Skip to main content

Posts

ଭୋଟ ଦେବ କେଉଁଠି ?

ଆମ ଦେଶ 15Aug.1947 ରେ ସ୍ଵାଧିନତା ପାଇଥିଲା, ଦେଶର ଶାସନ ପାଇଁ ସେମିତି କିଛି ନିୟମ ବ୍ୟବସ୍ଥା ନ ଥିଲା, ପରେ ସମ୍ବିଧାନ(ଶାସନ ନିୟମ)' Dr. B.R Ambedkar ଙ୍କ ଦ୍ଵାରା ଲେଖା ଗଲା, ତାହାକୁ 26 Jan.1950 ମସିହାରେ ଲାଗୁ କରାଗଲା, ସେହି ଦିନଠାରୁ ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା, Dr. B.R Ambedkar ଙ୍କ ଦ୍ଵାରା ଲିଖିତ ସମ୍ବିଧାନ ଅନୁସାରେ ପ୍ରତି 5 ବର୍ଷରେ ଥରେ ଦେଶ ଏବଂ ରାଜ୍ୟମାନଙ୍କ ରେ ନିର୍ବାଚନ ଅନୁଷ୍ଠିତ ହେବାର ବ୍ୟବସ୍ଥା ରଖାଗଲା, ପ୍ରତ୍ୟେକ ନିର୍ବାଚନରେ ଭାରତୀୟଙ୍କୁ ଭୋଟ ଦେବାର ଅଧିକାର ମିଳିବା ସହିତ ନିର୍ବାଚନରେ ପ୍ରାର୍ଥୀ ହେବାର ସୁଯୋଗ ମଧ୍ୟ ମିଳିଗଲା, ପ୍ରତି ନିର୍ବାଚନରେ ଭାରତୀୟମାନେ ନିଜ ଇଛାରେ ନୂଆ ସରକାର ବାଛି ନିଜକୁ ଶାସନ କରିବାର ସୁଯୋଗ ପାଇଲେ,  ଦେଶର ସମ୍ବିଧାନ ଅନୁସାରେ ନିର୍ବାଚନ କରାଇବା ପାଇଁ ନିର୍ବାଚନ ଅଧିକାରୀ ପଦ ସୃଷ୍ଟି କରାଗଲା,   ସମ୍ବିଧାନ ରArticle.୩୨୪ ଅନୁସାରେ ପ୍ରତି ପାଞ୍ଚବର୍ଷ ରେ ଦେଶ ବା ରାଜ୍ୟମାନଙ୍କ ରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ, ନିର୍ବାଚନ କୁ ସୁ-ପରିଚାଳିତ କରିବା ପାଇଁ ଦେଶରେ ତିନି ଜଣ ନିର୍ବାଚନ ଅଧିକାରୀ ରହିଥାନ୍ତି । ସେମାନଙ୍କୁ ପ୍ରଧାନମନ୍ତ୍ରୀ, ବିରୋଧି ଦଳ ର ନେତା ଓ ସର୍ବୋଚ୍ଚ ନ୍ୟାୟାଳୟ ମୂଖ୍ୟ ଙ୍କ ମିଳିତ ବୈଠକ ମାଧ୍ୟମରେ ନିର୍ବାଚନ ଅଧିକାରୀଙ୍କୁ...