ଦେଖାଦେଇଛି,
ସମାନ ଶିକ୍ଷା ପାଇଥିବା ପିଲାମାନେ ସେମାନଙ୍କର ରୋଜଗାର କରିବାର ପଦ୍ଧତି ସେମାନଙ୍କ ବୁଦ୍ଧି ବିବେକ ଉପରେ ନିର୍ଭର କରେ । ଏହି ବୁଦ୍ଧି ବିବେକ ନିଜ ଅବିଜ୍ଞତା ରୁ ହିଁ ମିଳିଥାଏ।
ଏହି କଥାକୁ ନେଇ ଆନ୍ଦ୍ରପ୍ରଦେଶର ଗୋଟିଏ ସତ୍ୟ ଘଟଣାର ରୋଚକ କାହାଣୀ ଶୁଣିବା ହେଉ. . . . . . . .
ଗୋଟିଏ ଗ୍ରାମରେ ଦୁଇଟି ପିଲା ରହୁଥିଲେ, ସେମାନେ ସମାନ ବୟସର ଏବଂ ସମାନ ଶ୍ରେଣୀରେ ପଢ଼ୁଥିଲେ। ସାଙ୍ଗ ହୋଇ ମେଟ୍ରିକ ପାସ କରି, ଅଲଗା ଅଲଗା ସ୍ଥାନରେ କଲେଜ ପଢିଲେ । ଜଣେ ବିଜ୍ଞାନ ବିଶୟ ଅନ୍ୟ ଜଣେ ବାଣିଜ୍ୟ । ଶିକ୍ଷା ଶେଷ ପରେ ଦୁଇଜଣ ଯାକ ବଡ ବଡ ପଦବୀରେ ଚାକିରୀ କଲେ । ଦୁଇଜଣଙ୍କ ମଧ୍ୟରେ ଜଣେ ବିଜ୍ଞାନ ବିଶୟ ରଖି କୃଷି ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିବା ଭାଗୀରଥି କୁ ଚାକିରି ଏବଂ ସେଠାରୁ ଆସୁଥିବା ଦରମା ମୋଟେ ପସନ୍ଦ କରୁ ନଥିଲା। ତେଣୁ ସେ କିଛି ବର୍ଷ ଚାକିରୀ କଲାପରେ ଚାକିରୀ ଛାଡି ଗୋଟିଏ ବଡ ରକ କିଛି କରିବ ବୋଲି ଭାବିଲା। ତେଣୁ ସେ ନିଜ ଦରମା ଟଙ୍କାରେ ବାଡିରେ ଗୋଟିଏ ପୋଖରୀ ଖୋଳିଲା, ଏବଂ ତା ଉପରେ ଆଧୁନିକ ଉପାୟରେ ଚାଷ କଲା । ଚାଷ ଟା ଥିଲା ଏମିତି ଭାବରେ . . . .
ପୋଖରୀ ଜଳରେ ମାଛ, ଗେଣ୍ଡା, କଙ୍କଡା, କଇଁଚ,କୁଚିଆ,ଆଜୋଲା ଓ ବତକ. . . . ଇତ୍ୟାଦି ଚାଷ ।
ପୋଖରୀ ର ଚାରୀ କୋଣରେ ଚାରଟି ସ୍ତର ଉପରେ ସ୍ତର ଭାଢି ହୋଇଛି। ପୂରା ତଳ ସ୍ତରରେ ଘୁଷୁରୀ ରହିଛନ୍ତି, ତା ଉପର ସ୍ତରରେ ମେଣ୍ଡା, ତା ଉପରେ ଛେଳି, ତା ଉପରେ କୁକୁଡ଼ା, ଏମିତି ଚାରିଟି ସ୍ତର ..l
ସେମାନଙ୍କର ଖାଦ୍ୟ ଅତି ସାଧାରଣ. . . କୁକୁଡ଼ା ପାଇଁ ଖାଦ୍ୟ, ପାଣିରେ ବଢୁଥିବା ଆଜୋଳା,ହିଡରେ ଚାଷ ହୋଇଥିବା ଘାସ,ଏବଂ ଚୁନା ମାଛ ଶୁଖୁଆ, ଆଉ ଘରୁ ବାହାରୁଥିବା କିଛି ଖାଦ୍ୟ ।
ଛେଳି ଓ ମେଣ୍ଡା ଙ୍କ ଖାଦ୍ୟ ...ପୋଖରୀ ହିଡରେ ଚାଷ ହେଉଥିବା ଘାସ, ପରିବା ପତ୍ର, ଆଜୋଳା, କଦଳୀ ପତ୍ର, ବାଉଁଷ ପତ୍ର, ଏବଂ କିଛି ଦାନା ।
ଘୁଷୁରୀ ଙ୍କ ଖାଦ୍ୟ ବି ସେହି ପ୍ରକାର. . . .
କୁକୁଡା, ଛେଳି ,ମେଣ୍ଢା ଯାହା ଯାହା ଖାଆନ୍ତି, ଘୁଷୁରୀ କୁ ବି ତାହା ଦିଆଯାଏ ।
ମାଛ ମାନଙ୍କ ଖାଦ୍ୟ ତ ଅଭାବ ନାହିଁ . . . ପାଣି ଉପରେ ଭାଡ଼ି ମାନଙ୍କରେ ଥିବା ପାଳିତ ଜୀବ ମାନଙ୍କର ଝାଡା ସବୁ ଯିବ ଆଉ କୁଆଡେ . . . ସେ ସବୁ ପାଣିରେ ପଡିଲା. . . ମାଛମାନେ ସେସବୁ ଖାଇ ବଢିଲେ ।
ଆଉ ପାଣି ରେ ଯାହା ବି ପୋକ ଜୋକ ସୃଷ୍ଟି ହେଲେ, ସେ ସବୁ ବତକ ମାନେ ଖାଇଲେ । ଅପରିଷ୍କାର ପାଣିକୁ ସପା ସୁତୁରା ରଖିବା ଦାୟୀତ୍ଵ ହେଲା ଆଜୋଲା ଶିଉଳି,ଗେଣ୍ଡା ଓ ଶାମୁକା ମାନଙ୍କର କାମ । ଅପରିଷ୍କାର କାଦ କୁ ଠିକ୍ କରିବାର କାମ କୁଚିଆ, କଙ୍କଡା ଓ କଚ୍ଛପ ମାନଙ୍କର ଦାୟୀତ୍ଵ । ସେଥିରୁ ଯାହା ବଳକା ହେଲା, ସେହି କାଦ(ପଙ୍କ) ସବୁ ପୋଖରୀ ହିଡରେ ଚାଷ ହେଉଥିବା ଘାସ , କଦଳୀ, ଗେଣ୍ଡୁ, ମଲ୍ଲୀ ,ପନିପରିବା. . . ଇତ୍ୟାଦି ପାଇଁ ଖତ ହେଲା।
ହିଡରେ ଲାଗି ଥିବା ବିଭିନ୍ନ ଫୁଲ ର ରସ ରୁ ମଧୁମିତା ମହୁ ସଂଗ୍ରହ କରି ମାଲିକକୁ ଦାନ ଦେଲା । ଆଉ ଫୁଲ ରୁ ବାସନା ତେଲ ପ୍ରସ୍ତୁତ ହେବା ସହିତ ନେତାଙ୍କ ପେଣ୍ଡାଲ ଠାରୁ ଆରମ୍ଭ କରି ନାରୀଙ୍କ ମୁଣ୍ଡରେ ସଭା ପାଇଲା ।
ଏହିସବୁ ଗୋଟିଏ ଗୋଟିଏ ହିସାବକୁ ନେଲେ , ଜଣେ ଚାଷି ଛୋଟ ଜମିରୁ କମ୍ ଖର୍ଚ୍ଚ ରେ ମାସକୁ କେତେ ଲକ୍ଷ ରୋଜଗାର କରୁଥିବ ନିଜେ ଭାବନ୍ତୁ ।
ଚାଷ ଉତ୍ପାଦିତ ଗୁଡିକ ହେଲା . . .
ଜଳରୁ ମିଳିଲା( ମାଛ, କଙ୍କଡା, କୁଚିଆ, ଗେଣ୍ଡା, ଶାମୁକା, କଇଁଚ,ଆଜୋଳା ଘାସ . . .ଇତ୍ୟାଦି)
ଭାଢି ରୁ ମିଳିଲା (କୁକୁଡା , ବତକ, ଛେଳି, ମେଣ୍ଡା, ଘୁଷୁରୀ, . . .ଇତ୍ୟାଦି)
ପୋଖରୀ ହୁଡ଼ାରୁ ମିଳିଲା(ମହୁ, ଘାସ, ପନିପରିବା, ଗେଣ୍ଡୁ, ମଲ୍ଲୀ , କଦଳୀ . . . . ଇତ୍ୟାଦି)
ଯଦି ଅନ୍ୟ ପିଲାଟା ଭଳି ପର ଗୋଲାମି ରେ ଚାକିରୀ କରିଥିଲେ କଣ, ସ୍ଵାଧିନତା ମିଳି ଥାନ୍ତା ନା କମ୍ ସମୟରେ କୋଟିପତି ହୋଇଥାନ୍ତା।
ଏହି ଉପାୟରେ ଚାଷ କଲେ , ମୋଟେ କ୍ଷତି ନାହିଁ କହିଲେ ଚଳେ । ଗୋଟିଏ କ୍ଷତି ହେଲେ ଅନ୍ୟ ସଂସ୍ଥା ରୁ ଆପେ ପୂରଣ ହୋଇଯିବ।
Comments
Post a Comment