ନବୀନ ପଟ୍ଟନାୟକଙ୍କ ର ଦୀର୍ଘ ୨୪ ବର୍ଷର ଶାସନର ଅନ୍ତ ଘଟିଛି,୨୦୨୪ ନିର୍ବାଚନ ରେ BJD କୁ BJP ଶୋଚନୀୟ ଭାବରେ ପରାସ୍ତ କରି ଓଡ଼ିଶାରେ BJP ଏକାକୀ 81 ଟି ବିଧାୟକ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଛି । BJP ନେତୃତ୍ୱ ରେ NDA ମେଣ୍ଟ କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ବେଳେ, ଓଡ଼ିଶାରେ ଏକାକୀ ସରକାର ଗଠନ କରି Double Engine ର ମୋହର ମାରିଛି।୨୦୧୯ ବିଧାନସଭା ନିର୍ବାଚନରେ BJD ଏକୁଟିଆ ୧୧୨ ସିଟ ଜିତି ରାଜ୍ୟରେ ସରକାର ଗଠନ କରିଥିଲା । କିନ୍ତୁ ୨୦୨୪ ନିର୍ବାଚରେ ଏମିତି କଣ ହେଲା ଯେ BJD ପୂରା ପୁରି ମାଟି କାମୁଡିଲା, ଏମିତିକି BJP ର ଏମିତି କେଉଁ ଲହର ଓଡ଼ିଶାରେ ଖେଳିଗଲା ଯେ ଏକାଥରେ ୮୧ ସିଟ ଦଖଲ କରି ପକାଇଲା। କାଇଁ ଦେଶ ସ୍ତର ରେ ତ ସେହି ଲହର କାମ କଲା ନାହିଁ, ଅତି କଷ୍ଟ ମଷ୍ଟରେ ମାତ୍ର ୨୪୦ ସିଟ ହିଁ ଆଶି ପାରିଲା, ନରେନ୍ଦ୍ର ମୋଦୀ ତ ହାରୁ ହାରୁ ଜିତି ଗଲେ, କେନ୍ଦ୍ରରେ ସଂଖ୍ୟା ଗରିଷ୍ଟତା ପଛରେ ପଡ଼ିଗଲେ,ଶେଷରେ ନିତିଶ ଏବଂ ଚନ୍ଦ୍ର ବାବୁ ନାଇଡୁ ର ସାହାରା ରେ ଯାହା ତାହା କରି ସରକାର ଗଠନ କଲେ, ତାହା ବି ଅଧିକ ଦିନ validity ରହିବ ବୋଲି ଜଣାପଡୁ ନାହିଁ, ଏମିତି ହେଲା କେମିତି ? ୨୦୨୪ ରେ EVM ର ଖେଳା ହୋଇଛି କି ନା ସେମିତି କିଛି ନୂହେଁ, ଯଦି କିଛି ନୂହେଁ, ତେବେ ନିର୍ବାଚନ ଅଧିକାରୀମାନେ voting % ଘୋଷଣା ରେ ବାରମ୍ଵାର ପରିବର୍ତ୍ତନ କରୁଥିଲେ କାହିଁକି ?
Q. ନବୀନ ପଟ୍ଟନାୟକ ଙ୍କ ର ଶାସନ
(ଗଠନ): ବିଜୁ ଜନତା ଦଳ ଡିସେମ୍ବର 26, 1997 ରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା।
ପ୍ରାରମ୍ଭିକ ମିଳିତ ମଞ୍ଚ: ବିଜେଡି ପ୍ରଥମେ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ଏକ ମେଣ୍ଟ ଗଠନ କରି ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ସାମିଲ ହୋଇଥିଲେ
ଶକ୍ତି ବୃଦ୍ଧି (2000-2009)-ଓଡିଶା ବିଧାନସଭା ନିର୍ବାଚନରେ ବିଜେଡି-ବିଜେପି ମିଳିତ ଦଳ ନିର୍ଣ୍ଣାୟକ ବିଜୟ ଲାଭ କରିଥିଲା ଏବଂ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ।
ଶାସନ: ନବୀନ ପଟ୍ଟନାୟକଙ୍କ ପ୍ରଶାସନ ଦୁର୍ନୀତି ନିବାରଣ ପଦକ୍ଷେପ, ଅର୍ଥନୈତିକ ସଂସ୍କାର ଏବଂ ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦେଇଥିଲା। ତାଙ୍କର ସ୍ୱଚ୍ଛ ପ୍ରତିଛବି ଏବଂ ପ୍ରଶାସନିକ ଦକ୍ଷତା ତାଙ୍କୁ ଉଲ୍ଲେଖନୀୟ ଲୋକପ୍ରିୟତା ଅର୍ଜନ କରିଥିଲା |
ବିଜେପିରୁ ବ୍ରେକ୍ ଏବଂ ଜାରି ଡୋମିନାନ୍ସ (2009-ବର୍ତ୍ତମାନ)
ବିଜେପି ସହିତ ବ୍ରେକ: 2009 ରେ, କନ୍ଧମାଳ ଆସନ ବାଣ୍ଟିବା ଏବଂ ସାମ୍ପ୍ରଦାୟିକ ହିଂସା ସମ୍ପର୍କିତ ମତଭେଦକୁ ନେଇ ବିଜେଡ଼ି ବିଜେପି ସହିତ ନିଜର ସହଯୋଗକୁ ଶେଷ କରିଥିଲା। କେବଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିଜେଡି ନିଷ୍ପତ୍ତି ନେଇଥିଲା।
2009 ରାଜ୍ୟ ନିର୍ବାଚନରେ: ଓଡିଶା ବିଧାନସଭାରେ ବିଜେଡି ବହୁମତ ହାସଲ କରି ଏକ ଜବରଦସ୍ତ ବିଜୟ ହାସଲ କରି ଥିଲା। ସେତେବେଳେ ବି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିଥିଲେ।
2014 ରାଜ୍ୟ ନିର୍ବାଚନରେ: ବିଧାନସଭାରେ 147 ଟି ଆସନ ମଧ୍ୟରୁ 117 ଟି ଜିତି ବିଜେଡି ନିଜର ସ୍ଥିତିକୁ ଆହୁରି ଦୃଢ କରିପାରି ଥିଲା। ବିକାଶ ଏବଂ କଲ୍ୟାଣ ଯୋଜନା ଉପରେ ଧ୍ୟାନ ଦେଇ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଉରି ବଢିଥିଲା |
2019 ରାଜ୍ୟ ନିର୍ବାଚନରେ: ନବୀନ ପଟ୍ଟନାୟକ କ୍ରମାଗତ ଭାବରେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ସହିତ ବିଜେଡି ପୁନର୍ବାର ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଦଳ ଓଡିଶା ରାଜନୀତିରେ ନିଜର ଗଡ଼ ବଜାୟ ରଖି 147 ଟି ଆସନ ମଧ୍ୟରୁ 112 ଟି ଜିତିଥିଲା।
ପ୍ରମୁଖ ନୀତି ଏବଂ ଶାସନ
ବିକାଶ କାର୍ଯ୍ୟକ୍ରମ: ନବୀନ ପଟ୍ଟନାୟକଙ୍କ ଅଧୀନରେ ବିଜେଡି ସରକାର ଦାରିଦ୍ର ଦୂରୀକରଣ, ଗ୍ରାମାଞ୍ଚଳର ବିକାଶ ଏବଂ ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦେଇ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଥିଲେ। କୃଷକମାନଙ୍କ ପାଇଁ ବିଜୁ କୃଷକ କଲ୍ୟାଣ ଯୋଜନା (BKKY), ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ମିଶନ୍ ଶକ୍ତି ଏବଂ ସ୍ୱାସ୍ଥ୍ୟସେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ପରି ଯୋଜନା ଗୁଡିକ ଲାଗୁ କରିଥିଲେ |
ବିପର୍ଯ୍ୟୟ ପରିଚାଳନା:-
ବିଶେଷକରି ଫାଇଲିନ୍ (2013), ଫନି (2019), ଏବଂ ଆମ୍ଫାନ୍ (2020) ପରି ଘୂର୍ଣ୍ଣିବଳୟ ସମୟରେ ବିଜେଡି ସରକାର ଏହାର ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରଶଂସାଜନକ କାର୍ଯ୍ୟ କରି ଥିଲେ। ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ପ୍ରଣାଳୀ ଯଥେଷ୍ଟ ଶକ୍ତିଶାଳୀ ହୋଇଥିଲା।
ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧି: ବିଜେଡି ଶିଳ୍ପ ଅଭିବୃଦ୍ଧି ଉପରେ ଧ୍ୟାନ ଦେଇ ରାଜ୍ୟକୁ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିଥିଲା। ଖଣି, ଇସ୍ପାତ ଏବଂ ଆଇଟି ପରି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ ଅର୍ଥନୈତିକ ବିକାଶରେ ସହାୟକ ହୋଇଥିଲା |
ରାଜନୈତିକ ରଣନୀତି ଏବଂ ଲୋକପ୍ରିୟତା |
ନବୀନ ପଟ୍ଟନାୟକଙ୍କ ନେତୃତ୍ୱ: ବିଜେଡିର ସଫଳତାର ଏକ ପ୍ରମୁଖ କାରଣ ହେଉଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଶୈଳୀ। ତାଙ୍କର ଅକ୍ଷୟ ଭାବମୂର୍ତ୍ତି, ସରଳତା ଏବଂ ଶାସନ ଉପରେ ଧ୍ୟାନ ଦେବାରେ ସେ ଜଣାଶୁଣା, ନବୀନ ପଟ୍ଟନାୟକ ସମାଜର ବିଭିନ୍ନ ଦିଗରେ ବ୍ୟାପକ ଉନ୍ନତି ଆଣିବାରେ ସଫଳ ହୋଇଥିଲେ |
(ଅନ୍ତର୍ଭୂକ୍ତ ନୀତି): ବିଜେଡି ସମସ୍ତ ଦିଗ କୁ ଅନ୍ତର୍ଭୂକ୍ତ ନୀତି ପ୍ରଣୟନ କରିଥିଲା ଯାହା ବିଭିନ୍ନ ସମ୍ପ୍ରଦାୟକୁ ସହାୟକ ଯୋଗାଇଥିଲା, ଯେମିତି କି ଆଦିବାସୀ ତଥା ଦଳିତ ଗୋଷ୍ଠୀ ସମେତ ଓଡିଶାର ସମସ୍ତ ଜନସଂଖ୍ୟା କୁ ଦୃଷ୍ଟିରେ ରଖି ବିଭିନ୍ନ ସୁବିଧା ଜନକ ନିୟମ କରାଯାଇଥିଲା ।
(ତୃଣମୂଳ ସଂଯୋଗ):-ଦଳ ଏହାର କ୍ୟାଡର ଏବଂ ପାର୍ଟି କର୍ମଚାରୀଙ୍କ ବ୍ୟାପକ ନେଟୱାର୍କ ମାଧ୍ୟମରେ ଏକ ଦୃଢ ତୃଣମୂଳ ସଂଯୋଗକୁ ବଜାୟ ରଖିବାକୁ ସଫଳ ହୋଇଥିଲା, ଫଳରେ ଦଳ ର ନୀତି ଏବଂ କାର୍ଯ୍ୟକ୍ରମଗୁଡିକର ପ୍ରଭାବଶାଳୀ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରି ଥିଲା |
ଆହ୍ଵାନ ଏବଂ ଭବିଷ୍ୟତ ଦୃଷ୍ଟିକୋଣ |
ଆଭ୍ୟନ୍ତରୀଣ ଆହ୍ବାନ: ବିଜେଡି ଦଳ ଭିତରେ ଦଳଗତ ମତଭେଦ ଏବଂ ଅସନ୍ତୋଷ ସମେତ ଆଭ୍ୟନ୍ତରୀଣ ଆହ୍ୱାନର ସମ୍ମୁଖୀନ ହୋଇଥିଲା। ସେତେବେଳେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ରେ ଏହି ସମସ୍ୟାଗୁଡ଼ିକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇ ଥିଲେ।
ବିରୋଧୀ: ଓଡିଶାର ରାଜନୈତିକ ଦୃଶ୍ୟପଟ୍ଟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବିଜେପି ଏବଂ କଂଗ୍ରେସ ଭଳି ଜାତୀୟ ଦଳର ବିରୋଧର BJD ସମ୍ମୁଖୀନ ହେବା ଜାରି ରଖିଥିଲା।
ବିଜୁ ଜନତା ଦଳ ଦୃଢ ଆଞ୍ଚଳିକ ନେତୃତ୍ୱ, ପ୍ରଭାବଶାଳୀ ଶାସନ ଏବଂ ବିକାଶ ତଥା କଲ୍ୟାଣ ଉପରେ ଏକ ଧ୍ୟାନକୁ ପ୍ରତିଫଳିତ କରି ଓଡିଶାର ରାଜନୈତିକ ଦୃଶ୍ୟପଟ୍ଟରେ ଏହାର ନିରନ୍ତର ସଫଳତା ପାଇଁ ସହାୟକ ହୋଇଥିଲା।
ଏହି ସବୁ କାରଣରୁ ବିଜେପି ଓ କଂଗ୍ରେସ ଓଡ଼ିଶାରେ ପ୍ରବେଶ କରି ପାରୁ ନ ଥିଲେ |
ମୋଦି ଜି ପ୍ରଧାନମନ୍ତ୍ରୀ ହେବା ସମୟରେ ଓଡ଼ିଶାରେ BJP ସରକାର ଗଠନ କରିବାର ରାସ୍ତା ପିଟିଥିଲା। ସେହି ରାସ୍ତାକୁ ଅବରୋଧ କରିବା ପାଇଁ ନବୀନ ପଟ୍ଟନାୟକ ଦୁଇ ପ୍ରକାର ସରକାର ନିୟମକୁ ମୋଦି ସହିତ ଡିଲ କରି, ଓଡ଼ିଶାର ଶାସନ କ୍ଷେମତା ପୁଣି BJD ଦଖଲ କରିଥିଲା। ଅର୍ଥାତ୍ ତମେ କେନ୍ଦ୍ର ରେ ରୁହ ଆମେ ଓଡ଼ିଶାରେ , ଆମର ସମସ୍ତ MP ତମକୁ ବିନା ସର୍ତ ରେ ଆଖିବୁଜି ସମର୍ଥନ କରିବେ । ଏହି ପ୍ରକାର ଡିଲ ପରେ BJP BJD କୁ ହଟାଇବାକୁ କେବେ ଚେଷ୍ଟା କରୁନଥିଲା | ଯାଫଳରେ ରାଜ୍ୟରେ BJD ସରକାର ନିଷ୍କଣ୍ଟକ ରୂପେ ଓଡ଼ିଶାର ଶାସନ କ୍ଷେମତା ଉପଭୋଗ କରି ଚାଲୁଥିଲେ ।
କେନ୍ଦ୍ରରେ BJP ଶାସନ ର ଦଶ ବର୍ଷ ଭିତରେ ସେମିତି ଆଖି ଦୃଶ୍ୟାଆ କାମ ଦେଖିବାକୁ ମିଳିନଥିଲା, ବରଂ ଲୋକଙ୍କ ସ୍ଵାର୍ଥରେ ବାଧା ଉତ୍ପନ୍ନ କରିବା ଭଳି କେତେକ ଅବାନ୍ତର ନିୟମ ତିଆରି କରି, ଲୋକଙ୍କୁ ହିଁ ହଇରାଣ ହେବାକୁ ପଡ଼ିଥିଲା।
ଯେମିତି କି: -
ସାମ୍ପ୍ରଦାୟିକ ପୋଲାରାଇଜେସନ୍ : ସମାଲୋଚକ ମାନେ ଯୁକ୍ତି କରନ୍ତି ଯେ ଭାରତରେ ବିଜେପି ଧାର୍ମିକ ତିକ୍ତତାକୁ ବଢାଇଛି l ଯେଉଁଥିରେ ହିନ୍ଦୁ ଜାତୀୟତାବାଦୀ ଏଜେଣ୍ଡାକୁ ପ୍ରୋତ୍ସାହିତ କରାଯାଉଥିବା ଅଭିଯୋଗ ହୋଇଛି ଯାହା ସଂଖ୍ୟାଲଘୁ ସମ୍ପ୍ରଦାୟକୁ ବିଶେଷ କରି ମୁସଲମାନମାନ ଙ୍କୁ ବୁଝାଯାଇଥାଏ।
କ୍ଷମତାସୀନ ପ୍ରବୃତ୍ତି : ବିଜେପି ସମସ୍ତ କ୍ଷମତାକୁ କେନ୍ଦ୍ରୀଭୂତ କରିବା ଏବଂ ଅସନ୍ତୋଷକୁ ଦମନ କରିବାରେ ହିଁ ଚେଷ୍ଟା କରିଥିଲା। ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକୁ ଦୁର୍ବଳ କରିବା, ରାଜନୈତିକ ବିରୋଧୀଙ୍କୁ ଭୟଭୀତ କରିବା ଏବଂ ଗଣମାଧ୍ୟମ ଉପରେ ଚାପ ପକାଇବା ଅଭିଯୋଗରେ ଅନ୍ତର୍ଭୁକ୍ତ।
ଅର୍ଥନୈତିକ ପ୍ରସଙ୍ଗଗୁଡିକ ପରିଚାଳନା : 2016 ରେ ବିବାଦୀୟ ବିମୁଦ୍ରୀକରଣ ପଦକ୍ଷେପ ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ଲାଗୁ କରିବା ସହିତ ବିଜେପି ଏହାର ଅର୍ଥନୈତିକ ନୀତି ଉପରେ ସମାଲୋଚନାର ସମ୍ମୁଖୀନ ହୋଇଛି, ଯାହା କେତେକ ଯୁକ୍ତି କରନ୍ତି ଯେ ଛୋଟ ବ୍ୟବସାୟ ତଥା informal sector ଉପରେ ନକାରାତ୍ମକ ପ୍ରଭାବ ପକାଇଛି।
ମାନବିକ ଅଧିକାର ଏବଂ ସ୍ୱାଧୀନତା : ନାଗରିକ ସ୍ୱାଧୀନତା ଏବଂ ମାନବିକ ଅଧିକାରକୁ ରୋକିବା ପାଇଁ ବିଜେପି ବିରୋଧରେ ଅଭିଯୋଗ ରହିଛି। ଉଦାହରଣଗୁଡିକ ହେଉଛି ବିରୋଧର ପରିଚାଳନା (ଯଥା, ନାଗରିକତ୍ୱ ସଂଶୋଧନ ଆଇନ ବିରୋଧ) ଏବଂ ଧାରା 370 ରଦ୍ଦ ହେବା ପରେ କାଶ୍ମୀରରେ ପରିସ୍ଥିତି |
ପରିବେଶ ସମସ୍ୟା : ପରିବେଶ ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ସମାଲୋଚକ ମାନେ ଯୁକ୍ତି ଦର୍ଶାଇଛନ୍ତି ଯେ ସରକାର ପରିବେଶ ସଂରକ୍ଷଣ ଉପରେ Industrial ବିକାଶକୁ ପ୍ରାଥମିକତା ଦେଇ ପ୍ରଦୂଷଣ ଏବଂ ବର୍ଜ୍ୟବସ୍ତୁ ବୃଦ୍ଧି ଘଟାଇଛନ୍ତି।
କୃଷି ସମସ୍ୟା : କୃଷି ସମସ୍ୟାର ସମାଧାନ ପାଇଁ ବିଜେପିକୁ ସମାଲୋଚନା କରାଯାଇଛି। ଯେମିତି କି କଳା କୃଷି ଆଇନ୍,.
ସାଂସ୍କୃତିକ ଏବଂ ଏକାଡେମିକ୍ ହସ୍ତକ୍ଷେପ : ଇତିହାସକୁ ସଂଶୋଧନ କରିବା ଏବଂ ଏକାଡେମିକ୍ ସ୍ୱାଧୀନତାକୁ ଦମନ କରିବା ପାଇଁ ଏକାଡେମିକ୍ ଏବଂ ସାଂସ୍କୃତିକ ଅନୁଷ୍ଠାନରେ ବିଜେପିର ହସ୍ତକ୍ଷେପ ସମ୍ପର୍କରେ ଅଭିଯୋଗ କରାଯାଇଛି।
ସେହିଭଳି ୨୦୨୪ ନିର୍ବାଚନ ପୂର୍ବରୁ ଓଡ଼ିଶା ରେ ମଧ୍ୟ BJP ର ସମାନ ପ୍ରକାରର ପ୍ରଭାବ ପଡି ଥିଲା, ମୋଦି ବା BJP କଥାକୁ କେହି ବିଶ୍ୱାସ କରୁନଥିଲେ
ଓଡିଶାରେ ନବୀନ ପଟ୍ଟନାୟକଙ୍କୁ ଲୋକେ ଗରୀବ ଙ୍କ ସରକାର ବା ୪ କୋଟି ଓଡିଆଙ୍କ ସରକାର ବୋଲି ସମର୍ଥନ କରୁଥିଲେ l
ସମସ୍ତ Exit poll ସର୍ଭେ ମଧ୍ୟ BJD ସପକ୍ଷରେ ଥିଲା , ତଥାପି BJD ହଠାତ୍ ହାରିଜିବା ଟା ସମସ୍ତଙ୍କୁ ହଜମ ହେଉ ନ ଥିଲା, ହୁଏତ ସିଟ୍ ସଂଖ୍ୟା ରେ କମିଯାଇ ଥାନ୍ତା |.କିନ୍ତୁ BJD ପୁଣି କ୍ଷମତାରେ ରହିବାର କୁହାଯାଉ ଥିଲା।
BJP ର କେନ୍ଦ୍ରରେ ଦଶ ବର୍ଷର ଶାସନ ର ଲାଭ କାହାକୁ ମିଳିବାର ଦେଖିବାକୁ ମିଳିନଥିଲା, ତାପରେ ବି ଓଡ଼ିଶାର ଲୋକ ହଠାତ୍ BJP କୁ ସମର୍ଥନ କରି ଭୋଟ ଦେଲେ କେମିତି ?
ନିର୍ବାଚନ ରେ ଓଡ଼ିଶାରେ BJP ର ସେମିତି ହାୱା ନଥିଲା କି ସେମିତି ଆଖି ଦୃଶ୍ୟଆ ସମର୍ଥନ ଦେଖିବାକୁ ମିଳିନଥିଲା | ଓଡ଼ିଶାର ଲୋକେ BJP କୁ ଧନୀ ମାନଙ୍କର ଦଳ ବୋଲି ଆକ୍ଷେପ କରୁଥିଲେ, ସେ ଯାହା ଯାହା ସବୁ କଥା ଦେଇଥିଲା ସେଥିରୁ ଗୋଟିଏ ବି ପୂରଣ ହେବାର ଦେଖାଯାଉ ନ ଥିଲା । ଯେମିତିକି : - ବର୍ଷକୁ ଦୁଇ କୋଟି ରୋଜଗାର, ବ୍ୟାଙ୍କ ଖାତା ପ୍ରତି ୧୫ ଲକ୍ଷ,ଏମିତି ଅନେକ କିଛି | ଏମିତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଓଡ଼ିଶା ଅସ୍ମିତାର ରକ୍ଷା ହେଉ ବା ପାଞ୍ଚ ଗେରେଣ୍ଟି କଥା ହେଉ ବା ପାଣ୍ଡିଆନ୍ ବିରୋଧରେ କଥା ହେଉ ....ଓଡ଼ିଶାରେ ସେ ସବୁ କାମ କରୁଥିବାର ସର୍ଭେ ଦେଖାଯାଉ ନଥିଲା | ଏମିତି କି BJP-BJD ର ମେଣ୍ଟ ହେବ ହେବ ହେଲା ନାହିଁ କଥା ଶୁଣି ଓଡ଼ିଶାର ଲୋକେ କଂଗ୍ରେସ ସରକାର ଆଣିବେ ବୋଲି କିଛି କିଛି ସର୍ଭେ ରେ ଦେଖାଉଥିଲା, ସେଥିରୁ ଜଣାପଡ଼ିଥିଲା ୨୦୨୪ ନିର୍ବାଚରେ BJD ର କିଛି ସିଟ୍ ସଂଖ୍ୟା କମିଯାଇ ପାରେ , ତଥାପି BJD ପୁଣି ସରକାର କରିବ ବୋଲି ଜଣା ପଡୁଥିଲା ।
କିନ୍ତୁ ୨୦୨୪ ନିର୍ବାଚନର ଫଳାଫଳ ବାହାରିଲା ବେଳକୁ ଦେଖାଗଲା BJD=50, BJP =81 Congress ର କିଛି ବିଧାନ ସଭା ସିଟ୍ ବଢିଛି, ଆଉ ଓଡ଼ିଶାର ଲୋକସଭା ଆସନ ତ ସବୁଯାକ ରୁ ଗୋଟିଏକୁ ବାଦ୍ ଦେଇ ।
ଏହି ଫଳାଫଳ ଦେଖି ରାଜନୈତିକ ବିଶେଷଜ୍ଞ ମାନେ ମଧ୍ୟ ହତବାକ୍ ।
୨୦୧୯ରେ BJP ଲୋକ ସଭା ସିଟ୍ 303 ଜିତିଥିଲା, କିନ୍ତୁ ଏଥର ୨୦୨୪ ରେ 240 ରେ ସୀମିତ ରହିଥିଲା , ମୋଦିତ ହାରୁ ହାରୁ ଅଳ୍ପକେ ଜିତିଗଲେ | ଅର୍ଥାତ୍ ସାରା ଦେଶରେ ମୋଦି ଲହର କାମ କରୁନଥିବା ବେଳେ ହଠାତ୍ ଓଡ଼ିଶାରେ କାମ କଲା . . . ଏହା ସବୁଠାରୁ ଆଶ୍ଚର୍ଯ୍ୟର କଥା |
୨୦୨୪ ନିର୍ବାଚନ ପୂର୍ବରୁ ଦେଶରେ କେବଳ INDIA ମେଣ୍ଟର ଲହର ଥିଲା, ବିଭିନ୍ନ Exit Poll ସର୍ଭେ ରେ କେନ୍ଦ୍ରରେ INDIA ମେଣ୍ଟର ସରକାର ହେବ ବୋଲି ଜଣା ପଡୁଥିଲା। BJP ମାତ୍ର ୧୫୦ ସିଟ୍ ରେ ସୀମିତ ରହିବ ବୋଲି ନିର୍ବାଚନ ପାଗ କହୁଥିଲା । କାରଣ INDIA ମେଣ୍ଟ ର ଜନକଲ୍ୟାଣିକାରୀ ଯୋଜନାର ପ୍ରଚାର ପ୍ରସାରରେ ମୋଦିଙ୍କ ହାୱା ଉଡ଼ିଯାଇଥିଲା, ତଥାପି BJP 240ସିଟ୍ କେମିତି ଜିତିଲା ତାହା ସମସ୍ତଙ୍କୁ ବିସ୍ମିତ କରିଥିଲା । କଣ EVM ର ଖେଳ ହୋଇଛି କି ବୋଲି ଲୋକେ ଟାହି ଟାପରା କରିବାକୁ ଲାଗିଲେ, EVM ର ବ୍ୟବହାର କେତେଦୂର ଠିକ୍ କି ଭୂଲ , ସେହି କଥା ମୋର ଏହି ଭିଡିଓ ରୁ ଜାଣିପାରିବେ........., ବିଦେଶ ଦେଶମାନେ Banned କରିଥିବା EVM ଆମ ଦେଶର ସମସ୍ତ ବିରୋଧି ଦଳ ବିରୋଧ କରୁଥିବା ସତେ Supreme court , Election commission and BJP ୧୦୦% ଠିକ୍ କହୁଥିବା ର କଣ ସ୍ୱାର୍ଥ ରହିଛି। ପୂର୍ବରୁ ବି ଦେଖା ଦେଇଛି ଯେଉଁ ଜଜ୍ BJP ସପକ୍ଷରେ ରାୟ ଦେଇଛି, ସେହି ଜଜ୍ କୁ ଉପହାର ମିଳିଥିବାର ନଜିର ରହିଛି। ତାହା ସହ ଏକ ପାଖିଆ ଭାବେ ନିର୍ବାଚନ କମିଶନଙ୍କୁ BJP ନିଯୁକ୍ତି ଦେବା, ତାହା ସହିତ EVM ତିଆରୀ କରୁଥିବା Company ଠାରୁ BJP ର Agent Director ଭଳି କାମ କରୁଥିବାର ଜଣାପଡିବା ।ଅର୍ଥାତ୍ ୨୦୨୪ ନିର୍ବାଚନର Total Control ବିଜେପି ପାଖରେ ଥିଲା, ତଥାପି ବିଜେପି ସଂଖ୍ୟାଗରିଷ୍ଟ ପାଇବା କଥା ପାଇଲା ନାହିଁ କାହିଁକି ? ତାହାର କାରଣ: - BJP ର ନଜରରେ ଯେଉଁ ଯେଉଁ ରାଜ୍ୟର ଆସନ ସବୁରେ ପୂରା ପୂରି ହାରିବା ଦେଖାଯାଉଥିଲା, ସେହି ସ୍ଥାନମାନଙ୍କରେ ହିଁ EVM ର ଖେଳ କରାଯାଇଥିଲା, କିନ୍ତୁ ଅନ୍ୟ ସିଟ୍ ମାନଙ୍କରେ BJP ୧୦୦% ଜିତିବ ବୋଲି ଜାଣିଥିଲା ସେଠାରେ EVM ର ଖେଳ କରାଯାଇନଥିଲା। ଯାହାଫଳରେ ସେହି ସ୍ଥାନରେ ହିଁ BJP ହାରିବା ସହିତ ସଂଖ୍ୟାଗରିଷ୍ଠ ର ପଛରେ ପଡ଼ିଯାଇ ଥିଲା ।
Comments
Post a Comment