ଯେଉଁ ନେତାଙ୍କ ର ଶିକ୍ଷାଗତ ଯୋଗ୍ୟତା ନାହିଁ କହୁଛନ୍ତି ,ସେହି ଅଶିକ୍ଷିତ ବ୍ୟକ୍ତି ବା ନେତା ମାନଙ୍କୁ ଆପଣଙ୍କ ପରି ଶିକ୍ଷିତ ବ୍ୟକ୍ତି ମାନେ ଭୋଟ ଦେଇ ନିର୍ବାଚିତ କରନ୍ତି। ମୋର କେବଳ କେତୋଟି ପ୍ରଶ୍ନ -1) ଗୋଟିଏ ଦଳ ରେ ଯଦି ଅଶିକ୍ଷିତ ବ୍ୟକ୍ତି ଠିଆ ହୁଏ ତେବେ ଅନ୍ୟ ଦଳ ରେ ଥିବା ଶିକ୍ଷିତ ବ୍ୟକ୍ତି ଙ୍କୁ ଭୋଟ ଦେଇ ପାରିବେ ନା ନାହିଁ ? 2) ଗୋଟିଏ ଦଳ କାହିଁକି ଅଶିକ୍ଷିତ ବ୍ୟକ୍ତି ମାନଙ୍କୁ ଚୟନ କରୁଛନ୍ତି ? 3) କଣ ଦେଶ ର ପ୍ରତେକ ନାଗରିକ ଅଶିକ୍ଷିତ ? 4) ସଂବିଧାନ ରେ ଶିକ୍ଷା ବ୍ୟବସ୍ଥା ନାହିଁ ସତ କିନ୍ତୁ କେଉଁ ଧାରା ରେ ଲେଖା ଯାଇଛି ଯେ ଅଶିକ୍ଷିତ ବ୍ୟକ୍ତି ମାନଙ୍କୁ ଚୟନ କରାଯିବ ବୋଲି ? 5) ସଂବିଧାନ ରେ ଶିକ୍ଷାଗତ ଯୋଗ୍ୟତା ଏଥିପାଇଁ ଲେଖା ଯାଇ ନାହିଁ କାରଣ ଯେଉଁ ବ୍ୟକ୍ତି ଛିଡା ହେବ ( ଶିକ୍ଷିତ ହେଉ ବା ଅଶିକ୍ଷିତ ହେଉ ବା ସର୍ବଜ୍ଞ ହେଉ) ସେ ବ୍ୟକ୍ତି କୁ ଦେଶ ର 130କୋଟି ଜନତା ଭୋଟ ଦେଇ ନିର୍ବାଚିତ କରିଥାନ୍ତି ଯଦ୍ୱାରା ସେ ବ୍ୟକ୍ତି ଜଣକ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ , ବିଧାୟକ, ସାଂସଦ ହୋଇଥାନ୍ତି । ନିଜ ଇଚ୍ଛାରେ ବା ଜବରଦସ୍ତି ଜନ ପ୍ରତିନିଧି ହୋଇପାରିବେ ନାହିଁ । 6) ଯଦି ଜଣେ ଅଶିକ୍ଷିତ ବ୍ୟକ୍ତି କୁ 130କୋଟି ଜନତା ଭୋଟ ଦେଇ ନିର୍ବାଚିତ କରନ୍ତି, ତେବେ ସେ ବ୍ୟକ୍ତି କେମିତି ଅଶିକ୍ଷିତ ହେଲା ? 7) ଯଦି ଜଣେ ଅଶିକ୍ଷିତ ବ୍ୟକ୍ତି କୁ 130କୋଟି ଜନତା ଭୋଟ ଦେଇ ନିର୍ବାଚିତ କରନ୍ତି, ତେବେ ସେ 130କୋଟି ଜନତା କେମିତି ଶିକ୍ଷିତ ହେଲେ ?
. . . . . . . ଉତ୍ତର କର୍ତ୍ତା:- ମାନନୀୟ ଦେବେନ୍ଦ୍ର କୁମାର ନାୟକ (Facebook)
Comments
Post a Comment