ପିତୃସତ୍ତା କୁ ବଳବତର ରଖିବାକୁ ବ୍ରାହ୍ମଣ ଗ୍ରନ୍ଥକାର ମାନେ କେବେ ଦୁର୍ଗା କୁ ତ କେବେ ଦ୍ରୌପଦୀ କୁ ସାଧାରଣ ରେ ଉଲଗ୍ନ କରିବାକୁ କୁଣ୍ଠାବୋଧ କରିନାହାନ୍ତି ! ପୁରାଣ ରେ ମଧ୍ୟ ଏପରି କୌଣସି ଦେବତା ର ବର୍ଣ୍ଣନ ନାହିଁ ଯେକି ପୁରୁଷବାଦ ଓ ଜାତିବାଦ ରୁ ମୁକ୍ତ ରହିଥିବ !
ଇନ୍ଦ୍ର ଦ୍ୱାରା ଗୌତମ ଙ୍କ ପତ୍ନୀ ଅହଲ୍ୟା ର ହେଉ କି ବିଷ୍ଣୁ ଦ୍ୱାରା ବୃନ୍ଦାବତୀ, ବ୍ରହ୍ମା ଦ୍ୱାରା ସରସ୍ବତୀ ଅଥବା ମହେଶ୍ୱର ଦ୍ୱାରା ଅଞ୍ଜନା ର ବଳତ୍କାର କରିବା କାହାଣୀ ରେ କେବଳ ପିତୃସତ୍ତା କୁ ଶକ୍ତିଶାଳୀ କରି ନାରୀ କୁ ଅବଳା ଦୁର୍ବଳା ଚିତ୍ରଣ କରିବା ମୁଖ୍ୟ ଉଦେଶ୍ୟ ଥିଲା !
ନାରୀ ପ୍ରତି ପାପୀ ନୀଚ ଅଧମ ଭଳି ଶବ୍ଦ ପ୍ରୟୋଗ ବ୍ରାହ୍ମଣ ସାହିତ୍ୟ ରେ ବହୁଳ ମାତ୍ରା ରେ ଦେଖିବାକୁ ମିଳେ ! ମନୁସ୍ମୃତି ରେ ନାରୀ କେବଳ ମାତ୍ର ଏକ ବସ୍ତୁ ଯାହା କେବଳ ଆବଶ୍ୟକ ଅନୁଯାୟୀ ବ୍ୟବହାର ହୋଇଥାଏ ମାତ୍ର ନିଜସ୍ୱ କୌଣସି ସ୍ୱତନ୍ତ୍ରତା ରହିନଥାଏ !
ପିତୃସତ୍ତା ର ସବୁଠୁ ବଡ଼ ସମର୍ଥକ ରହିଥିବା ବ୍ରାହ୍ମଣ ଗ୍ରନ୍ଥ ଗୀତା ଯାହାକୁ ଲେଖକ ବ୍ୟାସଦେବ ନିଜକୁ ଲୁଚାଇ କାଳ୍ପନିକ ଚରିତ୍ର କୃଷ୍ଣ ମୁହଁରେ କୁହାଇଛି ଏବଂ ସେହି କୃଷ୍ଣ ଦ୍ୱାରା ଅନେକ ନାରୀ ଙ୍କ ର ଶାରୀରିକ ମାନସିକ ଶୋଷଣ ମଧ୍ୟ କରାଇନେଇଛି !
ବ୍ରାହ୍ମଣ ବାଲ୍ମୀକି ଓ ତୁଳସୀ ଦାସ ମଧ୍ୟ ନିଜର କାବ୍ୟ ଗ୍ରନ୍ଥ ରାମାୟଣ ରେ ନାରୀ କୁ ନିର୍ଯାତନା ଦେବା ସହିତ ନିଆଁ ରେ ଜାଳି ମାରିବା ଭଳି ନିଷ୍ଠୁର ପରମ୍ପରା କୁ ଆଉ ଏକ କାଳ୍ପନିକ ଚରିତ୍ର ରାମ ଦ୍ୱାରା ପ୍ରସ୍ତାପିତ କରିବାରେ ସଫଳ ହୋଇଛନ୍ତି ଯାହା ପରବର୍ତୀ ସମୟରେ ସତୀଦାହ ପ୍ରଥା କୁ ଜନ୍ମ ଦେଇଛି !
ଭାରତ ବର୍ଷ ରେ ନାରୀ ସ୍ୱାଧୀନତା ପାଇଁ ସ୍ୱର ଉଠାଉ ଥିବା ଅନେକ ତଥାକଥିତ ସମାଜଶାସ୍ତ୍ରୀ ବୁଦ୍ଧିଜୀବୀ ଓ ବାମପନ୍ଥୀ ମାନେ କିନ୍ତୁ ପିତୃସତ୍ତା ର ଏନ୍ତୁଡ଼ିଶାଳ ବ୍ରାହ୍ମଣ ସାହିତ୍ୟ ଓ ତାର ଚରିତ୍ର ଗୁଡିକ ବିରୋଧରେ ଯୁଧ୍ୟ ଘୋଷଣା କରିବାକୁ ପଶ୍ଚାଦପଦ ହେଉଛନ୍ତି ! କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଏହାର ଧ୍ବଂସ ବିନା ନାରୀ ସ୍ୱତନ୍ତ୍ରତା ହାସଲ ଅସମ୍ଭବ !
ନାରୀ ସ୍ୱତନ୍ତ୍ରତା ହାସଲ ଦିଗରେ ଆମ୍ବେଦକରବାଦ ହିଁ ସର୍ବଶ୍ରେଷ୍ଠ ବିକଳ୍ପ ! ଅନେକ ତଥାକଥିତ ନାରୀବାଦୀ କିନ୍ତୁ ଆମ୍ବେଦକରବାଦ ର ଘୋର ବିରୋଧୀ ରହି ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛନ୍ତି !
ବିଡମ୍ବନା.....ନାରୀ କୁ ପ୍ରତିପାଦ ରେ ଅପମାନିତ ଲାଂଛିତ କରିଥିବା ଆର୍ଯ୍ୟ ଦେବଗଣ ଆଜି ପୂଜନୀୟ ମାତ୍ର ନାରୀ ଅଧିକାର ସ୍ୱାଭିମାନ କୁ ସୁରକ୍ଷିତ ରଖିଥିବା ମୂଳନୀବାସୀ ମହିଷାସୁର ଓ ରାବଣ ଭଳି ପ୍ରଜା ମଙ୍ଗଳକାରୀ ରାଜା ଚରିତ୍ର ର ଦହନ ହେଉଛି !
Comments
Post a Comment