1400 ମସିହା ପୂର୍ବରୁ ଭାରତରେ ବେଦ ନାମକ କିଛି ପୁସ୍ତକର କୌଣସି ବି ଅସ୍ତିତ୍ଵ ନଥିଲା। କଳ୍ପିତ ବେଦ ଗ୍ରନ୍ଥ କେବଳ ଶ୍ରୁତି ରୂପେ ପ୍ରଚଳିତ ଥିଲା, ତେଣୁ ଏହାକୁ ଶୁଣି ଶୁଣି ମନେ ରଖାଯାଉଥିଲା ଏବଂ ଏହିଭଳି ଭାବେ ଏହି ଶ୍ରୁତି ସବୁକୁ ପରବର୍ତ୍ତୀ ପୀଢୀ ପର୍ଯ୍ୟନ୍ତ ପହୁଞ୍ଚା ଯାଉଥିଲା। ଭାରତରେ ଯେତେବେଳେ କାଗଜରେ ଲେଖାଲେଖି ଆରମ୍ଭ ହେଲା, 1400 ମସିହାରେ ସାୟଣ ଓରଫ୍ ସାୟଣାଚାର୍ଯ୍ୟ କିଛି ବେଦଜ୍ଞାତା ପଣ୍ଡିତ ମାନଙ୍କୁ ଏକାଠି କରି ବୈଦିକ ଶ୍ଳୋକ ବିଷୟରେ ବିସ୍ତୃତ ବିବରଣୀ ପ୍ରାପ୍ତ କଲେ ଏବଂ ସେଗୁଡିକୁ ଚାରି ଖଣ୍ଡ ପୁସ୍ତକ ରୂପରେ ହସ୍ତ ଲିଖିତ କରାଇଥିଲେ।
ଛାପାଖାନା ର ଇତିହାସ 1500 ମସିହାର ମଧ୍ୟ ଭାଗରେ ଆରମ୍ଭ ହୁଏ, କିନ୍ତୁ କାଗଜ ଉପରେ କୌଣସି ହସ୍ତ ଲିଖିତ ଲେଖା କି ପୁସ୍ତକ ଛପେଇ କାର୍ଯ୍ୟ 1749 ମସିହାରୁ 1822 ମସିହା ମଧ୍ୟରେ ଚାଲୁ ରହିଥିଲା। କିଛି ଲେଖକ ପୁସ୍ତକ ଛପେଇ କାମ 1779 ମସିହାରୁ ଆରମ୍ଭ ବୋଲି କହିଥାନ୍ତି।
1822 ମସିହା ପରେ ବାଇବେଲ୍ ସମେତ ଅନ୍ୟ ଧାର୍ମିକ ପୁସ୍ତକ ଗୁଡ଼ିକର କ୍ରମାଗତ ଛପେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏପରି ଭାବେ ଆମ ତଥାକଥିତ ବେଦଜ୍ଞ ପୁରୋହିତ ମାନଙ୍କ ଧାରଣା ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ ହୋଇ ଯାଇଥାଏ କି, ମନୁଷ୍ୟର ଉତ୍ପତ୍ତି ସମୟରେ ବେଦ ନାମକ ଚାରି ଖଣ୍ଡ ଗ୍ରନ୍ଥ ତାକୁ କୌଣସି ଇଶ୍ଵର କି ଭଗବାନ ମାନେ ପ୍ରଦାନ କରିଥିଲେ। ବେଦରେ ବିଜ୍ଞାନର କେଉଁ ପ୍ରକାର ତଥ୍ୟ ସବୁ ବର୍ଣ୍ଣିତ ରହିଛି, ଆଉ ଆମ ପୂର୍ବଜ ମାନେ କେଉଁ ସବୁ ବୈଜ୍ଞାନିକ ଉପକରଣ ଗୁଡିକୁ ବ୍ୟବହାର କରୁଥିଲେ, ବେଦଜ୍ଞଗଣ ଯଦି ଏସବୁକୁ ବି ଟିକେ ବୁଝେଇ ଦିଅନ୍ତେ, ତା'ହେଲେ ଭାରି ଭଲ ହୁଅନ୍ତା। ଧନୁ, ତୀର, ଭାଲା, ତ୍ରିଶୂଳ, ଗଦା, ମନ୍ତ୍ର, ଅଭିଶାପ ଆଉ ପିଲାଙ୍କ ମନୋରଞ୍ଜନ କାହାଣୀ, ଏସବୁ ବ୍ୟତୀତ ଯଦି ଆଉକିଛି ବେଦରେ ଥାଏ, ତେବେ ଟିକେ ଚେକ୍ କରି ନିଅନ୍ତୁ।
ଅସଲରେ ବେଦରେ ବିଜ୍ଞାନର ଦୁଷ୍ପ୍ରଚାର ମୂଳଶଙ୍କର ତିଓ୍ବାରୀ ଓରଫ୍ ଦୟାନନ୍ଦ ସରସ୍ବତୀ ଆରମ୍ଭ କଲେ। ଯେତେବେଳେ ସାରା ଦୁନିଆ ବିଜ୍ଞାନ ଭରସାରେ ଆଗକୁ ବଢ଼ି ଚାଲିଥିଲା, ଆଧୁନିକ ବିଜ୍ଞାନର ଉପଯୋଗ ଆରମ୍ଭ ହୋଇ ସାରିଥିଲା, ଲୋକେ ଶାସ୍ତ୍ର ପୁରାଣର କାଳ୍ପନିକ ଦୁନିଆରୁ ବାହାରି ନୂଆ ଦୁନିଆରେ ବିଜ୍ଞାନ ସାଥିରେ ବଞ୍ଚିବାର ଖୁସି ମନାଉଥିଲେ, ଦୁନିଆ ସାରା ପ୍ରଚଳିତ ଧର୍ମ ମାନଙ୍କର ବୁନିଆଦୀ ଦୋହଲି ଯାଉଥିଲା, ମାନ୍ୟତା ଗୁଡିକ ଧ୍ବସ୍ତ ହେଉଥିଲା, ପରମ୍ପରା ସବୁକୁ ଭଙ୍ଗା ଯାଉଥିଲା, ଏଭଳି ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ କିଛି ଚତୁର ପରାହ୍ନଭୋଜୀ ଧର୍ମଜୀବୀ ସମୂହଙ୍କ ପାଇଁ ବିଜ୍ଞାନର ଏହି ତୋଫାନୀ ପ୍ରବାହରୁ ଧର୍ମକୁ କୌଣସି ବି ପ୍ରକାରେ ବଞ୍ଚେଇ ରଖିବାର ଆହ୍ବାନ ଥିଲା, ନଚେତ୍ ଭଣ୍ଡୁଆଙ୍କ ସବୁ ଖେଳ ଖତମ୍।..
ବାସ୍ତବରେ 1900 ମସିହା ହିଁ ଧର୍ମ ଓ ବିଜ୍ଞାନ ମଧ୍ୟରେ ସିଧା ମୁହାଁ ମୁହିଁ ର ସମୟ ଥିଲା। ଏହି ସମୟରେ ଇସ୍ଲାମ୍ ବି କଡ଼ା ସଂଘର୍ଷ ର ସାମ୍ନା କରୁଥିଲା। ଗୁଲାମ ଅହମଦ କାଦିୟାନୀ, ଇମାମ୍ ଅହମଦ ରାଜା ବରେଲଓ୍ବୀ ଙ୍କ ଭଳି ଲୋକେ ଇସ୍ଲାମ୍ ରେ ନୂଆ ନୂଆ ନିୟମ ସବୁ ଯୋଡିବାରେ ଲାଗି ପଡିଥିଲେ। ଈସାଈ ଅଲଗା ଭାବେ ପ୍ରୋଟେସ୍ଟେଣ୍ଟ୍ ଆଉ ଆର୍ଥୋଡକ୍ସ୍ ରେ ଈସାୟତ୍ ର ଭୁଷୁଡି ପଡିଥିବା ଇମାରତ୍ କୁ ପୁଣିଥରେ ଠିଆ କରେଇବାକୁ ଲାଗି ପଡିଥାନ୍ତି। ଏମିତିରେ ଭାରତୀୟ ବେଦଜ୍ଞ ପୁରୋହିତଙ୍କ ସମ୍ମୁଖରେ ସବୁଠୁ ବଡ଼ ଆହ୍ବାନ ଥିଲା କି, ଧର୍ମ କୁ କେମିତି ବଞ୍ଚେଇ ରଖିବାକୁ ପଡିବ ? ବିଜ୍ଞାନର ଏହି ତୋଫାନୀ ପ୍ରବାହରୁ ଧର୍ମକୁ କ'ଣ ସତରେ ବଞ୍ଚେଇ ରଖାଯାଇ ପାରିବ ?
ସେମାନେ ଦୟାନନ୍ଦ ସରସ୍ୱତୀଙ୍କ ନେତୃତ୍ୱରେ ଆର୍ଯ୍ୟ ସମାଜ ନାମରେ ଏକ ଅଲଗା ଦଳ ତିଆରି କଲେ, ଯେଉଁଥିରେ ଶାସ୍ତ୍ର, ପୁରାଣ ଏବଂ ମୂର୍ତ୍ତି ପୂଜା ଭଳି ମାନ୍ୟତା ଗୁଡ଼ିକୁ ମିଥ୍ୟା ବୋଲି ଘୋଷଣା କରି ଦିଆଗଲା, କିନ୍ତୁ ଅତ୍ୟନ୍ତ ଚତୁରତାର ସହିତ ବେଦକୁ ବଞ୍ଚେଇ ନିଆଗଲା, ଏଥିପାଇଁ କି ପରେ ବେଦର ନାଁ ନେଇ ଧାର୍ମିକ ଦୁଷ୍ପ୍ରଚାର କୁ ପୁନର୍ବାର ସ୍ଥାପନ କରାଯାଇ ପାରିବ।
କୁହାଯାଇ ପାରେ କି ଭାରତ ଦୁନିଆ କୁ ବହୁତ କିଛି ଦେଇଛି। କିନ୍ତୁ ଏହାଠାରୁ ଆହୁରି ଜରୁରୀ ପ୍ରଶ୍ନ ଏହା ହେବା ଉଚିତ୍ କି, ଭାରତ ଭାରତକୁ କ'ଣ ଦେଇଛି ?? ଆଜି ଭାରତର ଚାରିଆଡ଼େ ଦରିଦ୍ରତା, କ୍ଷୁଧା, ଅଶିକ୍ଷା, ଜାତିବାଦ, ଘୃଣା, ହିଂସା, ଦଙ୍ଗା, ଭ୍ରଷ୍ଟାଚାର, ସାମାଜିକ ଅସମାନତା, ଆର୍ଥିକ ଅସମାନତା ଓ ଅରାଜକତା ର ପରିବେଶ ବିସ୍ତାରିତ। ଏଭଳି ପରିସ୍ଥିତିରେ ବେଦ ବର୍ଣ୍ଣିତ ସେହି ମହାନ ଜ୍ଞାନ ଗୁଡ଼ିକ ଆମର କେଉଁ ପ୍ରକାର ହିତ ସାଧନ କରୁଛି ? ପୁଣି ସେତେବେଳେ ସେହି ମହାନ ବେଦ ଜ୍ଞାନ ଗୁଡ଼ିକ କୋଉଠି ଥିଲା, ଯେତେବେଳେ ଦେଶ ବିଦେଶୀ ଆକ୍ରମଣକାରୀଙ୍କ ଦ୍ବାରା ବାରମ୍ବାର ଲୁଣ୍ଠିତ ହେଉଥିଲା ?? ଭକ୍ତଗଣ, ମୁକ୍ତ ମନରେ ଥରେ ନିଶ୍ଚୟ ଭାବନ୍ତୁ।...
Comments
Post a Comment