ଚୀନ୍-ପାକିସ୍ତାନ ସୀମାକୁ ଅଭେଦ୍ୟ ରଖିବା ପାଇଁ ବାୟୁ ସେନା କିଣିବାକୁ ଯାଉଛି ୬ଟି ନେତ୍ରା-୧ ବିମାନ, ଜାଣନ୍ତୁ କ'ଣ ରହିଛି ଖାସ ଖବର
ଚୀନ୍-ପାକିସ୍ତାନ ସୀମାକୁ ଅଭେଦ୍ୟ ରଖିବା ପାଇଁ ବାୟୁ ସେନା କିଣିବାକୁ ଯାଉଛି ୬ଟି ନେତ୍ରା-୧ ବିମାନ, ଜାଣନ୍ତୁ କ'ଣ ରହିଛି ଖାସ ଖବର
ଭାରତର ବାୟୁସେନା ଚୀନ୍ -ପାକିସ୍ଥାନ ସୀମାର ସୁରକ୍ଷା କୁ ଅଭେଦ୍ୟ କରିବା ପାଇଁ ୬ଟି ନୂତନ ନେତ୍ର -୧ ଏୟାରବୋର୍ନ ଆର୍ଲି ଚେତାବନୀ ଏବଂ ନିୟନ୍ତ୍ରଣ (AEW & C) ବିମାନ କିଣିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛି।
ନେତ୍ର -୧ ବାୟୁବାହୀ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର ଭାବରେ କାର୍ଯ୍ୟ କରେ। ଏହାକୁ ଆକାଶର ଆଖି ବୋଲି କୁହାଯାଏ । ଏହା ଆକାଶରେ ପକ୍ଷୀ ଭଳି ଚକର କାଟୁଥାଏ । ସୀମା ଭିତରକୁ ଆଶୁଥିବା ଶତୃ ପକ୍ଷର ବିମାନ -ଡ୍ରନ୍ -କ୍ଷେପଣାସ୍ତ୍ର ଇତ୍ୟାଦି ର ଗତି ପଥକୁ ଟ୍ରାକ୍ କରି ବାୟୁସେନାର କଣ୍ଟ୍ରୋଲ ସେଣ୍ଟର୍ ଗୁଡିକକୁ ସୂଚନା ଦେଇଥାଏ।
ନେତ୍ର-୧ ହେଉଛି ସ୍ୱଦେଶୀ AEW ଏବଂ C ବିମାନ। ଏହାକୁ DRDO ଦ୍ୱାରା ବିକଶିତ କରାଯାଇଛି। ଏପର୍ଯ୍ୟନ୍ତ ଦୁଇଟି ନେତ୍ର ବିମାନ ବାୟୁସେନା ଦ୍ୱାରା ବ୍ୟବହୃତ ହେଉଛି। ଆଉରି ୬ଟି ନୂତନ ନେତ୍ର -୧ ଏୟାରବୋର୍ନ ଆର୍ଲି ଚେତାବନୀ ଏବଂ ନିୟନ୍ତ୍ରଣ (AEW & C) ବିମାନ କିଣିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛି।
ଏଥିପାଇଁ DRDO Embraer ERJ-୧୪୫ ବିମାନ କିଣିବାକୁ ଯାଉଛି। ଏଥିରେ DRDO ଦ୍ଵାରା ରାଡାର ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ସ୍ଥାପନ କରାଯିବ।ଭାରତୀୟ ବାୟୁସେନା ବର୍ତ୍ତମାନ କେବଳ ପାଞ୍ଚଟି AWACS ବିମାନ ବ୍ୟବହାର କରୁଛି। ସେଥିମଧ୍ୟରୁ ତିନୋଟି ଇସ୍ରାଏଲରୁ କିଣାଯାଇଛି ଏବଂ ଦୁଇଟି ହେଉଛି ନେତ୍ର ବିମାନ। ଯଦି ବାୟୁସେନା ଆଉ ୬ଟି ନେତ୍ର ବିମାନ ଆସିବା ଦ୍ଵାରା ବାୟୁସେନା ର କ୍ଷମତା ବୃଦ୍ଧି ପାଇ ଚୀନ୍-ପାକ୍ ସୀମା ଅଭେଦ୍ୟ ହୋଇଯିବ।
Comments
Post a Comment