Skip to main content

Posts

Showing posts with the label Health

ବିଭିନ୍ନ ପ୍ରକାର ଜ୍ୱର ର ଦେଶୀ ପ୍ରତିକାର ।

ଜ୍ଵର . . .          ଜ୍ଵର ବିଭିନ୍ନ ପ୍ରକାର କାରଣରୁ ସୃଷ୍ଟି ହୋଇଥାଏ। ସେଥି ମଧ୍ୟରେ ମୂଖ୍ୟ କାରଣଟି ହେଉଛି,-  ଅନେକ କାରଣରୁ ଦେହରେ ବିଜାତୀୟ ପଦାର୍ଥ ଜମା ହୋଇ ଉତ୍ତାପ ସୃଷ୍ଟି କରେ, ସେହି ଉତ୍ତାପ ର ପ୍ରକାର ଭେଦ କୁ ନେଇ ବିଭିନ୍ନ ଲକ୍ଷଣମାନ ପ୍ରକାଶ କରିଥାଏ। ସେହି ଲକ୍ଷଣମାନଙ୍କ ଭିନ୍ନତାକୁ ନେଇ ବିଭିନ୍ନ ରୋଗର ନାମକରଣ କରାଯାଏ। ୧ / ଥଣ୍ଡା ଜ୍ଵର: - ଏହି ଜ୍ଵର ଦେହରେ ରୋଗ ପ୍ରତିରୋଧକ ଶକ୍ତି କମିବା କାରଣରୁ ହୋଇଥାଏ। ଲକ୍ଷଣ: - ଦେହ ଗରମ ରହିବା ସହିତ ଛିଙ୍କି ହୋଇଥାଏ ଏବଂ ମୁଣ୍ଡବଥା ସହିତ ନାକରୁ ପାଣି ବାହାରିଥାଏ। ଖାଦ୍ୟ- ଗରମ ଖାଦ୍ୟ ଏବଂ ସତେଜ ସବୁଜିମା ଭରା ଖାଦ୍ୟ ଖାଇବାକୁ ହୋଇଥାଏ। ଦେଶୀ ଔଷଧି :- * ବାଶଙ୍ଗ ଗଛର ତିନୋଟି ପତ୍ର ସହିତ ଅଢେଇଟି ଗୋଲମୋରିଚ କୁ ମିଶାଇ ଶିଳରେ ବାଟି ପେଷ୍ଟ ତିଆରି କରିବା।ସେହି ପେଷ୍ଟ ଓଜନର ଚାରିଗୁଣା ପାଣିରେ ମିଶାଇ ଛାଣି କରି ସେବନ କରି (ଭାତ ଖାଇବା ପରେ)। * ସାତଟି ତୁଳସୀ ପତ୍ର ସହିତ ମହୁ ମିଶାଇ ସେବନ କରିବ। *ସିଙ୍ଗାରହାରୀ (ସେଫାଳି) ଗଛର ତିନିତି ପତ୍ରର ରସ ସହିତ ମହୁ ମଶାଇ ସେବନ କରିବ। # ବି:ଦ୍ର:- ରୋଗ ଅତ୍ୟଧିକ ଗମ୍ଭୀର ଥିଲେ ଡାକ୍ତର ପାଖକୁ ନିଶ୍ଚିତ ଯାଆନ୍ତୁ।