ନବୀନ ପଟ୍ଟନାୟକଙ୍କ ର ଦୀର୍ଘ ୨୪ ବର୍ଷର ଶାସନର ଅନ୍ତ ଘଟିଛି,୨୦୨୪ ନିର୍ବାଚନ ରେ BJD କୁ BJP ଶୋଚନୀୟ ଭାବରେ ପରାସ୍ତ କରି ଓଡ଼ିଶାରେ BJP ଏକାକୀ 81 ଟି ବିଧାୟକ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଛି । BJP ନେତୃତ୍ୱ ରେ NDA ମେଣ୍ଟ କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ବେଳେ, ଓଡ଼ିଶାରେ ଏକାକୀ ସରକାର ଗଠନ କରି Double Engine ର ମୋହର ମାରିଛି।୨୦୧୯ ବିଧାନସଭା ନିର୍ବାଚନରେ BJD ଏକୁଟିଆ ୧୧୨ ସିଟ ଜିତି ରାଜ୍ୟରେ ସରକାର ଗଠନ କରିଥିଲା । କିନ୍ତୁ ୨୦୨୪ ନିର୍ବାଚରେ ଏମିତି କଣ ହେଲା ଯେ BJD ପୂରା ପୁରି ମାଟି କାମୁଡିଲା, ଏମିତିକି BJP ର ଏମିତି କେଉଁ ଲହର ଓଡ଼ିଶାରେ ଖେଳିଗଲା ଯେ ଏକାଥରେ ୮୧ ସିଟ ଦଖଲ କରି ପକାଇଲା। କାଇଁ ଦେଶ ସ୍ତର ରେ ତ ସେହି ଲହର କାମ କଲା ନାହିଁ, ଅତି କଷ୍ଟ ମଷ୍ଟରେ ମାତ୍ର ୨୪୦ ସିଟ ହିଁ ଆଶି ପାରିଲା, ନରେନ୍ଦ୍ର ମୋଦୀ ତ ହାରୁ ହାରୁ ଜିତି ଗଲେ, କେନ୍ଦ୍ରରେ ସଂଖ୍ୟା ଗରିଷ୍ଟତା ପଛରେ ପଡ଼ିଗଲେ,ଶେଷରେ ନିତିଶ ଏବଂ ଚନ୍ଦ୍ର ବାବୁ ନାଇଡୁ ର ସାହାରା ରେ ଯାହା ତାହା କରି ସରକାର ଗଠନ କଲେ, ତାହା ବି ଅଧିକ ଦିନ validity ରହିବ ବୋଲି ଜଣାପଡୁ ନାହିଁ, ଏମିତି ହେଲା କେମିତି ? ୨୦୨୪ ରେ EVM ର ଖେଳା ହୋଇଛି କି ନା ସେମିତି କିଛି ନୂହେଁ, ଯଦି କିଛି ନୂହେଁ, ତେବେ ନିର୍ବାଚନ ଅଧିକାରୀମାନେ voting % ଘୋଷଣା ରେ ବାରମ୍ଵାର ପରିବର୍ତ୍ତନ କରୁଥିଲେ କାହିଁକି ? Q. ନବୀନ...