ଆମେ ଦୁହେଁ ଗତ ଜାନୁୟାରୀ ୧୭ ତାରିଖରେ ଦୁବାଇ ଭ୍ରମଣ କରିବାକୁ ଯାଇଥିଲୁ l ସେଠାରେ ଚାରି ଦିନ ରହଣି ପରେ ୨୨ ତାରିଖରେ ଫେରି ଆସିଲୁ l ମୁଁ ଆଗରୁ ଦୁବାଇ ଭଳି ଗୋଟିଏ ମୁସଲମାନ ଦେଶ ବିଷୟରେ ଯେତିକି କାନରେ ଶୁଣିଥିଲି, ସେତିକି ଯଥେଷ୍ଟ ନଥିଲା l ନିଜେ ଯାଇ ଆଖିରେ ଦେଖି ଆସିବା ପରେ ପ୍ରକୃତ ଜ୍ଞାନ ମିଳିଲା l UAE (United Arab Emirates) ନାମକ ଏହି ଦେଶଟି ୭ ଗୋଟି ରାଜ୍ୟକୁ ନେଇ ୧୯୭୧ ମସିହା, ଡ଼ିସେମ୍ବର ୨ ତାରିଖରେ ଗଠନ ହୋଇଛି l ୧. Abu Dhabi, ୨, Dubai, ୩. Sharjah, ୪. Ajman, ୫. Umm Al Quwain, ୬. Ras Al Khaimah, ୭. Fujairah. ଏହି ଦେଶର ରାଜାଙ୍କ ନାମ - Shaikh Mohamed Bin Zayed Al Nahyan (MBZ)
ଆବୁଧାବିରେ ବହୁତ ତେଲଖଣି ଅଛି କିନ୍ତୁ ଦୁବାଇର ମୁଖ୍ୟ ଆୟର ସ୍ରୋତ ହେଉଛି "ପର୍ଯ୍ୟଟନ ଉଦ୍ୟୋଗ" ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରୁ ଲକ୍ଷ ଲକ୍ଷ ସଂଖ୍ୟାରେ ବିଭିନ୍ନ ବର୍ଗର ପର୍ଯ୍ୟଟକମାନେ ଆସିଥା'ନ୍ତି l ସେମାନଙ୍କର ରହିବା, ଖାଇବା, ଯାତାୟାତ କରିବା, ମନୋରଞ୍ଜନ କରିବାପାଇଁ ବହୁତ ପ୍ରକାର ସୁବ୍ୟବସ୍ଥା ରହିଛି l ଗତ ୧୯୭୧ ମସିହା ଠାରୁ ଆଜି ଯାଏଁ ମାତ୍ର ୫୨ ବର୍ଷ ଭିତରେ ତାଙ୍କ ଦେଶର ରାଜା MBZ ଦୁବାଇ ଓ ଆବୁଧାବି ସହିତ ଅନ୍ୟାନ୍ୟ ରାଜ୍ୟଗୁଡିକରେ ମଧ୍ୟ ଉନ୍ନତ ଧରଣର ବାସସ୍ଥାନ, ହୋଟେଲ, ସ୍କୁଲ, କଲେଜ, ଡାକ୍ତରଖାନା, ଯାତାୟାତ ପାଇଁ ମଜବୁତ ରାସ୍ତା, ମନୋରଞ୍ଜନ ପାର୍କ ଇତ୍ୟାଦି ନିର୍ମାଣ କରାଇଛନ୍ତି l ସବୁ ସ୍ଥାନରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ ଦିନ ଓ ରାତିରେ କର୍ମଚାରୀମାନେ ନିଯୁକ୍ତ ହୋଇଛନ୍ତି l ରାଜାଙ୍କ କଡା ଶାସନ ଯୋଗୁଁ ଦେଶରେ ଚୋରି, ଡକାୟତି, ନାରୀ ଧର୍ଷଣ, ହତ୍ୟା ଆଦି ଅପରାଧିକ ଘଟଣା ପ୍ରାୟ ଦେଖିବାକୁ ମିଳେ ନାହିଁ l ଦେଶର ହେଉ କିମ୍ବା ବିଦେଶର ନାଗରିକମାନେ ବେଶ ସୁରକ୍ଷିତ ଅନୁଭବ କରୁଛନ୍ତି l ଦେଶର ନାଗରିକ ମାନଙ୍କ ସୁଖ, ସୁବିଧା ଓ ସୁରକ୍ଷା ପାଇଁ ଏହାଠାରୁ ଅଧିକ ଆଉ କ'ଣ ଆବଶ୍ୟକ? ଆଉ ଗୋଟିଏ ମୂଲ୍ୟବାନ କଥା ଶୁଣିବାକୁ ମିଳିଲା ଯେ ଏହି ଦେଶରେ ଲୋକମାନଙ୍କ ଠାରୁ କୌଣସି ପ୍ରକାର ଟ୍ୟାକ୍ସ ନିଆଯାଏ ନାହିଁ l
Comments
Post a Comment