ଦେଖାଦେଇଛି, ସମାନ ଶିକ୍ଷା ପାଇଥିବା ପିଲାମାନେ ସେମାନଙ୍କର ରୋଜଗାର କରିବାର ପଦ୍ଧତି ସେମାନଙ୍କ ବୁଦ୍ଧି ବିବେକ ଉପରେ ନିର୍ଭର କରେ । ଏହି ବୁଦ୍ଧି ବିବେକ ନିଜ ଅବିଜ୍ଞତା ରୁ ହିଁ ମିଳିଥାଏ। ଏହି କଥାକୁ ନେଇ ଆନ୍ଦ୍ରପ୍ରଦେଶର ଗୋଟିଏ ସତ୍ୟ ଘଟଣାର ରୋଚକ କାହାଣୀ ଶୁଣିବା ହେଉ. . . . . . . . ଗୋଟିଏ ଗ୍ରାମରେ ଦୁଇଟି ପିଲା ରହୁଥିଲେ, ସେମାନେ ସମାନ ବୟସର ଏବଂ ସମାନ ଶ୍ରେଣୀରେ ପଢ଼ୁଥିଲେ। ସାଙ୍ଗ ହୋଇ ମେଟ୍ରିକ ପାସ କରି, ଅଲଗା ଅଲଗା ସ୍ଥାନରେ କଲେଜ ପଢିଲେ । ଜଣେ ବିଜ୍ଞାନ ବିଶୟ ଅନ୍ୟ ଜଣେ ବାଣିଜ୍ୟ । ଶିକ୍ଷା ଶେଷ ପରେ ଦୁଇଜଣ ଯାକ ବଡ ବଡ ପଦବୀରେ ଚାକିରୀ କଲେ । ଦୁଇଜଣଙ୍କ ମଧ୍ୟରେ ଜଣେ ବିଜ୍ଞାନ ବିଶୟ ରଖି କୃଷି ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିବା ଭାଗୀରଥି କୁ ଚାକିରି ଏବଂ ସେଠାରୁ ଆସୁଥିବା ଦରମା ମୋଟେ ପସନ୍ଦ କରୁ ନଥିଲା। ତେଣୁ ସେ କିଛି ବର୍ଷ ଚାକିରୀ କଲାପରେ ଚାକିରୀ ଛାଡି ଗୋଟିଏ ବଡ ରକ କିଛି କରିବ ବୋଲି ଭାବିଲା। ତେଣୁ ସେ ନିଜ ଦରମା ଟଙ୍କାରେ ବାଡିରେ ଗୋଟିଏ ପୋଖରୀ ଖୋଳିଲା, ଏବଂ ତା ଉପରେ ଆଧୁନିକ ଉପାୟରେ ଚାଷ କଲା । ଚାଷ ଟା ଥିଲା ଏମିତି ଭାବରେ . . . . ପୋଖରୀ ଜଳରେ ମାଛ, ଗେଣ୍ଡା, କଙ୍କଡା, କଇଁଚ,କୁଚିଆ,ଆଜ...