ଚାଷୀଙ୍କ ଦୁଃଖ, କିଏ ଅଛି ବୁଝିବାକୁ ?
ମୋର ଖଣ୍ଡେ ଜମି ଅଛି ଯେଉଁଥିରୁ କିଲେ ଧାନ ଉତ୍ପାଦନ ହୁଏ। ସେଇ କିଲେ ଧାନ ଅମଳ କରିବା ପାଇଁ ମୋତେ ବିହନ, ସାର, ପୋକମରା ଔଷଧ, ଟ୍ରାକ୍ଟର ଖର୍ଚ୍ଚ ବାବଦକୁ ୮ ଟଙ୍କା ଓ ୧ଟି ମୂଲିଆ ମଜୁରୀ ବାବଦକୁ ୮ ଟଙ୍କା ଖର୍ଚ୍ଚ ଖର୍ଚ୍ଚ ହେଲା। ତା ବାହାରେ ୧ କିଲୋ ଧାନ ଅମଳ କରିବା ପାଇଁ ମୋର ନିଜସ୍ୱ ସମୟ, ଗାଡ଼ିର ପେଟ୍ରୋଲ ଓ ରକ୍ଷଣା ବେକ୍ଷଣ ଓ ଜମିର ଖଜଣା ବାବଦକୁ ୨ଟଙ୍କା ଖର୍ଚ୍ଚ ହେଲା।
୧୮ ଟଙ୍କାରେ ବିକ୍ରି କଲେ ମୁଁ କରିଥିବା ସମସ୍ତ ଖର୍ଚ୍ଚ ଉଠିଥାନ୍ତା। କିନ୍ତୁ ମୋ ଖାଇବା ପାଇଁ କିଛି ବି ଅବଶିଷ୍ଟାଂଶ ରହିନଥାନ୍ତା କି ପର ବର୍ଷ ଖର୍ଚ କରି ଚାଷ କରିବା ପାଇଁ ମୋ ପାଖରେ କିଛି ନଥାନ୍ତା। ତେଣୁଁ ମୁଁ ଚାହିବି ମୋର ବର୍ଷକ ଖାଇବା ପାଇଁ ୧୦୦ ଗ୍ରାମ ରଖି ଓ ବାକିଟା ବିକ୍ରୀ କରି ଆଗାମୀ ବର୍ଷ ଚାଷ କରିବା ପାଇଁ ଅତିକମରେ ଏ ବର୍ଷ ଖର୍ଚ ହେଇଥିବା ୧୦ଟଙ୍କା ଉଠାଇବା ପାଇଁ। ତେଣୁଁ ଅତି କମରେ ୯୦୦ ଗ୍ରାମ ଧାନକୁ ମୁଁ ଜଦି ୧୮ ଟଙ୍କାରେ ବିକ୍ରି ନକରେ ମୁଁ ପର ବର୍ଷ ଚାଷ କରିବା ପାଇଁ ଅସମର୍ଥ ହେବି।
ମୁଁ ଜଦି ଏଇ ୯୦୦ ଗ୍ରାମ ଧାନକୁ ୧୮ ଟଙ୍କାରେ ବିକ୍ରି କରନ୍ତି ତାହେଲେ ମୂଲିଆକୁ ତାର ଯଥାର୍ଥ ପାରିଶ୍ରମୀକ ମିଳନ୍ତା, ଶ୍ରମୀକ ଶ୍ରମ ଶୋଷଣର କୌଣସି ପ୍ରଶ୍ନ ଉଠି ନଥାନ୍ତା।
କିନ୍ତୁ ପର ବର୍ଷ ୮ ଟଙ୍କା ନେଇ ବିହନ, ସାର, ପୋକମରା ଔଷଧ ଓ ଟ୍ରାକ୍ଟର ଭଡ଼ା କରିବାକୁ ଯାଇ ଦେଖିଲି ସେ ୮ ଟଙ୍କାରେ ଆଉ ସେଇ ସମାନ ପରିମାଣର ବିହନ, ସାର, ପୋକମରା ଔଷଧ ମିଳୁନି କି ଟ୍ରାକ୍ଟର ଭଡ଼ା ମିଳୁନି, ପରିମାଣରେ ଅନେକ କମ ମୁଳୁଛି। କାରଣ ଟଙ୍କାର ମୂଲ୍ୟ କମି ଯାଇଛି (ଟଙ୍କାର ମୂଲ୍ୟ କାହିଁକି କମ ହୁଏ ତାହା ଅର୍ଥନୀତି ପାଠ, ପରେ ଆଲୋଚନା କରାଯାଇ ପାରେ)। କିନ୍ତୁ ମୋତେ ତ ନକିଣିଲେ ହେବନି, ନକିଣିଲେ ମୁଁ ଚଳିବି କେମିତି? କାନ ମୁଣ୍ଡା ଆଉଁଷି ଆୟ ଠାରୁ ବେଶୀ ଖର୍ଚ୍ଚ କରି ଏ ସବୁକୁ କିଣିଲି। ଏମାନେ ତ ଆଉ ମୋ ହାତ ମୁଠାରେ ନାହାନ୍ତି ଯେ ଏମାନଙ୍କୁ ଉଚିତ ମୂଲ୍ୟ ନଦେଲେ ସେମାନେ ମୋତେ କମ ଟଙ୍କାରେ ବେଶୀ ଯୋଗେଇ ଦେବେ।
ସେଇଠାରୁ ଶିକ୍ଷା ପାଇ ମୁଁ କଣ କଲି ମୂଲିଆକୁ ତା ମଜୁରୀ ୮ ଟଙ୍କାରୁ କମ ଦେବା ପାଇଁ ଚେଷ୍ଟା କଲି ବା ତାକୁ ବେଶୀ ସମୟ ଖଟେଇ ବେଶୀ ବିହନ ବୁଣି ବେଶୀ ଧାନ ଅମଳ କରିବା ପାଇଁ ଚେଷ୍ଟା କଲି। ଏ ବର୍ଷ ମୂଲିଆକୁ ୮ ଟଙ୍କା ମଜୁରୀ ଦେଇ ଥିଲେ ବି ଟଙ୍କାର ମୂଲ୍ୟ କମି ଯାଇଥିବାରୁ ଗତ ବର୍ଷ ପରି ଜୀବନ ଧାରଣ କରିବା ତା ପାଇଁ ମୁସକିଲ ହେଇ ଗଲା।
ଶ୍ରମ ଶୋଷଣ ଆଉ କଣ କି!
ଆଉ ଟଙ୍କାର ମୂଲ୍ୟକୁ ଲଗାତର ଭାବରେ ଅବମୂଲ୍ୟାୟନ ନକଲେ ପୁଞ୍ଜିବାଦ ତିଷ୍ଠି ପାରିବ ନାହିଁ॥
Comments
Post a Comment