Skip to main content

Posts

Showing posts with the label Motivation

ଦଲାଲ ରାଜନୈତିକ ଦଳଙ୍କୁ ଚିହ୍ନିବା କେମିତି ?

Q.ରାଜନୀତି ପାର୍ଟି ମାନେ ନିର୍ବାଚନ ପ୍ରଚାର ବେଳେ ଯାହା କୁହନ୍ତି, ଜିତି ଗଲା ପରେ ତାହା କରନ୍ତି ନାହିଁ କାହିଁକି ? ତର୍କ :-  ୧/ନିର୍ବାଚନ ପ୍ରଚାର ବେଳେ ନେତା ମାନେ କୌଣସି ଲିଖିତ ପ୍ରମାଣ ଜନତାଙ୍କୁ ଦେଉ ନଥିବାରୁ , ସେଥିପାଇଁ ସେମାନେ ଯାହା କୁହନ୍ତି, ତାହା ଜାଣିଶୁଣି କରନ୍ତି ନାହିଁ। ଯଦି ଲିଖିତ ପ୍ରମାଣ ଜନତାଙ୍କୁ ଦେଇ ଥାନ୍ତେ...।ତେବେ ସେମାନେ ସେ ସବୁ କରିବାକୁ ବାଧ୍ୟ ହୋଇଥାନ୍ତେ, ନଚେତ୍ ପଦବୀ ବି ଯିବା ସହ ' ଦଲାଲ ନେତା ଜେଲ୍‌ ଯାଇଥାନ୍ତା। ୨/ କେତେକ ରାଜନୈତିକ ଦଳ ମାନଙ୍କ ଲକ୍ଷ୍ୟ ହିଁ ଜନତାଙ୍କ ଠାରୁ ଭୋଟ କିଣି ଜିତି ଯିବା ପରେ ତାହାର ସୁଧ ମୂଳ ସହ ଲୁଣ୍ଠନ କରିବା, ସେହି ପ୍ରକାର ଦଳ ମାନେ ହିଁ ଜିତିବା ପାଇଁ ବଡ ବଡ କମ୍ପାନୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଣିଥାନ୍ତି ଏବଂ ନିର୍ବାଚନ ବେଳେ ବିଭିନ୍ନ ଦୁଇ ନମ୍ବର କାମ କରନ୍ତି ଏବଂ ଜିତିବାକୁ ଚେଷ୍ଟା କରନ୍ତି। ୩/ କେତେକ ରାଜନୈତିକ ଦଳଙ୍କ ନିର୍ଦ୍ଧିଷ୍ଟ ବିଚାରଧାରା ନଥିବାରୁ, ସେମାନଙ୍କ MLA, MP ମାନେ ଏ ଦଳ ରୁ ସେ ଦଳକୁ ଡେଇଁ ବୁଲନ୍ତି । ଫଳର ସରକାର ଭାଙ୍ଗିଯାଏ । ସରକାର ସ୍ଥିର ରହିଲେ ତ ଦେଶର ଉନ୍ନତି କଥା ଚିନ୍ତା କରିବ। ୪/କେତେକ ରାଜନୈତିକ ଦଳ ଶତୃ ଦେଶରୁ ଟଙ୍କା ଆଣି ନିର୍ବାଚନ ଜିତି ଥିବାରୁ , ଦେଶ ପାଇଁ କିଛି କାମ କରନ୍ତି ନାହିଁ, କେବଳ ନିଜ ପକେଟ୍ ହିଁ ଦେଖନ୍ତି । ଏବଂ ସୁଯୋଗ ମିଳିବା କ୍ଷଣି ସେହ...

ଦୁବାଇ ଆମ ଠାରୁ ବହୁତ୍ ଆଗରେ

ଆମେ ଦୁହେଁ ଗତ ଜାନୁୟାରୀ ୧୭ ତାରିଖରେ ଦୁବାଇ ଭ୍ରମଣ କରିବାକୁ ଯାଇଥିଲୁ l ସେଠାରେ ଚାରି ଦିନ ରହଣି ପରେ ୨୨ ତାରିଖରେ ଫେରି ଆସିଲୁ l ମୁଁ ଆଗରୁ ଦୁବାଇ ଭଳି ଗୋଟିଏ ମୁସଲମାନ ଦେଶ ବିଷୟରେ ଯେତିକି କାନରେ ଶୁଣିଥିଲି, ସେତିକି ଯଥେଷ୍ଟ ନଥିଲା l ନିଜେ ଯାଇ ଆଖିରେ ଦେଖି ଆସିବା ପରେ ପ୍ରକୃତ ଜ୍ଞାନ ମିଳିଲା l UAE (United Arab Emirates) ନାମକ ଏହି ଦେଶଟି ୭ ଗୋଟି ରାଜ୍ୟକୁ ନେଇ ୧୯୭୧ ମସିହା, ଡ଼ିସେମ୍ବର ୨ ତାରିଖରେ ଗଠନ ହୋଇଛି l ୧. Abu Dhabi, ୨, Dubai, ୩. Sharjah, ୪. Ajman, ୫. Umm Al Quwain, ୬. Ras Al Khaimah, ୭. Fujairah. ଏହି ଦେଶର ରାଜାଙ୍କ ନାମ - Shaikh Mohamed Bin Zayed Al Nahyan (MBZ)                ଆବୁଧାବିରେ ବହୁତ ତେଲଖଣି ଅଛି କିନ୍ତୁ ଦୁବାଇର ମୁଖ୍ୟ ଆୟର ସ୍ରୋତ ହେଉଛି "ପର୍ଯ୍ୟଟନ ଉଦ୍ୟୋଗ" ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରୁ ଲକ୍ଷ ଲକ୍ଷ ସଂଖ୍ୟାରେ ବିଭିନ୍ନ ବର୍ଗର ପର୍ଯ୍ୟଟକମାନେ ଆସିଥା'ନ୍ତି l ସେମାନଙ୍କର ରହିବା, ଖାଇବା, ଯାତାୟାତ କରିବା, ମନୋରଞ୍ଜନ କରିବାପାଇଁ ବହୁତ ପ୍ରକାର ସୁବ୍ୟବସ୍ଥା ରହିଛି l ଗତ ୧୯୭୧ ମସିହା ଠାରୁ ଆଜି ଯାଏଁ ମାତ୍ର ୫୨ ବର୍ଷ ଭିତରେ ତାଙ୍କ ଦେଶର ରାଜା MBZ ଦୁବାଇ ଓ ଆବୁଧାବି ସହିତ ଅନ୍ୟାନ୍ୟ ରାଜ୍ୟଗୁଡିକରେ ମଧ୍ୟ ଉନ୍ନତ ଧରଣର ବାସସ୍ଥାନ, ହୋଟେଲ, ସ୍କୁ...

ଚାଷୀଙ୍କ ଦୁଃଖ, କିଏ ଅଛି ବୁଝିବାକୁ ?

ଚାଷୀଙ୍କ ଦୁଃଖ, କିଏ ଅଛି ବୁଝିବାକୁ ? ମୋର ଖଣ୍ଡେ ଜମି ଅଛି ଯେଉଁଥିରୁ କିଲେ ଧାନ ଉତ୍ପାଦନ ହୁଏ। ସେଇ କିଲେ ଧାନ ଅମଳ କରିବା ପାଇଁ ମୋତେ ବିହନ, ସାର, ପୋକମରା ଔଷଧ, ଟ୍ରାକ୍ଟର ଖର୍ଚ୍ଚ ବାବଦକୁ ୮ ଟଙ୍କା ଓ ୧ଟି ମୂଲିଆ ମଜୁରୀ ବାବଦକୁ ୮ ଟଙ୍କା ଖର୍ଚ୍ଚ ଖର୍ଚ୍ଚ ହେଲା। ତା ବାହାରେ ୧ କିଲୋ ଧାନ ଅମଳ କରିବା ପାଇଁ ମୋର ନିଜସ୍ୱ ସମୟ, ଗାଡ଼ିର ପେଟ୍ରୋଲ ଓ ରକ୍ଷଣା ବେକ୍ଷଣ ଓ ଜମିର ଖଜଣା ବାବଦକୁ ୨ଟଙ୍କା ଖର୍ଚ୍ଚ ହେଲା।  ୧୮ ଟଙ୍କାରେ ବିକ୍ରି କଲେ ମୁଁ କରିଥିବା ସମସ୍ତ ଖର୍ଚ୍ଚ ଉଠିଥାନ୍ତା। କିନ୍ତୁ ମୋ ଖାଇବା ପାଇଁ କିଛି ବି ଅବଶିଷ୍ଟାଂଶ ରହିନଥାନ୍ତା କି ପର ବର୍ଷ ଖର୍ଚ କରି ଚାଷ କରିବା ପାଇଁ ମୋ ପାଖରେ କିଛି ନଥାନ୍ତା। ତେଣୁଁ ମୁଁ ଚାହିବି ମୋର ବର୍ଷକ ଖାଇବା ପାଇଁ ୧୦୦ ଗ୍ରାମ ରଖି ଓ ବାକିଟା ବିକ୍ରୀ କରି ଆଗାମୀ ବର୍ଷ ଚାଷ କରିବା ପାଇଁ ଅତିକମରେ ଏ ବର୍ଷ ଖର୍ଚ ହେଇଥିବା ୧୦ଟଙ୍କା ଉଠାଇବା ପାଇଁ। ତେଣୁଁ ଅତି କମରେ ୯୦୦ ଗ୍ରାମ ଧାନକୁ ମୁଁ ଜଦି ୧୮ ଟଙ୍କାରେ ବିକ୍ରି ନକରେ ମୁଁ ପର ବର୍ଷ ଚାଷ କରିବା ପାଇଁ ଅସମର୍ଥ ହେବି।  ମୁଁ ଜଦି ଏଇ ୯୦୦ ଗ୍ରାମ ଧାନକୁ ୧୮ ଟଙ୍କାରେ ବିକ୍ରି କରନ୍ତି ତାହେଲେ ମୂଲିଆକୁ ତାର ଯଥାର୍ଥ ପାରିଶ୍ରମୀକ ମିଳନ୍ତା, ଶ୍ରମୀକ ଶ୍ରମ ଶୋଷଣର କୌଣସି ପ୍ରଶ୍ନ ଉଠି ନଥାନ୍ତା। କିନ୍ତୁ ପର ବର୍ଷ ୮ ଟଙ୍କା ନେଇ ବିହନ, ସାର, ପୋକମରା ଔଷଧ ଓ ଟ...

ଶକ୍ତି ର ସଠିକ୍ ସଞ୍ଚାଳନ

ବିରୋଧୀ ବିଭାଜନ କରି ନିଜକୁ ଶାସକ ଘୋଷଣା କରୁଛି , ଆମକୁ ନିନ୍ଦା ଅପବାଦ ଅପମାନ କରିବା ତାର ରଣନୀତିର ଅଂଶ ବିଶେଷ । ଏ ସବୁ ବିରୋଧ ଭାଷା ଆମକୁ ଦମନ କରିବା ପାଇଁ ପ୍ରାୟୋଜିତ କାର୍ଯ୍ୟକ୍ରମ ।ଆମକୁ ଶିକ୍ଷିତ ସଂଗଠିତ ବିକାଶଶୀଳ ହେବାକୁ ଆବଶ୍ୟକ ଅଛି। ଆମର ଶକ୍ତି ସାମର୍ଥ୍ୟକୁ ବୁଝିବାର ଅଛି। ଆମ ସଠିକ୍ ଇତିହାସ ପଡ଼ିବାର ଅଛି। କଥା ଅଛି ଯାହାର ଇତିହାସ ଉପରେ ଜ୍ଞାନ ନାହିଁ ତାର ଭବିଷ୍ୟତ ତିଆରି କରିବା କଷ୍ଟକର ।ଯେତେ ସବୁ ପ୍ରତିଭା ଅବହେଳିତ ଅବସ୍ଥାରେ ଅଛନ୍ତି ତାକୁ ଉଦ୍ଧାର କରି ସେମାନଙ୍କ ସୁବିନିଯୋଗ କରିବା ପାଇଁ ମାହୋଲ ତିଆରି କରିବାର ଆବଶ୍ୟକତା ରହିଛି।ଆମ ଲୋକଙ୍କ କ୍ଷମତାର ଅବମୂଲ୍ୟୟନ ନହେବା ଉଚିତ୍। ବିଶେଷ କରି ଶତ୍ରୁ ମିତ୍ରର ଫରକ୍ ଆମେ ସଠିକ୍ ଆକଳନ କରିବା ଉଚିତ ।ଶିକ୍ଷିତ ସମର୍ଥ ଯୋଗ୍ୟ ପ୍ରଭାବଶାଳୀ ଲୋକଙ୍କୁ ଏକତ୍ରିତ କରିବା ଆବଶ୍ୟକ।ନେତୃତ୍ଵ କନ୍ଦଳ ନହେବା ଉଚିତ୍। ଆମ ମଧ୍ୟରେ କୌଣସି ଭଡ଼ାଟିଆ ନେତା ଆମଦାନୀ ବା ତିଆରି ହେବା ଅନୁଚିତ ।ସମସ୍ତଙ୍କ ମଧ୍ୟରେ ଏକ ପୂର୍ଣ୍ଣାଙ୍ଗ କାର୍ଯ୍ୟକର୍ତ୍ତା ହେବା ପାଇଁ ପ୍ରତିଦ୍ବନ୍ଦିତା ହେବା ଉଚିତ୍ ।ସେହି ସ୍ୱଙ୍ଗସଂପୂର୍ଣ୍ଣ କର୍ମୀ ମାନଙ୍କ ମଧ୍ୟରୁ ନେତା ତିଆରି ହେଇଯିବେ।ବୋହୁତ ଗୁଡିଏ ଦିଗପ୍ରତି ଧ୍ୟାନ ଦେବା ଦରକାର ।ଯାହାକି ଆମର ବିଶେଷତାକୁ ସୁରକ୍ଷିତ ରଖିବ । ଛୋଟିଆ ଛୋଟିଆ କଥାକୁ ଅଣଦେଖା କରିବା ଉଚିତ୍ ନୁହଁ। ଯାହାପାଇଁ ଭବିଷ୍ୟତରେ ବଡ ବଡ କ...

ସମାଜ ଏବେ ଦିଗହରା, ଠିକ୍ କରିବ କିଏ?

ସାମାଜିକ ନ୍ୟାୟର ମର୍ଯ୍ୟାଦା ବୁଝିଥିବା ଓ ତାର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଲୋକଙ୍କ ସଂଖ୍ୟା ସମାଜରେ ବହୁତ୍ ନଗଣ୍ୟ।ଯେଉଁମାନେ ସାମାଜିକ ନ୍ୟାୟ ସୁରକ୍ଷା ପାଇଁ ଚିନ୍ତିତ ସେମାନଙ୍କ ପ୍ରତିରକ୍ଷା ଶକ୍ତି ବହୁତ୍ କମ। ଅର୍ଥାତ ଅନ୍ୟାୟ ଅତ୍ୟାଚାର ପ୍ରପୀଡ଼ିତ ବ୍ୟକ୍ତି ବିଶେଷଙ୍କୁ ନ୍ୟାୟ ଦେବା ପାଇଁ ମଇଦାନକୁ ଓହ୍ଲାଇ ସୁରକ୍ଷାକର୍ମୀ ଭୂମିକା ତୁଲାଇବା ତାଙ୍କ ପକ୍ଷରେ ସମ୍ଭବପର ନଥାଏ। ଯେଉଁମାନଙ୍କ ପାଖରେ ଶାରୀରିକ ସାମର୍ଥ୍ୟ ଥାଏ ବା ଯୁବବର୍ଗ ସେମାନେ ବିଚାର ସଂସ୍କାର ଶୂନ୍ୟ।ଅର୍ଥାତ୍ ଏମାନେ କୌଣସି ଘଟଣାର ଭଲ ମନ୍ଦ ବୁଝିବାର ହିତାହିତ ଜ୍ଞାନ ଶୂନ୍ୟ ।ତେଣୁ ଯେଉଁ ଦେଶରେ ବା ସମାଜରେ ଯୁବାବର୍ଗ ବିପଥଗାମୀ ସେ ଦେଶ ସମାଜ ସୁରକ୍ଷା ସଙ୍କଟରେ ସୁନିଶ୍ଚିତ ରହିବ।ଆମ ଦେଶରେ ଅନେକ ଗୁଡ଼ିଏ ସଙ୍ଗଠନରେ ସାମିଲ ହେଇଥିବା ଯୁବକ ନିଜେ ସେ ସଂଗଠନର ଉଦ୍ଦେଶ୍ୟ ଆଭିମୁଖ୍ୟ ବୁଝି ନଥାଏ ।ତେଣୁ ଯୁବ ସ୍ଵଭାବ ଚପଳତା ଉର୍ଯା ତଥା ଉଦ୍ଧତ୍ୱକୁ ବ୍ୟବହାର କରି କିଛି ସମ୍ରଦାୟୀକ ଓ ସମାଜ ତଥା ରାଷ୍ଟ୍ରବିରୋଧୀ ଶକ୍ତି ଦେଶର ନ୍ୟାୟ ନୀତି ସଂସ୍କୃତିକୁ ପ୍ରଭାବିତ କରିଛନ୍ତି। ଅନ୍ତତ କିଛି ହେତୁଯୁକ୍ତ ଶିକ୍ଷିତ ସଚେତନ ଯୁବବର୍ଗ ବାହାରିବା ଦରକାର ଯିଏ ବାସ୍ତବରେ ସମାଜର ଅବସ୍ଥା ପରିସ୍ଥିତି ଇତିହାସ ଓ ଭବିଷ୍ୟତ ବାବଦରେ ଧ୍ୟାନ ଧାରଣା ରଖିବାକୁ ସମର୍ଥ । ନ୍ୟାୟାଳୟ ମାନଙ୍କରେ କିଛି ନିରପେକ୍ଷ ନ୍ୟାୟାଧୀଶ ରହି...

ହିନ୍ଦୁ ବିଭାହ ମନ୍ତ୍ର ର ପ୍ରକୃତ ଅର୍ଥ କଣ. . .

ଯଦି କାହାର ଭାଇ ନଥାଏ, ତେବେ ସେ ଜଣକୁ ଧର୍ମ ଭାଇ କହି ସମ୍ବୋଧନ କରିଥାନ୍ତି ।  ସେହିଭଳି ଯଦି କାହାର ଭଉଣୀ ନଥାଏ ,ତେବେ ଧର୍ମ ଭଉଣୀ କରିବା ଦେଖାଯାଏ ।  ହେଲେ ନିଜ ପତ୍ନୀଙ୍କୁ ଧର୍ମପତ୍ନୀ ବୋଲି ବିଭିନ୍ନ ସମୟରେ ସମ୍ବୋଧନ କରୁଥିବା ଶୁଣିବାକୁ ମିଳିବା ଆଶ୍ଚର୍ଯ୍ୟ ଚକିତ କରିଥାଏ ।  ତେବେ କେଉଁ କାରଣରୁ ଏହି ଶବ୍ଦ ବ୍ୟବହାର ହେଲା ବୁଝିବାର ଆବଶ୍ୟକତା ରହିଛି ।  ଏମିତି ଏକ ବୈଦିକ ମନ୍ତ୍ର ଅଛି ଯାହା କନ୍ୟାଦାନ ସମୟରେ ଉଚ୍ଚାରଣ କରାଯାଉଥିଲା ବୋଲି ଅନେକ ବୁଦ୍ଧିଜୀବୀ ମତପ୍ରକାଶ କରିଥିଲେ । ଶୁଦ୍ର ସମାଜକୁ ଶିକ୍ଷାରୁ ମନୁବାଦି ମାନେ କାହିଁକି ବଞ୍ଚିତ ରଖୁଥିଲେ ଓ ଆଜି ଶିକ୍ଷିତ ସମାଜରେ ଏହାକୁ ବିରୋଧ କାହିଁକି କରାଯାଉଛି ବୁଝିବା ପାଇଁ ଇତିହାସ ଜାଣିବାର ଆବଶ୍ୟକତା ରହିଛି ।                             ଯେଉଁ ବିପ୍ର(ବ୍ରାହ୍ମଣ) ବୈଦିକ ରୀତିରେ ବିବାହ କାର୍ଯ୍ୟ କରୁଥିଲେ, କନ୍ୟାଦାନ ସମୟରେ ସେ ଯେଉଁ ମନ୍ତ୍ରୀ ଉଚ୍ଚାରଣ କରୁଥିଲେ, ଆସନ୍ତୁ ସେହି ମନ୍ତ୍ର ଉପରେ ନଜର ପକାଇବା ।  ଓମ୍ ଶ୍ରୀ ଗଣଦିପତ ଗଣପତି ଙ୍ଗୁଗବା ମହେ, ଗଣତୁହା ଙ୍ଗୁଗବା ମହେ, ବରକନ୍ୟାମ ଙ୍ଗୁଗବା ମହେ,ପଣତୁହାବସହୁ ମମ୍ ଯାନ,ଗର୍ଭଧମ୍ରାନ୍ତ ଇଦମ କନ୍ୟାଦେବ ଅର୍ପଣ ସକ୍ଷାମେବ,ଗର୍ଭାଧ୍ୟମ ଇତି ବ...

ନେତାଙ୍କ ଶିକ୍ଷାଗତ ଯୋଗ୍ୟତା ରହିବା ଦରକାର କି ନାହିଁ ?

ଯେଉଁ ନେତାଙ୍କ ର ଶିକ୍ଷାଗତ ଯୋଗ୍ୟତା ନାହିଁ କହୁଛନ୍ତି ,ସେହି ଅଶିକ୍ଷିତ ବ୍ୟକ୍ତି ବା ନେତା ମାନଙ୍କୁ ଆପଣଙ୍କ ପରି ଶିକ୍ଷିତ ବ୍ୟକ୍ତି ମାନେ ଭୋଟ ଦେଇ ନିର୍ବାଚିତ କରନ୍ତି। ମୋର କେବଳ କେତୋଟି ପ୍ରଶ୍ନ -1) ଗୋଟିଏ ଦଳ ରେ ଯଦି ଅଶିକ୍ଷିତ ବ୍ୟକ୍ତି ଠିଆ ହୁଏ ତେବେ ଅନ୍ୟ ଦଳ ରେ ଥିବା ଶିକ୍ଷିତ ବ୍ୟକ୍ତି ଙ୍କୁ ଭୋଟ ଦେଇ ପାରିବେ ନା ନାହିଁ ? 2) ଗୋଟିଏ ଦଳ କାହିଁକି ଅଶିକ୍ଷିତ ବ୍ୟକ୍ତି ମାନଙ୍କୁ ଚୟନ କରୁଛନ୍ତି ? 3) କଣ ଦେଶ ର ପ୍ରତେକ ନାଗରିକ ଅଶିକ୍ଷିତ ? 4) ସଂବିଧାନ ରେ ଶିକ୍ଷା ବ୍ୟବସ୍ଥା ନାହିଁ ସତ କିନ୍ତୁ କେଉଁ ଧାରା ରେ ଲେଖା ଯାଇଛି ଯେ ଅଶିକ୍ଷିତ ବ୍ୟକ୍ତି ମାନଙ୍କୁ ଚୟନ କରାଯିବ ବୋଲି ? 5) ସଂବିଧାନ ରେ ଶିକ୍ଷାଗତ ଯୋଗ୍ୟତା ଏଥିପାଇଁ ଲେଖା ଯାଇ ନାହିଁ କାରଣ ଯେଉଁ ବ୍ୟକ୍ତି ଛିଡା ହେବ ( ଶିକ୍ଷିତ ହେଉ ବା ଅଶିକ୍ଷିତ ହେଉ ବା ସର୍ବଜ୍ଞ ହେଉ) ସେ ବ୍ୟକ୍ତି କୁ ଦେଶ ର 130କୋଟି ଜନତା ଭୋଟ ଦେଇ ନିର୍ବାଚିତ କରିଥାନ୍ତି ଯଦ୍ୱାରା ସେ ବ୍ୟକ୍ତି ଜଣକ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ , ବିଧାୟକ, ସାଂସଦ ହୋଇଥାନ୍ତି । ନିଜ ଇଚ୍ଛାରେ ବା ଜବରଦସ୍ତି ଜନ ପ୍ରତିନିଧି ହୋଇପାରିବେ ନାହିଁ । 6) ଯଦି ଜଣେ ଅଶିକ୍ଷିତ ବ୍ୟକ୍ତି କୁ 130କୋଟି ଜନତା ଭୋଟ ଦେଇ ନିର୍ବାଚିତ କରନ୍ତି, ତେବେ ସେ ବ୍ୟକ୍ତି କେମିତି ଅଶିକ୍ଷିତ ହେଲା ? 7) ଯଦି ଜଣେ ଅଶିକ୍ଷିତ ବ୍ୟକ୍ତି କୁ 130କୋଟି ଜନତା ଭୋଟ ଦେଇ ନିର୍ବାଚି...

ଏବେକା ଶିକ୍ଷିତ ଯୁବକ ଯୁବତୀ ଏହି କଥାରୁ ଶିଖନ୍ତୁ।

ଏବେକା ଶିକ୍ଷିତ ଯୁବକ ଯୁବତୀ ଏହି କଥାରୁ ଶିଖନ୍ତୁ। ବାବା ସାହେବ ଆମ୍ବେଡକର ସତାରା ସ୍ଥିତ ପ୍ରତାପ ସିଂ ବିଦ୍ୟାଳୟ କୁ ପ୍ରଥମ କରି ପାଦ ଦେବାକ୍ଷଣି ଜାତିବାଦ ର ଶୀକାର ହେବା ସହିତ ସମଗ୍ର ଜୀବନକାଳରେ ମଧ୍ୟ ଜାତୀବାଦ କୁ ସେ ସାମ୍ନା କଲେ । ମାତ୍ର ସେ କୋଉଠି ବି ଭାଙ୍ଗିପଡିଲେ ନାହିଂ କି ଆତ୍ମହତ୍ୟା କଲେ ନାହିଂ .ବରଂ ନିଜର ଶିକ୍ଷା କୁ ଅସ୍ତ କରି ସଂଘର୍ଷ କରିଚାଲିଲେ । ନିଜ ସମାଜ କୁ ଆହ୍ଵାନ କଲେ ......ପଢିବା ଶିଖ ଏବଂ ଜାତିବାଦ ବିରୋଧରେ ଲଢ଼ିବା ଶିଖ । ଫୁଲନଦେବୀ ଙ୍କ ସହିତ ଜାତିବାଦ ଓ ଗଣବଳତ୍କାର ର କଳଙ୍କ ଜୋଡିହେଇଥିଲା । ମାତ୍ର ଫୁଲନଦେବୀ ଆତ୍ମହତ୍ୟା କଲେନାହିଂ, ବରଂ ଲଢେଇ କରିବାର ଓ ପ୍ରତିଶୋଧ ନେବାର ସଂକଳ୍ପ ନେଲେ ।ସମୟ ଓ ସୁଯୋଗ ଆଶିବା କ୍ଷଣି ସମସ୍ତ ବଳତ୍କାରୀ ୨୨ଜଣ ବଳତ୍କାରୀ ସବର୍ଣ୍ଣ ଠାକୁର ମାନଙ୍କୁ ସାମ୍ନା ରୁ ଗୁଳିମାରି ହତ୍ୟା କଲେ । ବାହାମାଇ ମାଟି ରୁ ସେହିସବୁ ପାପୀ ମାନଙ୍କର ରକ୍ତ ର ଦାଗ ଏବେବି ଲିଭିନାହିଂ । ହାଇଦ୍ରାବାଦ ବିଶ୍ବବିଦ୍ୟାଳୟ ର ଛାତ୍ର ରୋହିତ ଭେମୁଲା କେବଳ ଉଚ୍ଚଶିକ୍ଷିତ ନଥିଲେ ବରଂ ଜଣେ ଆମ୍ବେଡକରବାଦୀ ମଧ୍ୟ ଥିଲେ ।ସେହି ଦୃଷ୍ଟିକୋଣରୁ ସେ ଯଥେଷ୍ଟ ସଚେତନ ଓ ମାନସିକ ଶକ୍ତିଶାଳି ରହିବା କଥା ମାତ୍ର ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା କରିବା ର ନଥିଲା ବରଂ ସମୟ ଓ ସୁଯୋଗ କୁ ଅପେକ୍ଷା କରିବା ଉଚିତ ହୋଇଥାନ୍ତା। ନିଜପ୍ରତି ଓ ସମାଜପ୍ରତି ହେଉଥିବା ଅନ୍ୟାୟ ର...

ପୌରାଣିକ ଗ୍ରନ୍ଥରେ ନାରୀଙ୍କ ଚିତ୍ରଣ

ପିତୃସତ୍ତା କୁ ବଳବତର ରଖିବାକୁ ବ୍ରାହ୍ମଣ ଗ୍ରନ୍ଥକାର ମାନେ କେବେ ଦୁର୍ଗା କୁ ତ କେବେ ଦ୍ରୌପଦୀ କୁ ସାଧାରଣ ରେ ଉଲଗ୍ନ କରିବାକୁ କୁଣ୍ଠାବୋଧ କରିନାହାନ୍ତି ! ପୁରାଣ ରେ ମଧ୍ୟ ଏପରି କୌଣସି ଦେବତା ର ବର୍ଣ୍ଣନ ନାହିଁ ଯେକି ପୁରୁଷବାଦ ଓ ଜାତିବାଦ ରୁ ମୁକ୍ତ ରହିଥିବ ! ଇନ୍ଦ୍ର ଦ୍ୱାରା ଗୌତମ ଙ୍କ ପତ୍ନୀ ଅହଲ୍ୟା ର ହେଉ କି ବିଷ୍ଣୁ ଦ୍ୱାରା ବୃନ୍ଦାବତୀ, ବ୍ରହ୍ମା ଦ୍ୱାରା ସରସ୍ବତୀ ଅଥବା ମହେଶ୍ୱର ଦ୍ୱାରା ଅଞ୍ଜନା ର ବଳତ୍କାର କରିବା କାହାଣୀ ରେ କେବଳ ପିତୃସତ୍ତା କୁ ଶକ୍ତିଶାଳୀ କରି ନାରୀ କୁ ଅବଳା ଦୁର୍ବଳା ଚିତ୍ରଣ କରିବା ମୁଖ୍ୟ ଉଦେଶ୍ୟ ଥିଲା ! ନାରୀ ପ୍ରତି ପାପୀ ନୀଚ ଅଧମ ଭଳି ଶବ୍ଦ ପ୍ରୟୋଗ ବ୍ରାହ୍ମଣ ସାହିତ୍ୟ ରେ ବହୁଳ ମାତ୍ରା ରେ ଦେଖିବାକୁ ମିଳେ ! ମନୁସ୍ମୃତି ରେ ନାରୀ କେବଳ ମାତ୍ର ଏକ ବସ୍ତୁ ଯାହା କେବଳ ଆବଶ୍ୟକ ଅନୁଯାୟୀ ବ୍ୟବହାର ହୋଇଥାଏ ମାତ୍ର ନିଜସ୍ୱ କୌଣସି ସ୍ୱତନ୍ତ୍ରତା ରହିନଥାଏ !  ପିତୃସତ୍ତା ର ସବୁଠୁ ବଡ଼ ସମର୍ଥକ ରହିଥିବା ବ୍ରାହ୍ମଣ ଗ୍ରନ୍ଥ ଗୀତା ଯାହାକୁ ଲେଖକ ବ୍ୟାସଦେବ ନିଜକୁ ଲୁଚାଇ କାଳ୍ପନିକ ଚରିତ୍ର କୃଷ୍ଣ ମୁହଁରେ କୁହାଇଛି ଏବଂ ସେହି କୃଷ୍ଣ ଦ୍ୱାରା ଅନେକ ନାରୀ ଙ୍କ ର ଶାରୀରିକ ମାନସିକ ଶୋଷଣ ମଧ୍ୟ କରାଇନେଇଛି ! ବ୍ରାହ୍ମଣ ବାଲ୍ମୀକି ଓ ତୁଳସୀ ଦାସ ମଧ୍ୟ ନିଜର କାବ୍ୟ ଗ୍ରନ୍ଥ ରାମାୟଣ ରେ ନାରୀ କୁ ନିର୍ଯାତନା ଦେବା ସହିତ ନିଆଁ ରେ ଜାଳି ମାରିବା ଭଳି ନି...