ଏହି ସାର କାଦୁଅ ପରି ହୋଇଯାଏ ।
* 1 kg ଯବକ୍ଷାର ପାଇଁ = 4 Kgଏହି ସାର ଆବଶ୍ୟକ.
ପ୍ରୟୋଗ ବିଧି: -
*ସବୁ ପ୍ରକାର ଫସଲ ବା ଜମିରେ ପ୍ରୟୋଗ କରାଯାଏ
#ସିଙ୍ଗଲ ସୁପର ଫସଫେଟ:-
* ଫସଫରସ =16%
ଚୂନ=19.5%
ଗନ୍ଧକ =12.5%
*1kg ଫସଫରସ ପାଇଁ=6.250 kg ଏହି ସାର ଆବଶ୍ୟକ
ପ୍ରୟୋଗ ବିଧି: -
* ତୈଳବୀଜ ଫସଲ ପାଇଁ ଭଲ କାମ କରିଥାଏ
ମ୍ୟୁରେଟ ଅଫ ପଟାସ : -
* ଏହାକୁ ପଟାସ ସାର କୁହାଯାଏ
* 60% ଭାଗ ପଟାସ ଥାଏ
*1kg ପଟାସ= 1.670 kg ପଟାସ ସାର ଆବଶ୍ୟକ
ପ୍ରୟୋଗ ବିଧି: -
*ସବୁପ୍ରକାର ମାଟିରେ ବ୍ୟାବହାର କରାଯାଏ
ଗ୍ରୋମୋର (28-28-0): -
ଯବକ୍ଷାରଜାନ =28%
ଫସଫରସ =28%
ଏକ କିଲୋଗ୍ରାମ (ଯବକ୍ଷାର ଏବଂ ଫସଫରସ ) ପାଇବାପାଇଁ = କିଲୋ 3.570ଗ୍ରାମ ଏହି ସାର ଦରକାର
ପ୍ରୟୋଗ ବିଧି: -
ଏହି ସାର ସବୁ ମାଟି ଓ ସବୁ ଫସଲ ରେ ପ୍ରୟୋଗ କରାଯାଏ ।
*ଗ୍ରୋମୋର (14-35-14):-
ଅର୍ଥାତ୍ : - ଯବକ୍ଷାର=14%
ଫସଫରସ =35%
ପଟାସ =14%
ସବୁ ପ୍ରକାର ଫସଲ ଓ ମାଟିରେ ପ୍ରୟୋଗ କରାଯାଇ ପାରିବ।
*ଡିଏପି (ଡାଇ ଆମୋନିଅମ ଫସଫେଟ): -
ଯବକ୍ଷାରଜାନ =18%
ଫସଫରସ =46%
ସବୁ ମାଟି ଏବଂ ଫସଲ ରେ ପ୍ରୋୟଗ କରାଯାଇପାରିବ ।
*ଶ୍ୟାମଳା (15-15-15): -
ଯବକ୍ଷାରଜାନ =15%
ଫସଫରସ =15%
ପଟାସ = 15%
1kg ଉପାଦାନ ପାଇଁ =6.670ଗ୍ରାମ ଶ୍ୟାମଳା ଆବଶ୍ୟକ
ସବୁ ମାଟି ଏବଂ ଫସଲ ରେ ପ୍ରୟୋଗ କରାଯାଇପାରିବ।
*ରକ ଫସଫେଟ:-( ବଜାର ନାମ=ମସୁରୀଫସ)
ଫସଫରସ =18-24%
ଚୂନ=38.5%
ମାଗ୍ନେସିଅମ =5.6%
ଆବଶ୍ୟକ ଦେଖି ପ୍ରୟୋଗ ।
* ଏନପିକେ(NPK 10-26-26): -
ଯବକ୍ଷାର=10%
ଫସଫରସ =26%
ପଟାସ =26%
ମୂଳ ସାର ହିସାବରେ ସବୁ ପ୍ରକାର ମାଟି ଏବଂ ଫସଲ ରେ ପ୍ରୟୋଗ କରାଯାଇ ପାରିବ ।
ତାହା ବ୍ୟତିତ NPK ନାମରେ ଅନେକ ପ୍ରକାର ସାର ମିଳୁଛି।
NPK (20-20-0), NPK (16-20-0), NPK (12-32-16),NPK (19
ସାରର ପ୍ରୟୋଗ ପଦ୍ଧତି:-
ଯବକ୍ଷାର ଜାତୀୟ ସାର :-
(କ) ଏହି ସାର ବେଶି ଦିନ ମାଟିରେ ରହେ ନାହିଁ। ବର୍ଷାଦିନ ପାଣି ସହ ମାଟି ତଳକୁ କିମ୍ବା ଖାଲୁଆ ସ୍ଥାନକୁ ଚାଲିଯାଏ । ସେଥିପାଇଁ ୟୁରିଆ ସାର ସହିତ ନିମିନ ମିଶାଇ ପ୍ରୟୋଗ କରାଯାଏ କିମ୍ବା ସାରକୁ ଗୋଲି କରି ମାଟିରେ ପୋତି ଦିଆଯାଏ ।
(ଖ) ଅଧିକ ଖରା କିମ୍ବା ପବନ ହେବା ଦ୍ଵାରା ମଧ୍ୟ ଏହି ସାର ନଷ୍ଟ ନଷ୍ଟ ହୋଇଥାଏ।
(ଗ) ଏହି ସାରକୁ ଭାଗ ଭାଗ କରି ପ୍ରୟୋଗ କରାଯାଏ
(ଘ) ବୁଣା ବେଳେ, ରୋଇବା ବେଳେ, ଏବଂ ଚାଷ ଶେଷ ଅବସ୍ଥାରେ ଏହି ସାର କମ୍ ଦିଆଯାଏ ।
(ଙ) ଚାଷ ର ମଧ୍ୟବର୍ତ୍ତୀ ଅବସ୍ଥାରେ ଏହି ସାର ଅଧିକ ପ୍ରୟୋଗ କରାଯାଏ।
(ଚ) ଏହି ସାର କୁ ମାଟି ସହ ମିଶାଇ ଘରେ ରଖା ଯାଇ. . . କିସ୍ତି କିସ୍ତି କରି ଫସଲ ରେ ପ୍ରୟୋଗ କରାଯାଇ ପାରିବ।
(ଛ) ଅଧିକ ଉତ୍ପାଦନ ସଙ୍କର ଜାତୀୟ ଫସଲରେ ଅଧିକ ପରିମାଣରେ ଏହି ସାର ଆବଶ୍ୟକ
ପଟାସ ଏବଂ ଫସଫରସ ସାର :-
ଏହି ଦୁଇ ସାର ମାଟିରୁ କୁଆଡେ ଯାଏ ନାହିଁ। ଏଣୁ ଏହି ସାର କୁ ମୂଳ ସାର ହିସାବରେ ପ୍ରୟୋଗ କରାଯାଇଥାଏ।
##ଜୈବିକ ସାର :-
ଗଛ ପାଇଁ ପ୍ରାକୃତିକ ଭାବେ ମିଳୁଥିବା ଖାଦ୍ୟସାର କୁ ଜୈବିକ ସାର କୁହାଯାଏ I ଯଥା:- ବିଭିନ୍ନ ଜୀବ ଙ୍କ ମଳ, ବିଭିନ୍ନ ଉଦ୍ଭିଦର ପଚା ଅଂଶ, . . . ଇତ୍ୟାଦି।
*ଜୈବିକ ଖତ ରେ ସମସ୍ତ ପ୍ରକାର ମୂଖ୍ୟ ସାର, ଗୌଣ ସାର ଓ ଅଣୁ ସାର . . .କମ୍ ବା ବେଶୀ ପରିମାଣରେ ଥାଏ।
* ଏହି ସାର ଗଛ ପାଇଁ ଆବଶ୍ୟକ ସମସ୍ତ ଖାଦ୍ୟସାର ପୂରଣ କରିବା ସହିତ ମାଟିର ଗୁଣବତ୍ତା କୁ ବୃଦ୍ଧି କରିଥାଏ |
* ରାସାୟନିକ ସାର ମାଟି ଓ ଫସଲ ଗୁଣବତ୍ତା କୁ ନଷ୍ଠ କରୁଥିବାବେଳେ . . . ଜୈବିକ ସାର ଉଭୟ ର ଗୁଣବତ୍ତା ବୃଦ୍ଧି କରିଥାଏ।
* ନିତିଦିନ ବ୍ୟବହାର କରୁଥିବା ଗୋବର ଖତ ଠାରୁ . . . କୁକୁଡା ମଳ, କମ୍ପୋଷ୍ଟ, ଜିଆ ଖତ, ପାଉଁଷ, ପିଡ଼ିଆ, କରଞ୍ଜ ପତ୍ର, ଛୁଇଁ ଯାତୀୟ ଖତ...ଇତ୍ୟାଦି ରୁ ଅଧିକ ପରିମାଣ ରେ ଜୈବିକ ସାର ଥାଏ ।
# ବିଭିନ୍ନ ପ୍ରକାର ଖତ ବା କମ୍ପୋଷ୍ଟ ପ୍ରସ୍ତୁତି
ସାଧାରଣ ଭାବେ ପ୍ରସ୍ତୁତ କରାଯାଇଥିବା ଖତ ଠିକ୍ ଭାବରେ ପଚି ନ ଥିବାରୁ ..ବର୍ଷା,ଖରା ଏବଂ ଉଇ ମାନଙ୍କ ଯୋଗୁଁ ଖତ ର ଖାଦ୍ୟସାର ନଷ୍ଠ ହୋଇ ଯିବା କାରଣରୁ ଗଛ ଠିକ୍ ରେ ଖାଦ୍ୟ ପାଏ ନାହିଁ, ଯାହା ଫଳରେ ଗଛ ଦୂର୍ବଳ ହେବାରୁ ଫସଲ ଅମଳ କମିଯାଏ । ସେଥିପାଇଁ ଆମକୁ ଭଲ ଅମଳ ପାଇବାପାଇଁ ଠିକ୍ ଭାବେ ଖତ ପ୍ରସ୍ତୁତି କରିବା ଆବଶ୍ୟକ।
ଖତ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ପ୍ରଣାଳୀ ରହିଛି:-
୧/ଦେଶୀ ପ୍ରଣାଳୀ: -
ଲମ୍ବ ୨୦ଫୁଟ X ୫ଫୁଟ ଓସାର X ୩ ଫୁଟ ଗଭୀର. . ଗୋଟିଏ ଗାତ ଖୋଳି, ସେଥିରେ ଗୋହାଳ ରୁ ବାହାରୁଥିବା ଗୋବର, ମୂତ ଓ ବିଭିନ୍ନ ଆବର୍ଜନାକୁ ପକାଇ ଗାତଟିକୁ ପୂର୍ଣ୍ଣ କରିବା ପରେ ମାଟିରୁ ୨ ଫୁଟ ଉଚ୍ଚର ମାଟି ଓ ଗୋବର ଗୋଟିଏ ପ୍ରଲେପ ଦେବାକୁ ହେବ। ଯଦି ୪୦ କି.ଗ୍ରା ସିଙ୍ଗଲ ସୁପର ଫସଫେଟ ଖତରେ ମିଶାଇ ଦେଲେ ଖତ ର ଗୁଣବତ୍ତା ବଢିଥାଏ। . . . ଏହିପରି ଅନେକ ଗାତ ଖୋଳି ଦେଶୀ ପ୍ରଣାଳୀ ରେ ଉନ୍ନତମାନର ଖତ ପ୍ରସ୍ତୁତ କରାଯାଇପାରିବ।
୨/ ବାଙ୍ଗାଲୋର ପ୍ରଣାଳୀ: -
ସହରାଞ୍ଚଳ ମାନଙ୍କ ରେ ଏହି ପ୍ରଣାଳୀରେ ଉନ୍ନତମାନର ଖତ ପ୍ରସ୍ତୁତ କରାଯାଏ। ଏଥିପାଇଁ ଧାଡି ଧାଡି ଗାତ ଖୋଳାଯାଏ । ପ୍ରତି ଗାତର ଲମ୍ବ ୨୦-୪୦ ଫୁଟX ଓସାର ୬-୯ ଫୁଟ Xଗଭୀର ୩-୪ ଫୁଟ ଖୋଳିବାକୁ ହେବ। ପ୍ରଥମେ ଗାତର ତଳେ ୯-୧୦ ଇଞ୍ଚ ର କୃଷି ଆଵର୍ଜନା ପକାଇ ଉଦା କରି ଦିଆଯାଏ । ଏହାରି ଉପରେ ମଣିଷ ମଳ-ଗୋବର-ଗୋରୁ ମୂତ ୩ ଇଞ୍ଚ ବହଳ ର ପକାଇ ଏକ ଇଞ୍ଚର ମାଟି ପକାଇବାକୁ ହୋଇଥାଏ। ଏମିତି ସ୍ତର ସ୍ତର କରିପକାଇ ଗାତ ପୂର୍ଣ୍ଣ ହେଲା ପରେ, ଭୂମି ପତ୍ତନଠାରୁ ୨ ଫୁଟ ଉଚ୍ଚ ହୋଇ ଗଲାପରେ ବର୍ତ୍ତୁଳାକାର ଆକାରରେ ମାଟି ଘୋଡେଇ ବାକୁ ପଡେ । ଏହି ପ୍ରଣାଳୀରେ ୮-୯ ମାସ ମଧ୍ୟରେ ଖତ ପ୍ରସ୍ତୁତ ହୋଇଥାଏ।
୩/ ଇନ୍ଦୋର ପ୍ରଣାଳୀ: -
୩୦ ଫୁଟ ଲମ୍ବ X ୧୪ ଫୁଟ ଓସାର X ୨ଫୁଟ ଗଭୀର ର ଖାଲ ଖୋଳିବାକୁ ହେବ। ଏହି ପ୍ରଣାଳୀରେ ଆବର୍ଜନା ର ସ୍ତର ପରେ ଗୋବର ସ୍ତର ପରେ ଆବର୍ଜନା ସ୍ତର ପୁଣି ଗୋବର ସ୍ତର . . . ଏମିତି ପକାଇ ଭୂମି ପତ୍ତନଠାରୁ ଏକ ଫୁଟ ହୋଇଗଲେ ଗମ୍ବୁଜ ଆକାର ର ମାଟି +ଗୋବର ମିଶ୍ରଣ ଗୋଟିଏ ଲେପ ଦିଆଯିବ। ଦୁଇ-ଚାରି-ଆଠ ସପ୍ତାହ ପରେ ଖତ କୁ ତଳ-ଉପର କରିବାକୁ ପଡେ । ଏହି ଉପାୟ ରେ ତିନିମାସରେ ଖତ ପ୍ରସ୍ତୁତ ହୋଇଥାଏ।
୪/ ଆଡକୋ ପ୍ରଣାଳୀ: -
ଏହି ପ୍ରଣାଳୀରେ ଖତ ୪-୫ ମାସ ମଧ୍ୟରେ ପ୍ରସ୍ତୁତ ହୋଇଥାଏ।
୧୫ଫୁଟ ଲମ୍ବ X୬ଫୁଟ ଓସାର X୧ ଫୁଟ ଗଭୀର ର ଗୋଟିଏ ଗାତ ଖୋଳିବାକୁ ହେବ , ସେଥିରେ ଏକ କୁଇଣ୍ଟାଲ ଆବର୍ଜନା ପିଛା ୭କି.ଗ୍ରା ଆଡକୋ ପାଉଡର ପକାଇବ। ଏମିତି ସ୍ତର ସ୍ତର କରି ୬ଫୁଟ ଉଚ୍ଚର କରିବାକୁ ହେବ ଏବଂ ମଝିରେ ମଝିରେ ଖତକୁ ଉପର ତଳ କରିବ।
୫/ ନାଡେପ ପ୍ରଣାଳୀ: -
ଏହି ପ୍ରଣାଳୀରେ ୩-୪ ମାସ ମଧ୍ୟରେ ଉନ୍ନତମାନ ର ଖତ ପ୍ରସ୍ତୁତ ହୋଇଥାଏ।
ଏହି ପ୍ରଣାଳୀରେ ଖତ ପ୍ରସ୍ତୁତ କରିବାପାଇଁ ୧୦ଫୁଟ ଲମ୍ବ X୬ ଫୁଟ ଓସାର X ୩ ଫୁଟ ଗଭୀର . . . ର ଏକ ଟାଙ୍କି ମାଟି କାଦ ରେ ଇଟାକୁ ଯୋଡେଇ କରି ତିଆରୀ କରାଯିବ। ସେହି ଖାଲ ରେ ୬ ଇଞ୍ଚ ବହଳ ର ଆବର୍ଜନା ପକାଇବ। ତା ଉପରେ ଗୋବରମଣ୍ଡ( ଏକ ଶହ ଲିଟର ପାଣି ସହିତ ୪କି.ଗ୍ରା ଗୋଵର ର ମିଶ୍ରଣ ) ପକାଇବ। ଗୋବର ମଣ୍ଡ ଦେବା ପରେ ୬୦ କି.ଗ୍ରା. ଗୁଣ୍ଡ ମାଟି ର ଏକ ଆସ୍ତରଣ ଦେବାକୁ ହେବ। ଏହିପରି ସ୍ତର ସ୍ତର କରି ଟାଙ୍କି ପୂରଣ କରିଦେବ। ଟାଙ୍କି ଉପରୁ ଦେଢ଼ ଫୁଟ ଉଚ୍ଚତା ହୋଇଗଲେ ୩ଇଞ୍ଚ ବହଳ ର ମାଟି ପକାଇ ଦେବ । ୨୧ ଦିନ ପରେ ଦେଖାଯିବ ଖତ ଦବି ଯାଇଥିବାର ,ଯଦି ଟାଙ୍କି ଲେବୁଲ ରୁ ଅଧିକା ରହିଲା ତ ଭଲ କଥା। କିନ୍ତ ଏହା ଠାରୁ ଅଧିକ ଦବିଥିଲେ, ଏହା ଉପରେ ପୁଣି ଆଉ ଗୋଟିଏ ଆସ୍ତରଣ ଦେଇ ଲିପି ଦେବ । ଖତ ର ମାନ ବୃଦ୍ଧି ପାଇଁ ଜୀବାଣୁ ସାରକୁ (୫୦୦ଗ୍ରାମ ଲେଖା .ଆଜୋଟୋବାକ୍ଟର+ରାଇଜୋବିଅମ + ଫସଫୋ ସଲିବୁଲାଇଜିଂ ବ୍ୟାକ୍ଟେରିଆ.)୨୩ଲିଟର ପାଣିରେ ମିଶାଇ ଖତଗଦା ଭିତରକୁ କଣା କରି ସବୁ ଦିଗରୁ ପ୍ରବେଶ କରାଇ ଗାତ ର ମୂହଁ କୁ ବନ୍ଦ କରିଦେବା।
୬/ବିଲାତି ଦଳ ରୁ ଖତ:-
ବିଲାତି ଦଳ ରୁ ଖତ ପ୍ରସ୍ତୁତ କରିବା ପାଇଁ ୨୦ଫୁଟ ଲମ୍ବ X ୭ ଫୁଟ ଓସାର X ୪ଫୁଟ ଗଭୀର ର ଗୋଟିଏ ଖାଲ କରିବାକୁ ହେବ।
ତାପରେ ବିଲାତି ଦଳକୁ ପାଣି ରୁ ବାହାର କରି ୨-୩ ଦିନ ଖରାରେ ଶୁଖାଇ ବାକୁ ହେବ। ପ୍ରଥମେ ଶୁଖିଲା ବିଲାତି ଦଳକୁ ଖାଲ ରେ ପକାଇବା ପରେ ତା ଉପରେ ଗୋବର ପକା ଯିବ, ପୁଣି ତା ଉପରେ ବିଲାତି ଦଳ କୁ ପକା ଯିବା ପରେ ଗୋବର ପକା ଯିବ . . . ଏମିତି ସ୍ତର ସ୍ତର କରି ପକାଇବାକୁ ହେବ। ଭୂମି ଠାରୁ ୨ଫଟ ଉଚ୍ଚ ହେଲେ ଏହାକୁ ବର୍ତ୍ତୁଳାକାର ରେ କରିବାକୁ ହେବ। ଏହା ଉପରେ ମାଟି+ଗୋବର ର ମିଶ୍ରଣକୁ ଲେପି ଦେବାକୁ ହେବ। ଏହାର ଦୁଇ ମାସ ପରେ ଖତ ପ୍ରସ୍ତୁତ ହୋଇଥାଏ।
ବିନା ଖାଲ କରି ମଧ୍ୟ ଏହିପରି ବିଲାତି ଦଳ ଏବଂ ଖତ କୁ ସ୍ତର ସ୍ତର କରି ଭୂମିଠାରୁ ୪ଫୁଟ ଉଚ୍ଚ ହେଲେ ୨ଇଞ୍ଚ ବହଳ ର ମାଟି ନେପିବାକୁ ପଡିବ। ମାସେ ପରେ ଏହାକୁ ତଳ ଉପର କରିବାରୁ ହେବ ।
୭/ସୁପର କମ୍ପୋଷ୍ଟ: -
ଏହି ପ୍ରଣାଳୀରେ ୫ ମାସ ଭିତରେ ଖତ ପ୍ରସ୍ତୁତ ହୋଇଥାଏ।
ସୁପର କମ୍ପୋଷ୍ଟ ୬ ପ୍ରସ୍ତୁତ କରିବା ପାଇଁ ଛାଇ ଜାଗାରେ ୧୫ ଫୁଟ ଲମ୍ବ X ୫ଫୁଟ ଓସାର X ୩ଫୁଟ ଗଭୀର ର ଗୋଟିଏ ଖାଲ କରିବା ଆବଶ୍ୟକ। ପ୍ରଥମେ ଲମ୍ବ ଭାବରେ ଦୁଇ ପଟୁ ଆବର୍ଜନା ପୂର୍ଣ୍ଣ କଲା ପରେ ମଝି ଅଂଶ ଟି ଶେଷରେ ପୂର୍ଣ୍ଣ କରିବାକୁ ହେବ। ଖାଲ ରେ ୫ଫୁଟଲମ୍ବ ମଧ୍ୟରେ ଏକ ଫୁଟ ଅଳିଆ ପକାଇବା ପରେ ୭ କି.ଗ୍ରା ସିଙ୍ଗିଲ୍ ସୁପର ଫସଫେଟ ସାର ପକାଇବାକୁ ହେବ। ପୁଣି ତା ଉପରେ ଅଳିଆ ପକାଇ ସାର ପକାଇବାକୁ ହେବ। ଏମିତି ସ୍ତର ସ୍ତର କରି ଲମ୍ବ ଭାବରେ ଦୁଇ ମୁଣ୍ଡରୁ ପୂର୍ଣ୍ଣ ହୋଇ ସାରିବା ପରେ ମଝି ଅଂଶକୁ ପୂର୍ଣ୍ଣ କରିବାକୁ ହେବ। ଖାଲ ର ଦୁଇ ଫୁଟ ଉଚ୍ଚତାରେ ଖତ ପକାଇବାକୁ ହେବ।
ଏହି ଖତରେ ସମସ୍ତ ମୂଖ୍ୟ ସାରଗୁଡିକ ଶତକଡା ୧ ଭାଗ ହିସାବରେ ଥାଏ।
୮/ଗୋବର ଗ୍ୟାସ ଖତ:-
ଗୋବର ଗ୍ୟାସ ଖତ ପ୍ରସ୍ତୁତ ପାଇଁ ପ୍ଲାଣ୍ଟ ତିଆରୀ କରିବାକୁ ହୋଇଥାଏ। ସେଠାରେ ପାଣି + ଗୋବର ମିଶ୍ରଣ ପକାଯାଏ । ତା ଭିତରେ ଗୋବର ସଢିବା ପରେ ଗ୍ୟାସ ବାହାରେ, ସେହି ଗ୍ୟାସକୁ ଜାଳେଣି ରୂପେ ବ୍ୟବହାର କରାଯାଏ। ଗ୍ୟାସ୍ ବାହାରିଯିବା ପରେ ସଢି ଯାଇଥିବା ଗୋବର ସବୁଠାରୁ ଭଲ ଖତ ରୂପେ କାମ କରେ ।
୯/ତରଳ ଖତ:-
ତରଳ ଖତ କୁ ଗଛ ଶୀଗ୍ର ଗ୍ରହଣ କରିଥାଏ।
ତରଳ ଖତ ପ୍ରସ୍ତୁତି ପାଇଁ ଗୋଟିଏ ପାଣିଡ୍ରମ୍, ପତଳା ଅଖା, ୭କି.ଗ୍ରା କଞ୍ଚା ଗୋବର, ୭କି.ଗ୍ରା ଡାଲିଯାତୀୟ ଫସଲର କଞ୍ଚା ପତ୍ର, ଏବଂ ୨୦୦ ଲିଟର ପାଣି, ୨୫୦ ଗ୍ରାମ ମଉଆ ।
ପ୍ରଥମେ କଞ୍ଚା ପତ୍ରକୁ ହାତରେ ମକଚି କିମ୍ବା ଶିଳ ରେ ଅଳ୍ପ ଅଳ୍ପ ଛେଞ୍ଚି, ଗୋବର ସହିତ ମିଶାଇ ଅଖାରେ ଭର୍ତ୍ତିକରି ମୁହଁ ଟି ବାନ୍ଧି,ଡ୍ରମ୍ ଭିତରେ ପୂରାଇ ପଥର ଦେଇ ଚାପି ଦେବ, ତା ପରେ ୨୦୦ ଲିଟର ପାଣି ଢ଼ାଳିଦେବ । ଧ୍ୟାନ ରଖିବ ଅଖାଟି ଯେମିତି ପାଣି ଉପରେ ନ ଭାସେ ।
ତିନି ସପ୍ତାହ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୫ ମିନିଟ୍ ଲେଖାଏଁ କାଠିରେ ଘାଣ୍ଟି ବାକୁ ପଡିବ। ପାଣି ର ରଙ୍ଗ ଚା' ପରି ଦେଖା ଗଲେ ଆଖା ଟିକୁ ପାଣି ରୁ ବାହାର କରାଯାଏ। ଏହି ଖତ ପାଣି ସହିତ ୨୫୦ ଗ୍ରାମ ମଉଆଁ ମିଶାଇ ଦେଲେ ଏହାର ଗୁଣାତ୍ମକ ମାନ ବୃଦ୍ଧି ପାଇଥାଏ । ତଳରଖତ କୁ ଥଣ୍ଡା ସ୍ଥାନରେ ୬ ସପ୍ତାହ ପର୍ଯ୍ୟନ୍ତ ସାଇତି ରଖା ଯାଇପାରେ । ଏହି ଖତ ସହିତ ସମାନ ପରିମାଣରେ ପାଣି ମିଶାଇ ଫସଲରେ ପ୍ରୟୋଗ କରାଯାଏ।
୧୦/ ଜିଆ ଜଳ :-
ନିଜର ବଜେଟ୍ ଅନୁସାରେ ସିମେଣ୍ଟ କୁଣ୍ତ ବା ନନ୍ଦ ତିଆରି କରିବାକୁ ହେବ। ସେହି କୁଣ୍ଡର ପ୍ରଥମ ଥରରେ ୨୫-୩୦ ସେ.ମି ବହଳ ର ଇଟା ଖଣ୍ତ ବା ଛୋଟ ପଥର ବିଛାଯିବ। ତା ଉପରେ ୨୦-୩୦ ସେ.ମି ବହଳ ର ବାଲି ରଖାଯିବ। ଏହା ଉପରେ ୩୦-୪୫ ସେ.ମି ଦୋରସା ମାଟି ଭର୍ତ୍ତି କରାହେବ । ଏହା ପରେ ଜିଆ ଛଡ଼ାଯିବ। ତାହା ପରେ ଗୋବର ଓ ବିଭିନ୍ନ ଆବର୍ଜନା ପୂରାଇ ଦିଆଯିବ।
ଟାଙ୍କି ଟି ମାଟି ସହିତ ଲାଗି କରି ରହିଥିଲେ,ଜିଆ ଜଳ ସଂଗ୍ରହ କରିବା ପାଇଁ, କୁଣ୍ଡର ତଳ ଭାଗରେ ଗୋଟିଏ କଣା କରି ପାଣି ଟ୍ଯାପ ଲଗାଇବାକୁ ହେବ। ଠିକ୍ ସେହି ତଳେ ଜିଆ ଜଳ ସଂଗ୍ରହ ପାଇଁ ଗୋଟିଏ ମାଠିଆ ରଖିବାକୁ ହେବ। କୁଣ୍ଡରେ ୧୫ ଦିନ ପର୍ଯ୍ୟନ୍ତ ପାଣି ଭଲଭାବରେ ଦେବାକୁ ହେବ ଏବଂ କୁଣ୍ତର ତଳ ଟ୍ଯାପ୍ ଦେଇ ନିଗାଡି ଦେବାକୁ ହେବ। ତାପରେ କୁଣ୍ଡର ଟ୍ଯାପ୍ ସଂପୂର୍ଣ୍ଣ ବନ୍ଦ କରିବାକୁ ହେବ। ମାଠିଆ ଟିରେ ଛୁଞ୍ଚି ଆକାର ର କଣା କରି ପାଣି ଭରି କରି ଡ୍ରମ୍ ଉପରେ ଓହଳାଇ ଦେବାକୁ ହେବ, ମାଟିଆ ରୁ ଧୀରେ ଧୀରେ ପାଣି ଡ୍ରମ୍ ରେ ପଡିବ, ସେହି ପାଣି ସବୁ ଜିଆ ଖତ ସହିତ ମିଶି କୁଣ୍ଡର ତଳ ସ୍ତରରେ ଜମା ହେବ । ଆବଶ୍ୟକ ହେଲେ କୁଣ୍ଡର ତଳ ଟ୍ଯାପ୍ ଖୋଲି ଜିଆ ଜଳ ସଂଗ୍ରହ କରାଯାଇପାରିବ।
୧୧/ଜିଆ ଖତ:-
ଜିଆ ଖତ ପ୍ରସ୍ତୁତ ପାଇଁ ସେହିପରି କୁଣ୍ଡ କରିବାକୁ ହେବ। କୁଣ୍ଡ ଭିତରେ ଗୋବର ଏବଂ ବିଭିନ୍ନ ଆବର୍ଜନା ପକାଇବାକୁ ହେବ। ଦୁଇ ସପ୍ତାହ ପରେ (୧୦ଟି ଜିଆ/କି.ଗ୍ରା ଖତ)ତାହା ଭିତରେ ଜିଆ ମାନଙ୍କୁ ଛଡାଯିବ । ଜିଆ ପାଇଁ ବିଭିନ୍ନ କୃଷି ସଂସ୍ଥା ମାନଙ୍କ ସହିତ ଯୋଗାଯୋଗ କରିବାକୁ ହେବ। କୁଣ୍ଡ ଟି ସବୁବେଳେ ନସମ/ଅଳ୍ପ ଓଦା ରହିବା ଦରକାର। ଜିଆ ମାନଙ୍କର ଶତ୍ରୁ କୁକୁଡା-ବତକ-ପକ୍ଷୀ-ପିମ୍ପୁଡି-ସାପ-ବିଛା ଇତ୍ୟାଦି। ଏମାନଙ୍କ ଠାରୁ ଜିଆ ମାନଙ୍କୁ ରକ୍ଷା କରିବା ଆବଶ୍ଯକ । ପ୍ରାୟ ୧୦ ସପ୍ତାହ ମଧ୍ୟରେ ଜିଆ ଖତ ପ୍ରସ୍ତୁତି ହୋଇଯାଏ ।
ଜୀବାଣୁ ସାର
(୧) ଆଜୋଲା
ଏହା ପାଣିରେ ବଢଥିବା ଏକ ପ୍ରକାର ଦଳ କହିଲେ ଚଳେ। ଏହି ଦଳ ପାଣି ଉପରେ ଭାସି ବୁଲେ । ଏହାର ପତ୍ର ସବୁ ଛୋଟ ଅଟେ , ପତ୍ର ରେ ଅନାବିନା ନାମକ ଶୈବାଳ ଥାଏ । ଏହା ବାୟୁମଣ୍ଡଳରୁ ଯବକ୍ଷାରଜାନ ସାରକୁ ସଂଗ୍ରହ କରି ସାଇତି ରଖେ।ଏହା ଖୁବ୍ ଶୀଘ୍ର ବଢେ । ଏହା ବଢ଼ିବା ପାଇଁ ୨୪-୩୦ ଡିଗ୍ରୀ ସେଲସିୟସ ଦରକାର କରିଥାଏ। ପ୍ରତି ସପ୍ତାହରେ ଆଜୋଲା ତିନିଗୁଣ ବଢେ । ପୋକ ଦାଉରୁ ରକ୍ଷା ପାଇବା ପାଇଁ କିଆରିରେ ଫୋରାଡନ୍ ପକାଇବାକୁ ହୋଇଥାଏ। ଆଜୋଲା ବ୍ୟବହାର ଦ୍ଵାରା ଏକର ପ୍ରତି ହାରାହାରି ୧୦-୧୨କି.ଗ୍ରା ଯଵକ୍ଷାରଜାନ ସାର ଗଛକୁ ମିଳିଥାଏ। ଆଜୋଲା ସମସ୍ତ ପ୍ରକାରର ବ୍ୟବହାର କରାଯାଏ।ଯଥା- ପଶୁପକ୍ଷୀ ଖାଦ୍ୟ ଓ ଫସଲର ସାର ବିସାବରେ ବ୍ୟବହାର କରାଯାଏ।
ଏହାକୁ ଚାଷ କରିବା ପାଇଁ ଜଳ ନିରୋଧି କୁଣ୍ଡ ପ୍ରସ୍ତୁତ କରାଯାଏ।ଯଥା- ସିମେଣ୍ଟ କୁଣ୍ଡ , ଗାତ ଖୋଳି ପଲିଥିନ୍ କୁଣ୍ଡ...ଏମିତି ବିଭିନ୍ନ ଉପାୟରେ ପ୍ରସ୍ତୁତ କରାଯାଏ। ଆଜୋଲା ଶୀଘ୍ର ବଢିବା ପାଇଁ କୁଣ୍ଡରେ ସାମାନ୍ୟ ଫସଫରସ , ଚୂନ, ମାଗ୍ନେସିଅମ, ମଲିଵଡେନମ ଓ ଲୌହର ଆବଶ୍ୟକ ହୋଇଥାଏ। ସେମିତି କିଛି ସାର ନ ମିଶାଇ କେବଳ ଘରଇ ପାଉଁଷ ମିଶାଇ ଦେଇଥିଲେ ଏହି ସବୁ ସାର ଗୁଡିକର ଭରଣା ହୋଇଥଏ ।
ଫସଲରେ ଆଜୋଲା ର ପ୍ରୟୋଗ ପଦ୍ଧତି: -
ପ୍ରୟୋଗ-୧
ଆଜୋଲା ମୂଖ୍ୟତଃ ଧାନ ଫସଲରେ ପ୍ରୟୋଗ କରାଯାଏ।
ଆଜୋଲା ବଢିବା ପାଇଁ ଠିଆପାଣି ଦରକାର ହୋଇଥାଏ। ଠିଆ ପାଣି ଧାନ ଫସଲ ପାଇଁଁ ମଧ୍ୟ ଅତି ଆବଶ୍ୟକ ହୋଇଥିବାରୁ, ଆଜୋଲା ପାଇଁ ମଧ୍ୟ ସୁବିଧା ହୋଇଥାଏ। ଧାନ ରୋଇବାର ୨୧ ଦିନ ପୂର୍ବରୁ ଜମିକୁ ପଚାଣି କାଦୁଅ କରି ଆଜୋଲା ଛଡାଯାଏ। ଧାନ ରୋଇବାର ପୂର୍ବରୁ ଜମିକୁ କାଦୁଅ କରି ଧାନ ରୋଇ ଦିଆଯାଏ।
ପ୍ରୟୋଗ-୨
ଧାନ ରୋଇବାର ୬-୭ ଦିନ ପରେ ଏକର ପ୍ରତି ୪-୫ କ୍ଵିଣ୍ଟାଲ ଆଜୋଲା ପକାଯାଏ । ଏହି ସବୁ କିଆରୀ ସାରା ମାଡିଗଲେ ପାଣି କାଟି ଦିଆଯାଏ । ଫଳରେ ଆଜୋଲା ସବୁ ମାଟିରେ ମିଶି ଗଛପାଇଁ ଖତ ପ୍ରସ୍ତୁତ ହୋଇଥାଏ।
(୨)ନୀଳ ହରିତ ଶୈବାଳ: -
ଏହା ଏକ ପ୍ରକାର ଶିଉଳି । ଏହା ମଧ୍ୟ ପାଣିରେ ବଢେ । ଏହାର ଉତ୍ପାଦନ ଏବଂ ପ୍ରୟୋଗ ଆଜୋଲା ପରି କରାଯାଇ ଥାଏ।
(୩)ରାଇଜୋବିଅମ କଲଚର :-
ଏହାକୁ ଜୀବାଣୁ କଲଚର କୁହାଯାଏ।ଏହା ବଜାରରେ କଳା କଳା ଗୁଣ୍ଡ ହିସାବରେ ମିଳିଥାଏ। ଏକ ଗ୍ରାମ ଗୁଣ୍ଡରେ ପ୍ରାୟ ଏକ କୋଟି ଜୀବାଣୁ ରହିଥାନ୍ତି।ଏହି ଜୀବାଣୁ ବାୟୁମଣ୍ଡଳରୁ ଯବକ୍ଷାର ସାରା ଆଣି ଗଛକୁ ଯୋଗାଇ ଥାନ୍ତି।ଏହାକୁ ଡାଲି ଜାତୀୟ ଫସଲ ,ଚୀନା ବାଦାମ ଓ ସୋୟାବିନ ଇତ୍ୟାଦି ଚାଷରେ ପ୍ରୟୋଗ କରାଯାଏ ।
ପ୍ରୟୋଗବିଧି-
ଦୁଇ ଶହ ଗ୍ରାମ ଜୀବାଣୁ କଲଚର ଗୁଣ୍ଡକୁ ନେଇ ପାଣିରେ ମିଶାଇ ମଣ୍ଡ କରାଯାଏ। ସେହି ମଣ୍ଡକୁ ବିହନରେ ମିଶାଯାଏ ତା ପରେ ଛାଇରେ କିଛି ସମୟ ପର୍ଯ୍ୟନ୍ତ ଶୁଖାଇ ଜମିରେ ବୁଣାଯାଏ । ଏହା ଫଳରେ ଯବକ୍ଷାରଜାନ ସାର ର ଖର୍ଚ୍ଚ ବଞ୍ଚିଯାଏ।
ଆଜୋଟୋବାକ୍ଟର: -
ଏହାକୁ ଜୀବାଣୁ ସାର କୁହାଯାଏ। ଏହା ଫସଲରେ ବାୟୁମଣ୍ଡଳରୁ ଯବକ୍ଷାର ସାର ଆଣି ଗଛକୁ ଯୋଗାଇଥାଏ।ଏହାକୁ ଧାନ-ମକା-ଗହମ - କପା-ଆଳୁ-ମାଣ୍ଡିଆ - ଯଅ-ନଳିତା- ସୋରିଷ . . . ଆଦି ଫସଲରେ ପ୍ରୟୋଗ କରାଯାଏ। ଏହି ଜୀବାଣୁ ସାରକୁ ଢିପ ଓ ମଝାଳିଆ ଜମି ମାନଙ୍କରେ ପ୍ରୟୋଗ କରାଯାଏ। କିନ୍ତୁ ବାଲିଆ ଜମି ମାନଙ୍କରେ କୌଣସି ଜୀବାଣୁ ସାର କାମ କରେନାହିଁ।
ପ୍ରୟୋଗବିଧି :-
ଧାନ-ମକା-ଗହମ - କପା-ଆଳୁ ଇତ୍ୟାଦି ଫସଲରେ ୨କି.ଗ୍ରା ଜୀବାଣୁ ସାର ଦରକାର ହୋଇଥାଏ ଏବଂମାଣ୍ଡିଆ - ଯଅ-ନଳିତା- ସୋରିଷ ଇତ୍ୟାଦି ଫସଲରେ ୧୨୦୦ ଗ୍ରାମ ଜୀବାଣୁ ସାର ଦରକାର ହୋଇଥାଏ। ପନିପରିବା ଫସଲରେ ୧୨୦୦ ଗ୍ରାମ-୨କି.ଗ୍ରା ଜୀବାଣୁ ସାର ଦରକାର ହୋଇଥାଏ । ଆଖୁ ଚାଷରେ ୪କି.ଗ୍ରା ଜୀବାଣୁ ସାର ଦରକାର ହୋଇଥାଏ ।
ଜୀବାଣୁ ସାର କୁ ପାଣି ସହିତ ମିଶାଇ ମଣ୍ଡପ୍ରସ୍ତୁତ କରାଯାଏ। ସେହି ମଣ୍ଡରେ ତଳିର ଚେର କୁ ବୁଡାଇ ଛାଇ ସ୍ଥାନରେ୧୫-୩୦ ମିନିଟ ପର୍ଯ୍ୟନ୍ତ ଶୁଖାଇ ଜମିରେ ଲଗାଯାଇଥାଏ । ସେହିପରି ବିହନକୁ ମଣ୍ଡରେ ଭି ଚାଷ କୁଜାଇ କିଛି ସମୟ ଛାଇ ରେ ଶୁଖାଇ ବୁଣାଯାଏ ।
ଫସଫୋକଲଚର: -
ଏହି ଜୀବାଣୁଙ୍କୁ ଫସଫରସ ଦ୍ରବଣକାରୀ ଜୀବାଣୁ କୁହାଯାଏ।ଏହି ଜୀବାଣୁ ମାଟିରେ ରହିଥିବା ଫସଫରସ କୁ ଆଣି ଗଛକୁ ଯୋଗାଇଥାନ୍ତି।
ଏକ ଏକର ଜମିରେ ୧୬୦୦ ଗ୍ରାମଫସଫୋ କଲଚର ଦରକାର।ଏହାକୁ ଅନ୍ୟ ଜୀବାଣୁ ସାର ସହିତ ମିଶାଇ ପ୍ରୟୋଗ କରାଯାଇ ପାରିବ। ଅନ୍ୟ ଜୀବାଣୁ ସାର ଗୁଡ଼ିକ ପରି ଏହାକୁ ପ୍ରୟୋଗ କରାଯାଏ।
ସବୁଜ ସାର:-
ଚାଷୀ ଚାଷ କରିବା ପୂର୍ବରୁ କେତେକ ଗଛକୁ ଜମିରେ ବୁଣାଯାଏ ଏବଂ ପରେ ଏ ସବୁକୁ ହଳ କରି ମାଟିରେ ମିଶାଇ ଦିଆଯାଏ । ଯଥା- ଧଣିଚା,ବରଗୁଡ, ସୁବାବୁଲ, ଇତ୍ୟାଦି। ଏହି ପଦ୍ଧତିରେ ମୂଖ୍ୟ ଚାଷକୁ ବିଭିନ୍ନ ପ୍ରକାର ପ୍ରାକୃତିକ ସାର/ସବୁଜ ସାର ମିଳିଥାଏ।
ବିହନ ପ୍ରସ୍ତୁତ : -
ଚାଷ କରିବା ପୂର୍ବରୁ ଭଲ ବିହନ ବାଛିବାକୁ ପଡିଥାଏ । ବିହନ ହିଁ ଯଦି ଖରାପ ପଡିଯାଏ ତେବେ ଅମଳ ଅନେକ କମିଯାଏ । ଫଳରେ ଲାଭ କମ୍ ମିଳେ । ତେଣୁ ଉଚିତ୍ ବିହନ ବାଛିବାକୁ ପଡିଥାଏ। ବଜାର ରେ ବିଭିନ୍ନ ପ୍ରକାର ବିହନ ମିଳେ, ଯଥା- ଦେଶୀ ଏବଂ ହାଇବ୍ରିଡ୍ । ହାଇବ୍ରିଡ୍ ବିହନ ରୁ ଭଲ ଲାଭ ମିଳି ଥାଏ , ସେଥିପାଇଁ ଉଚିତ୍ ଯତ୍ନ ଆବଶ୍ୟକ।
ବିହନ ବାଛିବା ପଦ୍ଧତି:-
ଭଲ ଲାଭ ପାଇଁ ଭଲ ବିହନ ବାଛିବାର ଅଛି।
(କ) ବିଶ୍ୱାସ ଯୋଗ୍ୟ ଭଲ କମ୍ପାନୀ ର ବିହନ କିଣିବା
(ଖ)ଋତୁ ଅନୁସାରେ ଚାଷ ହେଉଥିବା ବିହନ କିଣିବା
(ଗ) ମରୁଡି ଅଞ୍ଚଳ ପାଇଁ ମରୁଡି କୁ ସହି ପାରୁଥିବା ଭଳି ବିହନ କିଣିବା
(ଘ) ନିଜ ଅଞ୍ଚଳରେ ଚାଷ ହୋଇପାରୁଥିବା ଭଳି ଫସଲ ବିହନ କିଣିବା
(ଙ) ରୋଗ ପୋକ ଅଞ୍ଚଳ ପାଇଁ ରୋଗ-ସହଣୀ ବିହନ କିଣିବା
(ଚ) ବିହନ କିଣିବା ବେଳେ ଫେକିଂ ତାରିଖ, ଇତ୍ୟାଦି ଦେଖିବା
(ଛ) ବିହନ ବୁଣିବା ପୂର୍ବରୁ ତାର ଗଜା ପରୀକ୍ଷା କରିବା
ବିହନରୁ ଗଜା ପରୀକ୍ଷା କରିବାର ପଦ୍ଧତି: -
ବାଛ ବିଚାର ନ କରି ବିହନର ୧୦୦ ଟି ମଞ୍ଜିକୁ ନେବ, ତା ସହିତ ଗୋଟିଏ ଟ୍ରେ ପାତ୍ରରେ କିଛି ମାଟିକୁ ସମାନ ଭାବରେ ବିଛାଇ ଦେବ। ସେହି ମାଟି ରେ ସେହି ୧୦୦ ଟି ବିହନକୁ ବୁଣିଦେବ ଏବଂ ମଝିରେ ମଝିରେ ଛିଟିକା ପାଣି ଦେଉଥିବ । କିଛି ଦିନପରେ ବିହନ ଗଜା ବାହାରିଗଛ ହୋଇଯିବ। ଯଦି ଗଛ ସଂଖ୍ୟା ୬୦ ରୁ ଅଧିକ ରହିଲା ,ତେବେ ଜାଣିବାକୁ ହେବ ଯେ ବିହନ ଟି ଭଲ ଅଛି । ତାହାକୁ ଶତକଡା ହିସାବ ରେ ତୁଳନା କରାଯାଇପାରେ ।
ବିହନ ଉତ୍ପାଦନ କରିବାର ପଦ୍ଧତି: -
ବିହନ ଉତ୍ପାଦନ ପାଇଁ ଭଲ ବିହନ ନେବାକୁ ହୋଇଥାଏ। ସେହି ବିହନ ଅନୁସାରେ ଉଚିତ୍ ଜମି ନିର୍ବାଚିତ କରିବାକୁ ପଡିଥାଏ ଯେମିତି ଭଲ ମାଟି ହୋଇଥିବ, ଆଖ ପାଖ ରେ ଅନ୍ୟ କୌଣସି ବିହନ ର ଫସଲ ହୋଇ ନଥିବ ବା ଅଲଗା ପ୍ରକାର ର ବିହନ ର ସମାନ ଫସଲ ହୋଇ ନ ଥିବ ,କାରଣ ପରାଗ ସଙ୍ଗମ ଦ୍ଵାରା ବିହନ ପ୍ରଭାବିତ ହୋଇପାରେ । ସେହି କିସମର ବିହନ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଥିବା ପ୍ରଣାଳୀକୁ ଅନୁକରଣ କରିବା ନିହାତି ଜରୁରୀ।ତେବେ ଯାଇ ଭଲ ବିହନ ଉତ୍ପାଦନ ହୋଇପାରିବ।
ବିହନ ସାଇତିବା ପଦ୍ଧତି: -
ଠିକ୍ ଭାବରେ ବିହନ ସାଇତିଲେ ଅଧିକ ଦିନ ଯାଏ ସୁରକ୍ଷିତ ରହିପାରିଥାଏ । ସାଇତିବା ପୂର୍ବରୁ ବିହନକୁ ଖରାରେ ଶୁଖାଇ କଳୀୟ ଅଂଶ କମାଇ ଦିଆଯାଏ । ତାପରେ ରୋଗ ଦାଉରୁ ରକ୍ଷା ପାଇଁ ବାଭିଷ୍ଟିନ/ଥିରାମ ଇତ୍ୟାଦି ଔଷଧ ଗୋଳାଇବାକୁ ହୋଇଥାଏ ଏବଂ ପୋକ ଦାଉରୁ ରକ୍ଷାପାଇଁ ମିଥାଇଲ ପାରାଥିଅନ୍, କାର୍ବାରିଲ ଓ ମାଲାଥିଅନ ଗୁଣ୍ଡ ଗୋଳାଇବାକୁ ହୋଇଥାଏ। ବିହନ ରକ୍ଷା କୋଠରୀଟି ଶୁଖିଲା ଏବଂ ଥଣ୍ଡା ହେବା ଦରକାର। ବିହନ ରଖିବା ପୂର୍ବରୁ ଅଖା ବା ପାତ୍ରଟିକୁ ବିଶୋଧନ କରିଦେବା ଉଚିତ୍। ମଝିରେ ମଝିରେ ବିହନ କୁ ଖରାରେ ଶୁଖାଇଲେ ପୋକ ଯୋକ ଲାଗିବା କମିଯାଏ । ମୂଷା, ପିମ୍ପୁଡ଼ି , ଉଚ୍ଚ . . . ଇତ୍ୟାଦିରୁ ରକ୍ଷାପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିବାକୁ ହୋଇଥାଏ ।
ବିହନ ବିଶୋଧନ କରିବାର ପଦ୍ଧତି: -
ବିହନକୁ ବୁଣିବା ପୂର୍ବରୁ ବିହନକୁ ବିଶୋଧକ ଔଷଧ ଗୋଳାଇ ବିଶୋଧନ କରାଯାଏ । ସେଥିପାଇଁ ବିହନ ବିଶୋଧନ ଡ୍ରୋମ ର ବ୍ୟବହାର କରାଯାଏ। ପ୍ରତି କିଲୋଗ୍ରାମ ବିହନକୁ ତିନି ଗ୍ରାମ ବିଶୋଧକ ମିଶାଇ ବିଶୋଧକ ଡ୍ରୋମ ସାହାଯ୍ୟରେ ବିଶୋଧନ କରାଯାଏ।
ବିହନ ଉପଚାର ପ୍ରଣାଳୀ: -
ବିହନକୁ ଜମିରେ ବୁଣିବା / ତଳି ପକାଇବା ପୂର୍ବରୁ ଉପଚାର କରାଯାଏ, ଫଳରେ ଶୀତ, ମରୁଡି, ଇତ୍ୟାଦି ସମସ୍ୟା ଆଶିଲେ ବିହନ ଗଜା ହେବାରେ କିଛି ଫରକ ପଡିବ ନାହିଁ। ସେଥିପାଇଁ ବିହନକୁ ପାଣିରେ ବା ଗାଇ ମୂତରେ ଭିଜାଇ ଶୁଖାଇ ଜମିରେ ପକାଯାଏ କିମ୍ବା ବିଭିନ୍ନ ଔଷଧ ବା ଜୀବାଣୁ କୋଲଚର ଦ୍ଵାରା ବିହନ କୁ ଉପଚାର କରାଯାଇପାରେ ।
ଚାଷ ଯନ୍ତ୍ର: -
ଆଜି କାଲି ଚାଷ ପାଇଁ ବିଭିନ୍ନ ଯନ୍ତ୍ର ପାତି ବାହାରି ଲାଣି. । ଏହି ଯନ୍ତ୍ରମାନଙ୍କ ଦ୍ଵାରା ଚାଷ କଲେ ଚାଷକାର୍ଯ୍ୟ ସହଜ ଓ ସରଳ ହୋଇଥାଏ। ଫଳରେ ଅମଳ ମଧ ଅଧିକ ହୋଇଥାଏ।
କୃଷି ଯନ୍ତ୍ରପାତି: -
କୃଷି ପାଇଁ ଯନ୍ତ୍ରପାତିର ବ୍ୟବହାର ବହୁତ ମାତ୍ରାରେ ବଢି ଗଲାଣି ଯନ୍ତ୍ରପାତି ବ୍ୟବହାର ଦ୍ଵାରା କମ୍ ଖର୍ଚ୍ଚରେ ଏବଂ ଶୀଘ୍ର କୃଷି କାମ କରିପାରୁଛେ । ଯନ୍ତ୍ରପାତି ବ୍ୟବହାର ଦ୍ଵାରା ଆମକୁ ଆଉ କଷ୍ଟ କରି ପରିଶ୍ରମ କରିବାକୁ ପଡେନାହିଁ । ମୂଲିଆ ମିଳୁ
ନାହାନ୍ତି କହି, ଚାଷ କାର୍ଯ୍ୟକୁ ବିଳମ୍ବିତ ହେବ ନାହିଁ । ଯାହା ଫଳରେ
ଆମର ଅମଳ ମଧ୍ୟ ବଢ଼ିପାରିବ । ଯେଉଁଠି ଯେତେ ଅଧିକ ଯନ୍ତ୍ରପାତି ବ୍ୟବହାର କରାଯାଏ, ସେଠାରେ ସେତେ ଅଧିକ ପରିମାଣରେ ଅମଳ ମିଳିଥାଏ ।
ଚାଷ କାମ ପାଇଁ ଅନେକ ଯନ୍ତ୍ରପାତି ବାହାରିଲାଣି । ବିଭିନ୍ନ ଫସଲର ବିଭିନ୍ନ କାର୍ଯ୍ୟ ପାଇଁ ବିଭିନ୍ନ ଯନ୍ତ୍ରମାନ ମିଳୁଛି ।
ତାହାର ବିବରଣୀ ପ୍ରଦାନ କରାଗଲା ।
ଯନ୍ତ୍ରପାତି ଓ କାର୍ଯ୍ୟ: -
ଜମି ଚାଷ ପାଇଁ ->ଲଙ୍ଗଳ, ଟ୍ରାକ୍ଟର,କାଦୁଅ କରିବା ଯନ୍ତ୍ର ,
ପାୱାର ଟିଲର, ପାୱାର ପ୍ଲାଓ, ରୋଟା-ଭେଟର, ପାୱାର ପ୍ଲାଓ ,
ବୁଣିବା ପାଇଁ ଯନ୍ତ୍ର ->ବଳଦ ବା ଟ୍ରାକ୍ଟର ଚାଳିତ ବିହନ ଓ ସାର
ବୁଣା ଯନ୍ତ୍ର,ମଣିଷ ଟଣା ବୁଣିବା ଯନ୍ତ୍ର, ପ୍ଲାଣ୍ଟର କିମ୍ବା ଗଜା ହୋଇଥିବା ମଞ୍ଜି ବୁଣା ଯନ୍ତ୍ର ।
ରୋଇବା ଯନ୍ତ୍ର->ହାତ ଟଣା ଧାନ ରୁଆ ଯନ୍ତ୍ର, ଯନ୍ତ୍ରଚାଳିତ ଧାନ ରୁଆ ଯନ୍ତ୍ର ।
ଅନ୍ତଃ ଚାଷ ପାଇଁ ଯନ୍ତ୍ର ->ଅନ୍ତଃଚାଷ ପାଇଁ ଲଙ୍ଗଳ,ପ୍ରେଗ ୱିଡ଼ର,ୱିଡ଼ର, ବିଦା, ରିଜର, ରୋଟାରୀ ,ଫିଙ୍ଗର ୱିଡ଼ର ।
ଜଳସେଚନ ଯନ୍ତ୍ର ->ଡିଜେଲ ବା ବିଜୁଳି ଚାଳିତ ପାଣି ପମ୍ପ,ଲୋ ଲିଫ୍ଟ ହ୍ୟାଣ୍ଡପମ୍ପ , କୃଷକ ବନ୍ଧୁ ପମ୍ପ,ବୁନ୍ଦା ଜଳସେଚନ,ସ୍ଵିଙ୍କଲର ଜଳସେଚନ, ପମ୍ପ ।
Comments
Post a Comment